ଆଠଗଡ଼: ଯୁବ ସଂଗଠକ ତଥା ଅବସରପ୍ରାପ୍ତ ସୈନିକ ଅଭୟ କୁମାର ବାରିକ ଶନିବାର ନିଜ ସମର୍ଥକମାନଙ୍କ ସହିତ ରଥଗଡ଼ାସ୍ଥିତ ଦଳୀୟ କାର୍ଯ୍ୟାଳୟରୁ ତ୍ରିରଙ୍ଗା ଶୋଭାଯାତ୍ରାରେ ସହର ପରିକ୍ରମା କରି ଲୋକଙ୍କୁ ଆଜାଦିକି ଅମୃତ ମହୋତ୍ସବରେ ସାମିଲ ହେବା ପାଇଁ ନିବେଦନ କରିଥିଲେ। ଏଥିସହିତ ରଥଗଡ଼ାଠାରୁ ଚାନ୍ଦବାଲିଛକ ମଧ୍ୟରେ ଥିବା ମୁଖ୍ୟ ବଜାରଗୁଡିକରେ ସମସ୍ତ ଦୋକାନରେ ଜାତୀୟ ପତାକା ଲଗାଇବା ସହିତ ରାସ୍ତାରେ ଯାଉଥିବା ଲୋକମାନଙ୍କୁ ଜାତୀୟ ପତାକା ବଣ୍ଟନ କରି ତାକୁ ସମ୍ମାନର ସହିତ ନିଜ ଘରେ ଲଗାଇବା ପାଇଁ ଅନୁରୋଧ କରିଥିଲେ। ତତ୍ସହିତ ଲୋକମାନଙ୍କୁ କୋଭିଡ ମହାମାରୀରୁ ରକ୍ଷା ପାଇଁ ପ୍ରାୟ ୨ହଜାର ତୁଣ୍ଡି ଏବଂ ପରିବେଶ ସୁରକ୍ଷା ପାଇଁ ଚାରା ରୋପଣ ଲାଗି ପ୍ରାୟ ୨ହଜାର ବିଭିନ୍ନ କିସମର ଚାରା ବଣ୍ଟନ କରିଥିଲେ। ସରୋଜ ଦାସ, ଟୁକୁ ସାମଲ, ଜ୍ଞାନରଞ୍ଜନ ମହାପାତ୍ର, ପ୍ରଶାନ୍ତ ସାହୁ, ତାପସ ରାଉତ, ମିଟୁ ସ୍ୱାଇଁ, କବି ଭୋଇ, ପ୍ରତାପ ଭୋଇ, ଲୁଲୁ ଦାସ ଓ ଅନୁପମ ଜେନାଙ୍କ ସମେତ ବହୁ ସମର୍ଥକ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।
Popular Categories



