www.samajalive.in
Friday, December 12, 2025
23.1 C
Bhubaneswar

ବାହାର ଠାରୁ ଅଧିକ ପ୍ରଦୂଷିତ ହୋଇଥାଏ ଘର ଭିତର ବାୟୁ

ଏକ ରିପୋର୍ଟରୁ ଜଣାପଡିଛି ଯେ, ଦିନ ବେଳା ଘରେ ଭିତର ବାୟୁ ଅଧିକ ପ୍ରଦୂଷଣ ହୋଇଥାଏ । ଭାକ୍ୟୁମିଂ କରିବା, ରୋଷେଇ କରିବା , ଘର ଝାଡାଝଡି କରିବା ଆଦି ଘର ଭିତର ବାୟୁ ପ୍ରଦୂଷଣର ମୁଖ୍ୟ କାରଣ । ଘର ଭିତରେ ହେଉଥିବା ବାୟୁ ପ୍ରଦୂଷଣ ଯୋଗୁଁ ଏହା ସ୍ବାସ୍ଥ୍ୟ ଉପରେ ଗୁରୁତର ପ୍ରଭାବ ପକାଇଥାଏ । ବିଶେଷ କରି ଆଜମା ବା ଶ୍ବାସ ରୋଗୀଙ୍କ ପାଇଁ ଏହା ପ୍ରାଣ ଘାତକ ହୋଇପାରେ ।

ବାହାର ପ୍ରଦୂଷଣ ସ୍ତର ତୁଳନାରେ କିଛି ଘରର ପ୍ରଦୂଷଣ ସ୍ତର ୧୦ରୁ ୩୦ ଗୁଣ ଅଧିକ ହୋଇଥାଏ । କେତେକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ, ଗୃହ ଉପକରଣ, ରଙ୍ଗ, ପୋଷା ପଶୁ ଠାରୁ ଆଲର୍ଜି ଏବଂ ରୋଷେଇ ଗ୍ୟାସ୍ ଆଦି ଦ୍ବାରା ଘର ଭିତରେ ବାୟୁ ପ୍ରଦୂଷଣ ଅଧିକ ହୋଇଥାଏ । ଏହା ମନୁଷ୍ୟ ଶରୀର ଅଧିକାଂଶ ଅଙ୍ଗକୁ ପ୍ରଭାବିତ କରିଥାଏ । ବାୟୁ ମଣ୍ଡଳରେ ଥିବା ବିଷାକ୍ତ ଉପାଦାନ ସିଧା ସଳଖ ପ୍ରଶ୍ବାସ ଜରିଆରେ ଫୁସଫୁସକୁ ଆକ୍ରାନ୍ତ ହୋଇଥାଏ । ଏହା ଦ୍ବାରା ଆଜମା ଓ ଫୁସଫୁସ କର୍କଟ ଭଳି ମାରତ୍ମକ ରୋଗ ସୃଷ୍ଟି ହୁଏ ।

- Advertisement -

ଘର ଭିତର ବାୟୁକୁ ପ୍ରଦୂଷଣ ମୁକ୍ତ ରଖିବାର ଉପାୟ

ଘର ଓ କାର୍ଯ୍ୟାଳୟର ଆର୍ଦ୍ରତା ନିୟନ୍ତ୍ରଣ କରନ୍ତୁ ।

ରୋଷେଇ ଘର ଓ ଶୌଚାଳୟରେ ବାୟୁ ନିଷ୍କାସନକାରୀ (ଏଗଜଷ୍ଟିଂ) ଫ୍ୟାନ୍ ଲଗାନ୍ତୁ ।

ଘରୋଇ ଉପକରଣକୁ ଭଲ ଭାବରେ ସଫା ରଖନ୍ତୁ ଏବଂ ଧୂଳି ଜମିବାକୁ ଦିଅନ୍ତୁ ନାହିଁ ।

କାର୍ପେଟ ବା ପାପୋଛକୁ ସଫା ଓ ସୁଖିଲା ରଖନ୍ତୁ ।

ତକିଆ, କମ୍ବଳ ଓ ଶୋଇବା ଶେଯକୁ ନିୟମିତ ସମୟ ବ୍ୟବଧାନରେ ୬୦ ଡିଗ୍ରୀ ସେଲସିୟସ୍ ତାପମାତ୍ରରେ ଧୁଅନ୍ତୁ ।

ଚଟାଣକୁ ନିୟମିତ ଭାବେର ସଫା ରଖନ୍ତୁ ।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories