www.samajalive.in
Saturday, December 6, 2025
14.1 C
Bhubaneswar

ଟ୍ରକରୁ ୧୦୫ କିଲୋ ଗଞ୍ଜେଇ ଜବତ, ଚାଳକ ଗିରଫ

ଫୁଲବାଣୀ: ଟ୍ରକରେ କନ୍ଧମାଳରୁ ଭୁବନେଶ୍ୱରକୁ ଚାଲାଣ ହେଉଥିଲା ଗଞ୍ଜେଇ। ଖବର ପାଇ ମାଡ଼ିବସିଲା ଅବକାରୀ ବିଭାଗ। ଟ୍ରକରୁ ୧୦୫ କିଲୋ ଗଞ୍ଜେଇ ଜବତ ହୋଇଥିବା ବେଳେ ଶେଷରେ ଟ୍ରକ ଡ୍ରାଇଭରକୁ ଗିରଫ କରି କୋର୍ଟ ଚଲାଣ କରିଛି ଅବକାରୀ ବିଭାଗ। ଘଟଣା ଘଟିଛି ଫିରିଙ୍ଗିଆ ଥାନା ଅଂଚଳରେ। ଯାଞ୍ଚ ସମୟରେ ଟ୍ରକରୁ ପାଞ୍ଚଟି ବସ୍ଥାରେ ଭର୍ତି ହୋଇଥିବା ଗଞ୍ଜେଇକୁ ଜବତ କରିବାରେ ଅବକାରୀ ବିଭାଗ ସଫଳ ହୋଇଥିଲେ। ଗିରଫ ଅଭିଯୁକ୍ତ ଟ୍ରକ ଡ୍ରାଇଭର ଜଣକ କଟକ ଜିଲ୍ଲା ବୈଦେଶ୍ଵରପୁର ଥାନା କଳାପଥର ଗାଁର ବିଜୟ କୁମାର ସେଠି ବୋଲି ଜଣା ପଡ଼ିଥିବା ବେଳେ ସେ ରୀତିମତ ଭାବରେ ଏହି ଅଂଚଳରୁ ରାଜଧାନୀ ଭୁବନେଶ୍ୱରରୁ ଟ୍ରକରେ ମାଳ ନେଇ ଫୁଲବାଣୀ ଆସୁଥିଲେ ଓ ଫେରିବା ସମୟରେ ଗଞ୍ଜେଇ ନେଇ ଯଉଥିଲେ ବୋଲି ତଦନ୍ତରୁ ଜଣାପଡ଼ିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories