www.samajalive.in
Monday, December 15, 2025
24.1 C
Bhubaneswar

୨୨ରୁ ବିଦ୍ୟୁତ୍‌ ଶ୍ରମିକ କର୍ମଚାରୀ ଆନ୍ଦୋଳନ

ଭୁବନେଶ୍ୱର: ଓଡ଼ିଶା ବିଦ୍ୟୁତ ସଞ୍ଚାରଣ ନିଗମ ଲିମିଟେଡ(ଓପିଟିସିଏଲ) କର୍ତ୍ତୃପକ୍ଷ ବାରମ୍ବାର ପ୍ରତିଶ୍ରୁତି ଦେବା ପରେ ମଧ୍ୟ ଶ୍ରମିକ କର୍ମଚାରୀଙ୍କୁ ଠକି ଚାଲିଛନ୍ତି। ବିଶେଷ କରି ଆଇଟିଆଇ ଶ୍ରମିକଙ୍କୁ ଦରମା, ପଦୋନ୍ନତି ସମେତ ବିଭିନ୍ନ କ୍ଷେତ୍ରରେ ଠକିଚାଲିଥିବା ଓଡ଼ିଶା ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘ ମିଳିତ ମଞ୍ଚ ଅଭିଯୋଗ କରିଛି। ଶ୍ରମିକ କର୍ମଚାରୀଙ୍କ ହିତ ପାଇଁ ମଞ୍ଚ ପକ୍ଷରୁ ଆସନ୍ତା ୨୨ ତାରିଖରେ ଓପିଟିସିଏଲ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯିବ ବୋଲି ଆବାହକ ଅମର କୁମାର ପ୍ରତାପ ସିଂ ଏବଂ ସହ ଆବାହକ ସତ୍ୟବ୍ରତ ପରିଡା ଏକ ମିଳିତ ପ୍ରେସ ବିବୃତ୍ତିରେ ସୂଚନା ଦେଇଛନ୍ତି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଶୁଦ୍ଧାନନ୍ଦ ପରିଜା, ବିଜୟ ଭୂଜବଳ, ପ୍ରିୟବ୍ରତ ନାୟକ, ଦେବାଶିଷ ପ୍ରଧାନ, ମଳୟ ରଞ୍ଜନ ପାତ୍ର, ଗଗନ ବିହାରୀ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

Related Articles

Popular Categories