www.samajalive.in
Sunday, December 14, 2025
17.1 C
Bhubaneswar

ପଶ୍ଚାତ୍ତାପର ଅମୃତ

ତୁଳସୀ ଦୁଇପତ୍ରରୁ ବାସିଲାପରି ବାଲ୍ୟକାଳରୁ ପିଲାଟି ଅତି ଜିଜ୍ଞାସୁ ପ୍ରକୃତିର ଥିଲା। ଅନେକ କିଛି ଜାଣିବା ତଥା ନୂଆ କିିଛି କରିବା ପାଇଁ ମନ ଭିତରେ ଥିଲା ତୀବ୍ର ବାସନା। ନିଜର ଜିଜ୍ଞାସୁ ପ୍ରବୃତ୍ତିକୁ ଚରିତାର୍ଥ କରିବା ନିମିତ୍ତ ସେ ବଡ଼ ହେବାପରେ ଗବେଷଣାରେ ମନୋନିବେଶ କରିଥିଲେ। ନିରନ୍ତର ପ୍ରୟାସ ତଥା ଅନେକ ଦିନର ଗଭୀର ଅଧ୍ୟବସାୟ ବଳରେ ସେ ସଫଳ ହୋଇଥିଲେ ଡିନାମାଇଟ ନାମକ ଏକ ବିସ୍ଫୋରକ ଉଦ୍‌ଭାବନରେ । ବି‌େଶଷକରି​‌ ପାହାଡ଼ ଫଟାଇବା ତଥା ବନ୍ଧୁକ ଗୁଳି ପ୍ରସ୍ତୁତିରେ ଏହା ସେ ସମୟରେ ବହୁତ ଉପଯୋଗୀ ସାବ୍ୟସ୍ତ ହୋଇଥିଲା।
ବିସ୍ଫୋରକ ଉତ୍ପାଦନ ନିମନ୍ତେ ସେ ଏକ କାରଖାନା ପ୍ରତିଷ୍ଠା କରିଥିଲେ। ଏହି କାରଖାନାର କାର୍ଯ୍ୟ ଠିକ୍‌ଠାକ୍‌ ଚାଲିଥିଲା। ହଠାତ ଦିନେ ପ୍ରଚଣ୍ଡ ବିସ୍ଫୋରଣରେ ସମ୍ପୂର୍ଣ୍ଣ କାରଖାନାଟି ଧ୍ବଂସ ପାଇଯାଇଥିଲା। ଏହି ଦୁର୍ଭାଗ୍ୟଜନକ ଘଟଣାରେ ସେ ତାଙ୍କର ଭାଇଙ୍କୁ ହରାଇଥିଲେ। କାରଖାନା ସମ୍ପୂର୍ଣ୍ଣ ଉଡ଼ିଯିବା ଯେତିକି ଦୁଃଖ ଦେଇନଥିଲା ଭାଇଙ୍କର ମୃତ୍ୟୁ ତାଙ୍କୁ ତତୋଽଧିକ ଦୁଃଖାଭିଭୂତ କରିଦେଇଥିଲା। ଭାଇଙ୍କ ବିନା ସେ ତାଙ୍କର ଜୀବନର ସ୍ଥିତି କେବେ ବି କଳ୍ପନା କରି ନଥିଲେ। ନିଜର ଅତି ଆଦରର ଭାଇକୁ ହରାଇ କିଂକର୍ତ୍ତବ୍ୟବିମୂଢ଼ ହୋଇ ଯାଇଥିଲେ। ଏହା ତାଙ୍କୁ ଏପରି ମର୍ମାହତ, ବିବ୍ରତ କରିଦେଇଥିଲା ଯେ ସେ କିଛିଦିନ ପର୍ଯ୍ୟନ୍ତ ପାଗଳ ଭଳି ସ୍ଥିତିରେ ରହିଲେ।
ଧୀରେଧୀରେ ସେ ନିଜକୁ ସମ୍ଭାଳ‌ିଥିଲେ। ନିଜକୁ ଆଶ୍ବାସନା ଦେଲେ; ସ୍ଥିତି ସମ୍ଭାଳି ସଳଖି ଚାଲିବାକୁ ମନ ଭିତରେ ସାହସ ଜୁଟାଇଲେ। ଅନେକ ପଶ୍ଚାତ୍ତାପ କଲେ ଏଭଳି ଏକ ବିଧ୍ବଂସକ ଉଦ୍ଭାବନ କରିଥିବା ଯୋଗୁଁ। ଏହା କରି ନଥିଲେ ସେ ତାଙ୍କ ଭାଇଙ୍କୁ ହରାଇ ନଥାନ୍ତେ ବୋଲି ଧାରଣା ଦୃଢ଼ ହୋଇଥିଲା। ଏହାପରେ ନିଜର ଜଣେ ଘନିଷ୍ଠ ମିତ୍ରଙ୍କୁ କହିଥିଲେ- ‘ବିଧ୍ବଂସକ ଉଦ୍ଭାବନ କରି ବହୁତ କ୍ଷତି ସହିଲି। ଏହା ପରିବର୍ତ୍ତେ ରୋଗ ଓ ମହାମାରୀରୁ (ସେ ସମୟରେ ମହାମାରୀ ଅନେକ ଜୀବନ ନେଉଥିଲା) ଉଦ୍ଧାର ପାଇବା ନିମନ୍ତେ କିଛି ଜୀବନରକ୍ଷକ କାର୍ଯ୍ୟ କରିଥିଲେ ଆଜି ପଶ୍ଚାତ୍ତାପ କରିବାକୁ ପଡ଼ିନଥାନ୍ତା।’ ଏହା ସମୟର ଆବଶ୍ୟକତା ବୋଲି ସେ ଅନୁଭବ କରିଥିଲେ। ଜୀବନରକ୍ଷକ ଔଷଧ ପ୍ରସ୍ତୁତିରେ ଯେଉଁମାନେ ଅସମୟରେ ମୃତ୍ୟୁର ଶିକାର ହେଉଛନ୍ତି ସେମାନଙ୍କ ଜୀବନରକ୍ଷା ହୋଇପାରିବ। ସେ ତାଙ୍କର ଭାଇଙ୍କୁ ଅସମୟରେ ହରାଇ​‌ ଯେଉଁ ଦୁଃଖ ପାଉଛନ୍ତି ପ୍ରିୟଜନଙ୍କୁ (ରୋଗବ୍ୟାଧିରେ) ଅକାଳରେ ହରାଇ ସେମାନେ ସେଭଳି ଦୁଃଖ ପାଇବେ ନାହିଁ।
ମିତ୍ର ତାଙ୍କୁ ଏ ଦିଗରେ ଆଗକୁ ଆଗେଇବା ନିମନ୍ତେ ପ୍ରେରଣା ଦେଇଥିଲେ। ସେ ଆଗକୁ ବଢ଼ିଥିଲେ। କାରଖାନାରେ ବିସ୍ଫୋରଣ କାରଣରୁ ଯେଉଁମାନଙ୍କର ମୃତ୍ୟୁ ହୋଇଥିଲା ସେମାନଙ୍କ ମୃତ୍ୟୁ ନିମ​‌େ​ନ୍ତ ସେ ନିଜେ ହିଁ ଦାୟୀ ବୋଲି ସ୍ବୀକାର କରିଥିଲେ। ସାରା ଜୀବନ ସେ ପାଖାପାଖି ୯୦ ଲକ୍ଷ ଡଲାର ଅର୍ଜି ଥିଲେ। ମୃତ୍ୟୁ ପୂର୍ବରୁ ଏହି ଅର୍ଥରାଶିରୁ ଶାନ୍ତି କ୍ଷେତ୍ରରେ କାଳ କରୁଥିବା କୌଣସି ବ୍ୟକ୍ତି ବିଶେଷଙ୍କୁ ପୁରସ୍କୃତ କରିବା ଉଦ୍ଦେଶ୍ୟରେ ଅାନ୍ତଃରାଷ୍ଟ୍ରୀୟ ପୁରସ୍କାର ପ୍ରଦାନ ଘୋଷଣା କରିଥିଲେ। ପଶ୍ଚାତ୍ତାପର ଅଗ୍ନିରୁ ଏହି ଭାବରେ ଜନ୍ମ ନେଇଥିଲା ତାଙ୍କର ନାମାନୁସାରେ ବିଶ୍ବର ସବୁଠାରୁ ବଡ଼ ପୁରସ୍କାର ନୋବେଲ ପୁରସ୍କାର। ଷ୍ଟକ୍‌ହୋମରେ ଜନ୍ମ ହୋଇଥିବା ଏହି ବ୍ୟକ୍ତିଙ୍କ ନାମ ଥିଲା ଅଲଫ୍ରେଡ୍‌ ନୋବେଲ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories