www.samajalive.in
Monday, December 15, 2025
24.1 C
Bhubaneswar

ପାସପୋର୍ଟ ସେବା କେନ୍ଦ୍ର ଭଳି ଦେଶ ସାରା ଖୋଲିବ ‘ଆଧାର ସେବା କେନ୍ଦ୍ର’

ନୂଆଦିଲ୍ଲୀ : ପାସପୋର୍ଟ ସେବା କେନ୍ଦ୍ର ଭଳି ଏବେ ଦେଶ ସାରା ଆଧାର ସେବା କେନ୍ଦ୍ର ଖୋଲାଯିବ। ଏହାଦ୍ୱାରା ଲୋକେ ସହଜରେ ଆଧାର କାର୍ଡ ପ୍ରସ୍ତୁତ ଓ ତ୍ରୁଟି ସଂଶୋଧନ କରିପାରିବେ। ଏହାସହ ଆଧାର ସେବା କେନ୍ଦ୍ର ଦ୍ୱାରା ଲୋକେ ଓ ସରକାରଙ୍କ ବିଭିନ୍ନ ସଂସ୍ଥା ସହଜରେ ଆବଶ୍ୟକ ତଥ୍ୟ ହାସଲ କରିପାରିବେ। ସରକାରଙ୍କ ବିଭିନ୍ନ ଯୋଜନାରେ ହିତାଧିକାରୀ ଚୟନରେ ଏହି କେନ୍ଦ୍ରଗୁଡ଼ିକ ବଡ଼ ଭୂମିକା ନିର୍ବାହ କରିବ ବୋଲି ଆଶା କରାଯାଉଛି। ବିଶେଷ କରି ଏନରୋଲମେଣ୍ଟ, ଆଧାର ତଥ୍ୟ ଅପଡେଟ୍‍ ଏବଂ ଅନ୍ୟ କାର୍ଯ୍ୟ ପାଇଁ ଏହି କେନ୍ଦ୍ରଗୁଡ଼କ ଉପଯୋଗୀ ହେବେ। ଏବେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ଡାକଘର ପରିସରରେ ସ୍ୱୀକୃତି ପ୍ରାପ୍ତ ସଂସ୍ଥା ଗୁଡ଼ିକ ଦ୍ୱାରା ପାଖାପାଖି ୩୦,୦୦୦ ଆଧାର ସେବା ପ୍ରଦାନକାରୀ କେନ୍ଦ୍ର ଚାଲିଛି। ନୂତନ ଭାବେ ଖୋଲାଯିବାକୁ ଥିବା ‘ଆଧାର ସେବା କେନ୍ଦ୍ର’ ଏହିି ସବୁ ସଂସ୍ଥାର ସ୍ଥାନ ନେବ ଓ ସିଧାସଳଖ ୟୁଆଇଡ଼ିଆଇ ଦ୍ୱାରା ପରିଚାଳିତ ହେବ ବୋଲି ବିଭାଗୀୟ ଜଣେ ବରିଷ୍ଠ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି। ଭାରତୀୟ ଏକକ ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ଏଥିପାଇଁ ଯୋଜନା ପ୍ରସ୍ତୁତ କରୁଛି ଓ ପ୍ରାଥମିକ ଭାବେ ଦେଶର ୫୩ଟି ସହରରେ ଆଧାର ସେବା କେନ୍ଦ୍ର ଖୋଲାଯିବ ବୋଲି ୟୁଆଇଡିଏଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଆଧାର ସେବା କେନ୍ଦ୍ର ଖୋଲିବା ପାଇଁ ୩୦୦ରୁ ୪୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ବ୍ୟୟ ଅଟକଳ କରାଯାଇଛି। ୨୦୧୯ ଏପ୍ରିଲ ମାସ ସୁଦ୍ଧା ୫୩ ସହରରେ ଆଧାର ସେବା କେନ୍ଦ୍ର କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି। କୁହାଯାଉଛି ଯେ ପ୍ରତିଦିନ ପ୍ରାୟ ୪ ଲକ୍ଷ ଲୋକ ଆଧାର ଫଟୋ, ମୋବାଇଲ ନମ୍ବର ଓ ଅନ୍ୟ ତଥ୍ୟ ଅପଡେଟ୍‍ କରୁଛନ୍ତି। ଦୈନିକ ପ୍ରାୟ ଲକ୍ଷେ ଲୋକ ଆଧାର ପାଇଁ ନିଜ ନାମ ଏନରୋଲ କରୁଛନ୍ତି। ଯୋଜନା ଅନୁସାରେ ମହାନଗର ବା ବଡ଼ ସହରରେ ୪ଟି ଲେଖାଏଁ ଓ ଅନ୍ୟ ସହରରେ ୨ଟି ଲେଖାଏଁ ଆଧାର ସେବା କେନ୍ଦ୍ର ଖୋଲାଯିବ। ଗତ ସପ୍ତାହରେ ସୁପ୍ରିମକୋର୍ଟ ଆୟକର ରିଟର୍ଣ୍ଣ ଏବଂ ପ୍ୟାନ କାର୍ଡ ପାଇଁ ଆଧାରକୁ ବାଧ୍ୟତାମୂଳକ କରିଥିଲେ। ବ୍ୟାଙ୍କ ଆକାଉଣ୍ଟ, ମୋବାଇଲ ସିମ୍‍ ହାସଲ ଏବଂ ଅନ୍ୟ ଆର୍ଥିକ ସେବା ପାଇଁ ପ୍ୟାନ କାର୍ଡକୁ ବାଧ୍ୟତାମୂଳକ କରିଥିଲେ। କୋର୍ଟଙ୍କ ଆଦେଶ ପରେ ଆଧାର ଗୁରୁତ୍ୱ ବିଶେଷ ଭାବେ ବଢିଯାଇଛି। ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଧାର ସେବା କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି କୁହାଯାଉଛି।
ଅନ୍ୟପକ୍ଷରେ ଆଧାର କାର୍ଡର ଲାମିନେଶନ ଓ ଏହାକୁ ପ୍ଲାଷ୍ଟିକ୍‍ କାର୍ଡ ଭଳି ବ୍ୟବହାର ନ କରିବାକୁ ୟୁଆଇଡିଏଆଇ ନିର୍ଦେଶାବଳୀ ଜାରି କରିଛି। ଆଧାର କାର୍ଡକୁ ଲାମିନେଶନ କଲେ ଏହାର କ୍ୟୁଆର କୋଡ଼ କାର୍ଯ୍ୟ କରେନାହିଁ ଓ ଏହାଦ୍ୱାରା ବ୍ୟକ୍ତିଗତ ତଥ୍ୟ ଚୋରି ହେବାର ଆଶଙ୍କା ରହିଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories