www.samajalive.in
Monday, December 15, 2025
24.1 C
Bhubaneswar

ମିଶନ ଶକ୍ତି ପକ୍ଷରୁ ଜାତୀୟ ପତାକା ବଣ୍ଟନ

ଆଠଗଡ଼: ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଏବଂ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ ଆଠଗଡ଼ର ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ବିଭିନ୍ନ ଗ୍ରାମାଞ୍ଚଳରେ ଜାତୀୟ ପତାକା ବିନାମୂଲ୍ୟରେ ବଣ୍ଟନ କରାଯାଇଛି। ସ୍ୱାଧୀନତାର ଅମୃତ ମହୋତ୍ସବକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ପ୍ରତି ଘରେ ଅଗଷ୍ଟ ୧୩-୧୫ ତାରିଖ ଜାତୀୟ ପତାକା ଲଗାଇବା ପାଇଁ ଆହ୍ୱାନ ଦିଆଯାଇଛି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମିଶନ ଶକ୍ତି ବିଭାଗ ପକ୍ଷରୁ ସ୍ୱୟଂସହାୟକ ଗୋଷ୍ଠୀ ଜରିଆରେ ଜାତୀୟ ପତାକା ବିନାମୂଲ୍ୟରେ ବଣ୍ଟନ ପାଇଁ ବ୍ୟବସ୍ଥା କରାଯାଇଥିଲା। ଧାଇପୁର ପଞ୍ଚାୟତରେ ମିଶନ ଶକ୍ତିର ସଭାପତି ନମିତା ବେହେରା ଓ ସଂପାଦିକା ଲତା ସାହୁଙ୍କ ନେତୃତ୍ୱରେ ଦୌପଦୀ ବେହେରା, ମାମାଲି ଗୋଚ୍ଛାୟତ, ଲକ୍ଷ୍ମୀ ପ୍ରଧାନ, ସ୍ୱାଗତିକା ଭୂୟାଁ, ସୁଭଦ୍ରା ସାମଲଙ୍କ ସମେତ ଅନ୍ୟ ସଦସ୍ୟାମାନେ ଘରକୁ ଘର ବୁଲି ତ୍ରିରଙ୍ଗା ବଣ୍ଟନ କରିବା ସହ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ନୀତି ଓ ଆଦର୍ଶ ସଂପର୍କରେ ଲୋକଙ୍କୁ ବାର୍ତ୍ତା ଦେଇଥିଲେ। ଏହି ଅବସରରେ ଦେଶର ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ସଂଗ୍ରାମୀ ମାନଙ୍କ ଉଦ୍ଦେଶ୍ୟରେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଅନୁରୁପ ଭାବେ ତରଡିଙ୍ଗ, ଜେନାପଦା, ଇଚ୍ଛାପୁର, ସମସରପୁର ସମେତ ଅନ୍ୟ ପଞ୍ଚାୟତର ସମସ୍ତ ଗ୍ରାମାଞ୍ଚଳରେ ସ୍ୱୟଂସହାୟକ ଗୋଷ୍ଠୀ ପକ୍ଷରୁ ଜାତୀୟ ପତାକା ବଣ୍ଟନ କରାଯାଇ ସ୍ୱାଧୀନତାର ମହାନ ଅମୃତ ମହୋତ୍ସବରେ ସାମିଲ ହେବା ପାଇଁ ଅନୁରୋଧ କରାଯାଇଥିଲା।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories