www.samajalive.in
Sunday, December 14, 2025
26.1 C
Bhubaneswar

ଜାଣନ୍ତୁ, ଝାଡ଼ୁ ସହ ଜଡ଼ିତ କିଛି ନିୟମ

ଘର ବା ଆଖପାଖର ପରିବେଶକୁ ସର୍ବଦା ପରିଷ୍କାର ପରିଚ୍ଛନ୍ନ ରଖିବା ଉଚିତ୍‍। କାରଣ ଆମେ ବାସ କରୁଥିବା ପରିବେଶ ସୁସ୍ଥ ରହିଲେ ଆମେ ସୁସ୍ଥ ରହିବା ଓ ମନରେ ସକରାତ୍ମକ ଭାବନା ସୃଷ୍ଟି ହେବ। ଏଥିସହିତ ଶାସ୍ତ୍ର ଅନୁସାରେ, ସବୁବେଳେ ପରିଷ୍କାର ପରିଚ୍ଛନ୍ନ ରହୁଥିବା ସ୍ଥାନରେ ମା’ଲକ୍ଷ୍ମୀ ବାସ କରିଥା’ନ୍ତି। ତେବେ ବାସ୍ତୁଶାସ୍ତ୍ର ଅନୁସାରେ, ଘର ପରିଷ୍କାର ବା ଝାଡୁ କରିବା ପ୍ରକ୍ରିୟାରେ ମଧ୍ୟ କିଛି ନିୟମ ବା ବିଧି ରହିଛି। ଚାଲନ୍ତୁ ଜାଣିବା ଝାଡୁ ସହ ଜଡ଼ିତ କିଛି ନିୟମ ବିଷୟରେ –
ଝାଡୁ କରା ଯାଉଥିବା ତଥା ସଫା ସୁତୁରା ରହୁଥିବା ଘରେ ମା’ ଲକ୍ଷ୍ମୀ ବାସ କରନ୍ତି। ସେଥିପାଇଁ ଝାଡୁକୁ ଖୋଲା ଜାଗାରେ ରଖନ୍ତୁ ନାହିଁ। ଏହାକୁ ସର୍ବଦା ଘରର ପଶ୍ଚିମ ଦିଗରେ ରଖନ୍ତୁ। ଝାଡୁକୁ ରୋଷେଇ ଘରେ ରôଖବା ମଧ୍ୟ ଅନୁଚିତ। ଏପରି କଲେ ଘରଲୋକଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥାଏ।
ବାସ୍ତୁଶାସ୍ତ୍ର ଅନୁସାରେ, ରାତିରେ ଘରର ଦ୍ଵାର ପାଖରେ ଝାଡୁ ରଖିଲେ ଘରକୁ ଆସୁରୀକ ଶକ୍ତି ପ୍ରବେଶ କରିଥା’ନ୍ତି। ସୂର୍ୟ୍ୟାସ୍ତ ପରେ ଘରେ ଝାଡୁ ମାରନ୍ତୁ ନାହିଁ। ଏମିତି କରିବା ଅଶୁଭ ହୋଇଥାଏ।
ଭୁଲ୍ରେ ଝାଡୁକୁ ଗୋଡ଼ ଲଗାନ୍ତୁ ନାହିଁ। ଏମିତି କଲେ ଆପଣଙ୍କୁ ଲକ୍ଷ୍ମୀଛଡା ଦୋଷ ଲାଗିବ। କୌଣସି ବି ପଶୁ ବା ପିଲାମାନଙ୍କୁ ଝାଡୁରେ ମାରନ୍ତୁ ନାହିଁ। ଏପରି କଲେ ଘରେ ଅଶାନ୍ତି ଲାଗି ରହିଥାଏ। ଘରର କୌଣସି ସଦସ୍ୟ ଯଦି ବାହାରକୁ ଯାଉଛନ୍ତି ତେବେ ସଙ୍ଗେ ସଙ୍ଗେ ଝାଡୁ ଲଗାନ୍ତୁ ନାହିଁ।
ଝାଡୁକୁ କେବେ ଠିଆ କରି ରଖନ୍ତୁ ନାହିଁ। ଏମିତି କଲେ ଶତ୍ରୁତା ବଢେ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି। ଯଦି ନୂଆ ଘରକୁ ଯାଉଛନ୍ତି ତେବେ ନୂଆ ଝାଡୁ ଆଣନ୍ତୁ। ପୁରୁଣା ଝାଡୁ ନେବାର ଅର୍ଥ ପୁରୁଣା ଅଶୁଭ ଶକ୍ତିକୁ ନୂଆ ଘରକୁ ଆଣୁଛନ୍ତି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories