www.samajalive.in
Sunday, December 14, 2025
19.1 C
Bhubaneswar

ନବରାତ୍ରିରେ ଯଅ ବୁଣିବାର କାରଣ ଓ ଏହାର ସଂଙ୍କେତ

ହିନ୍ଦୁଧର୍ମରେ ପ୍ରତ୍ୟେକ ପୂଜାପର୍ବର ନିର୍ଦ୍ଦିଷ୍ଟ ନୀତିନିୟମ ରହିଛି। ମାତ୍ର ଏହି ନୀତିନିୟମର ଉଦ୍ଦେଶ୍ୟ ସଭିଁଙ୍କୁ ଜଣାନଥାଏ। ନବରାତ୍ରିରେ ଏକ ପାତ୍ରରେ ମାଟିରେ ଗହମ ଓ ଯଅକୁ ପୋତାଯାଇଥାଏ ଏବଂ ତାହା ନିକଟରେ କଳସର ସ୍ଥାପନା କରାଯାଇଥାଏ। ଏହାକୁ ପୂଜା କରାଯାଇଥାଏ। ମାତ୍ର ଏପରି କରିବାର କାରଣ ପଛରେ ଏକ ମୁଖ୍ୟ ଉଦ୍ଦେଶ୍ୟ ରହିଛି।
ନବରାତ୍ରିରେ ଯଅ କିମ୍ବା ଗହମ ବୁଣିବା ପଛରେ ମାନ୍ୟତା ରହିଛି ଯେ, ସୃଷ୍ଟିର ଆରମ୍ଭରେ ସର୍ବପ୍ରଥମ ଫସଲ ଯଅ ଥିଲା। ତେଣୁ ଏହାକୁ ପୁଣ୍ୟ ଫସଲ ବୋଲି ମଧ୍ୟ କୁହାଯାଇଥାଏ। ଯଅ ବୁଣିବାର ମୁଖ୍ୟ କାରଣ ହେଉଛି, ଅନ୍ନକୁ ବ୍ରହ୍ମ କୁହାଯାଇଥାଏ, ତେଣୁ ଅନ୍ନର ସମ୍ମାନ କରିବା ଉଚିତ।
ଯଅ ଶୀଘ୍ର ବଢିବା ଦ୍ୱାରା ଗୃହରେ ସୁଖସମୃଦ୍ଧି ବୃଦ୍ଧିର ସଙ୍କେତ ବୋଲି କୁହାଯାଇଥାଏ।
ଯଅର ରଙ୍ଗ ଧବଳ ଓ ସିଧା ହେଲେ ଏହାକୁ ଶୁଭ ବୋଲି କୁହାଯାଇଥାଏ।
ଯଅର ରଙ୍ଗ ଯଦି ଶେଷ ଆଡ଼ୁ ହଳଦିଆ ଓ ଉପର ଆଡ଼ୁ ସବୁଜ ରଙ୍ଗ ହୁଏ, ତେବେ ଏହାର ସଙ୍କେତ ଯେ ବର୍ଷର ଆରମ୍ଭ ସମୟ ଭଲ ନ ହେଲେ ମଧ୍ୟ ବର୍ଷର ଶେଷ ସମୟ ଖୁବ ଭଲ ହେବ।
ଯଅ ଯଦି ଆରମ୍ଭରୁ ସବୁଜ ଓ ଘନ ହୋଇ ବଢେ, ତେବେ ଏହା ଆପଣଙ୍କୁ ବର୍ଷଯାକ ଶୁଭଫଳ ପ୍ରଦାନ କରିବ ।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories