www.samajalive.in
Sunday, December 7, 2025
26.1 C
Bhubaneswar

ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ବିଜୟ ଉତ୍ସବ ପାଳିଲା ଉଦୟପୁର ମଣ୍ଡଳ ବିଜେପି

ପାଟଣା :  ବିଜେପି ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀନୀ ହୋଇଥିବା ବରିଷ୍ଠ ଓଡ଼ିଆ ଆଦିବାସୀ ମହିଳା ନେତ୍ରୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚନରେ ବିପୁଳ ବିଜୟ ପାଇଛନ୍ତି । ଏହି ଅବସରରେ ସାହାରପଡା ବ୍ଲକ ଉଦୟପୁର ମଣ୍ଡଳ ବିଜେପି ପକ୍ଷରୁ ତେଣ୍ଡରା ପଞ୍ଚାୟତର ହରିହରପୁର ଗ୍ରାମରେ ବିଜୟ ଉତ୍ସବ ବହୁ ଧୁମଧାମ୍ ରେ ପାଳିତ ହୋଇଯାଇଛି। ଆଦିବାସୀ ନୃତ୍ୟ ସାଙ୍ଗକୁ ଆତସଵାଜୀରେ ପରିବେଶ ପ୍ରକମ୍ପିତ ହେବା ସହ ମିଷ୍ଟାନ୍ନ ବଣ୍ଟନ କରାଯାଇ ବିଜୟୀ ଉତ୍ସବ ପାଳନ କରାଯାଇଥିଲା । ଏହି ବିଜୟୀ ଉତ୍ସବରେ ବିଜେପି ପକ୍ଷରୁ ଆଦିବାସୀ ମୋର୍ଚ୍ଚା ରାଜ୍ୟ ଉପସଭାନେତ୍ରୀ ତଥା ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମମିତା ନାଏକ, ତେଣ୍ଡରା ପଞ୍ଚାୟତର ସରପଞ୍ଚ ସରସ୍ଵତୀ ମୋଦି, ସମିତି ସଭ୍ୟ ଲଳିତ କୁମାର ମୁଣ୍ଡା, ଅଶ୍ବନି ମହାନ୍ତ, କଣ୍ଠରାମ ମୋଦି, ବିନଦ ମୁର୍ମୁ , ହେମନ୍ତ ମୁର୍ମୁ , ରାଜେଶ୍ ମହାନ୍ତ, ବୁଲୁ ବାରିକ, ନଟ , ନରହରି ମହାନ୍ତ, କୁଞ୍ଜବିହାରୀ ମହାନ୍ତ, ପଦ୍ମଲୋଚନ ମହାନ୍ତ, ନରହରି ମହାନ୍ତ, ବିବେକାନନ୍ଦ ମହାନ୍ତ ଓ ଧୃବଚରଣ ମହାନ୍ତ ପ୍ରମୁଖ ଉପସ୍ଥିତ ରହି ବିଜୟୀ ଉତ୍ସବ ପାଳନ କରିଥିଲେ । ଏହା ସହ ଦଳଗତ ନିର୍ବିଶେଷ ରେ ଅଞ୍ଚଳ ବାସୀ ଏହି ବିଜୟ ଉତ୍ସବରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories