ଖଡ଼ିକାପଦାରେ ଘର ଭାଙ୍ଗିଲା ଗୋଠ ଛଡା ଦନ୍ତା
ପାଟଣା: ପାଟଣା ବନାଞ୍ଚଳରେ ସପ୍ତାହରୁ ଅଧିକ ସମୟ ଧରି ୨୪ ଟିକିଆ ଝାଡ଼ଖଣ୍ଡି ହାତୀପଲ ଉପଦ୍ରବ ଘଟାଇବା ପରେ ମଙ୍ଗଳବାର ଏହି ହାତୀପଲ ପାଟଣା ବନାଞ୍ଚଳ ସୀମା ବାହାର ମୟୂରଭଞ୍ଜର ଆମ୍ବବେଡା ଜଙ୍ଗଲକୁ ଚାଲିଯାଇଛନ୍ତି। ଅପରପକ୍ଷରେ ଅନ୍ୟ ଏକ ଗୋଠ ଛଡା ଦନ୍ତା ଗତକାଲିଠାରୁ ପାଟଣା ବନାଞ୍ଚଳରେ ଡେରା ପକାଇଥିବା ବେଳେ ରାତିରେ ଖଡିକାପଦା ଗ୍ରାମର ସୁଜନ ମୁଣ୍ଡାଙ୍କ ଘର ଭାଙ୍ଗି ଧାନ ଚାଉଳ ଖାଇଛି। ତେବେ ପରିବାର ଲୋକେ ଅଳ୍ପକେ ଦନ୍ତା କବଳରୁ ବର୍ତ୍ତିଯାଇଛନ୍ତି। ବୁଧବାର ଦନ୍ତାଟି ସାହାରପଡା ସୀମା ପୁରୁଣାପାଣି ଜଙ୍ଗଲରେ ଥିବାବେଳେ ବନପାଳ ଭୂପତି ସେଠୀ ଓ କର୍ମଚାରୀମାନେ ହାତୀ ଉପରେ ନଜର ରଖିଛନ୍ତି।
Comments are closed.