www.samajalive.in
Monday, December 15, 2025
24.1 C
Bhubaneswar

ଗାଈଗୋଠ ନେଇ ଆସିବା ବେଳେ ସାନ୍ଦୁଲ ନଦୀର ବନ୍ୟାଜଳରେ ଭାସିଗଲେ ବୃଦ୍ଧ -ବର୍ତ୍ତିଲେ ୪ ଜଣ

ନର୍ଲା : ଶୁକ୍ରବାର ସକାଳୁ ଗାଈ ଚରେଇବା ପାଇଁ ନର୍ଲା ବ୍ଲକ ଅନ୍ତର୍ଗତ ଘୋଡାବନ୍ଧ ପଞ୍ଚାୟତର ଯୋଡାବନ୍ଧ ଗାଁର ୫ ଜଣ ବ୍ୟକ୍ତି ସାନ୍ଦୁଲ ନଦୀ ଆର ପଠା ଉଲିକୁପାକୁ ଯାଇଥିଲେ । ଅପରାହ୍ନରେ ଗାଈଗୋଠ ନେଇ ଘରକୁ ଫେରୁଥିବା ସମୟରେ ନଦୀ ମଝିରେ ଥିବା ବେଳେ   ବନ୍ୟାଜଳ ଆକସ୍ମିକ ବୃଦ୍ଧି ପାଇଥିଲା ।

ତେବେ ଗାଈଗୋଠ କୌଣସି ମତେ ନିଜ ଗାଁ ପଟ ନଦୀ ପଠାକୁ  ଆସିଥିଲେ ଓ ଏହା ସହ ଅନ୍ୟ ୪ ଜଣ ଥବିର ଗଡତିଆ,ହେମନ୍ତ ଗଡତିଆ, ବିଜୁ ଗଡତିଆ ଓ ମନୋଜ ମାଝୀ ବହୁ କଷ୍ଟରେ ନଦୀ ପାର ହୋଇ ଗାଁ ପଟକୁ ଆସିଥିଲେ । ହେଲେ ସବା ପଛରେ ଥିବା ସାନନ୍ଦ ଗଡତିଆ (୭୫) ନଦୀର ପ୍ରଖର ସ୍ରୋତରେ ପଡି ଯିବା ଫଳରେ ନଦୀରେ ଭାସି ଯାଇଥିଲେ । ଅନ୍ୟମାନଙ୍କୁ ନଦୀ ପାର କରେଇବାକୁ ଯାଇ ପଛରେ ରହିଥିଲେ ବୃଦ୍ଧ । ସେତେବେଳକୁ ନଦୀରେ ପ୍ରବଳ ବନ୍ୟାଜଳ ବୃଦ୍ଧି ପାଇଥିଲା । ଗାଁ ଲୋକେ ସେ ଭାସିଯାଇଥିବା ଜାଣି ପାରି   ଖୋଜାଖୋଜି କରିଥିଲେ ହେଁ ନିଖୋଜ ସାନନ୍ଦଙ୍କ ପତ୍ତା ମିଳିପାରିନାହିଁ ।

- Advertisement -

ଲୋକେ ଓଡ୍ରାଫ କୁ ଯୋଗାଯୋଗ କରିଥିଲେହେଁ ଅଗ୍ନିଶମ ଟିମ୍ ବହୁ ବିଳମ୍ବରେ ସନ୍ଧ୍ୟାହେବାପରେ ଘଟଣାସ୍ଥଳରେ ପହଞ୍ଚି ଥିବା ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି । ଏହାକୁ  ନର୍ଲା ବ୍ଲକ ପୂର୍ବତନ ଅଧ୍ୟକ୍ଷ ଗଭୀର ନିନ୍ଦା କରିଛନ୍ତି । ଓଡ୍ରଫ୍ ଟିମ୍ ଅନ୍ଧାର ହେବା ପୂର୍ବରୁ ପହଞ୍ଚି ଥିଲେ କିଛି କରା ଯାଇ ପାରିଥାନ୍ତା ବୋଲି ଯୋଡାବନ୍ଧ ଗ୍ରମବାସୀ ଅଭିଯୋଗ କରିଛନ୍ତି । ରାତି ହୋଇଯିବାରୁ ଖବର ଲେଖା ହେବା ପର୍ଯ୍ୟନ୍ତ   ଓଡ୍ରାଫ୍ ଟିମ୍ କୌଣସି ଉଦ୍ଧାର କାର୍ଯ୍ୟ କରିପାରି ନଥିବା ସୂଚନା ମିଳିଛି ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories