www.samajalive.in
Wednesday, December 10, 2025
14.1 C
Bhubaneswar

ଚନ୍ଦାଙ୍କ କାଳିମା

କ୍ଷମତା ଓ ପଦର ଦୁରୁପଯୋଗ ଭାରତରେ ଏକ ସାଧାରଣ କଥା। ଏଥିରେ ବ୍ୟକ୍ତିଗତ ସ୍ବାର୍ଥ ପ୍ରାଧାନ୍ୟ ଲାଭ କରିଥାଏ ଏବଂ ଆନୁଷ୍ଠାନିକ ଦାୟିତ୍ବ ନ୍ୟୂନ ହୁଏ। ଆଇସିଆଇସିଆଇ ବ୍ୟାଙ୍କର ଉତ୍‌ଥାନ, ସଫଳତା ଓ ପରିଚାଳନାରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଥିବା ଏହାର ପରିଚାଳନା ନିର୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଚନ୍ଦା କୋଚାର ଏକଦା ସମସ୍ତଙ୍କର ନୟନ ପିତୁଳା ଥିଲେ। ସଫଳତା ଓ ନେତୃତ୍ବ କ୍ଷେତ୍ରରେ ସେ ଏହି ବ୍ୟାଙ୍କ ପାଇଁ ଯେଉଁସବୁ ଅବଦାନ ରଖିଥିଲେ ତାହା କିନ୍ତୁ ବ୍ୟକ୍ତିଗତ ପାରିବାରିକ ଲୋଭ କାରଣରୁ ତାଙ୍କ ଉଜ୍ବଳ ବୃତ୍ତିଗତ ଜୀବନରେ କାଳିମା ବୋଳି ଦେଇଛି।
ପ୍ରିୟାପ୍ରୀତି ତୋଷଣ ଓ ନିଜ ପରିବାରକୁ ଆର୍ଥିକ ସହାୟତା ଯୋଗାଇଥିବା ଭିଡ଼ିଓକନ୍‌ କମ୍ପାନୀକୁ ସେ ନୀତିନିୟମ ଉଲ୍ଲଙ୍ଘନ କରି ବିପୁଳ ଋଣ ଯୋଗାଇବା ମାମଲାରେ ଚଳିତବର୍ଷ ​‌େ​‌ମ ମାସରୁ ତାଙ୍କର ସମସ୍ତ କ୍ଷମତା କାଢ଼ି ନିଆଯାଇଥିଲା। ଏବେ ସେ ତଦନ୍ତର ସମ୍ମୁଖୀନ। ନିଜର କାର୍ଯ୍ୟକାଳ ସରିବାର ଛ’ମାସ ପୂର୍ବରୁ ୫୭ ବର୍ଷୀୟ ଚନ୍ଦା ଅକ୍ଟୋବର ଚାରି ତାରିଖରେ ଇସ୍ତଫା ଦେଇଛନ୍ତି। ଆଗୁଆ ଅବସର ନେଇଥିବା ଏହି ଅଭିଯୁକ୍ତ ବ୍ୟାଙ୍କ ପରିଚାଳିକାଙ୍କୁ ତାଙ୍କର ସମସ୍ତ ପ୍ରାପ୍ୟ ମିଳିବ କି ନାହିଁ ତାହା ତଦନ୍ତର ଫଳାଫଳ ଉପରେ ନିର୍ଭର କରେ। ଦୋଷୀ ସାବ୍ୟସ୍ତ ହେଲେ ସେ ମଧ୍ୟ କାରାଦଣ୍ଡ ଭୋଗିପାରନ୍ତି।
ଏହି ପ୍ରକରଣରେ ଯାହା ସବୁ ଶୁଣାଯାଉଛି ତାହା ଯଦି ସତ୍ୟ ପ୍ରମାଣିତ ହୁଏ, ଚନ୍ଦା ସାରାଜୀବନ ଏକ ଘୃଣ୍ୟ ଓ କଳଙ୍କିତ ଚରିତ୍ର ହୋଇ ବଞ୍ଚିରହିବେ। ଏକଦା ଉତ୍ତମ କାର୍ଯ୍ୟ ଓ ପରିଚାଳନା ପାଇଁ ସେ ଯେଉଁ ସୁନାମ ଅର୍ଜନ କରିଥିଲେ ତାହା ତାଙ୍କ ପାଇଁ ବିଦ୍ରୂପ ପ୍ରମାଣିତ ହେବ। କୁହାଯାଏ ଲୋଭରୁ ପାପ ଓ ପାପରୁ ସର୍ବନାଶ। ଚନ୍ଦାଙ୍କ କ୍ଷେତ୍ରରେ ତାହା ଘଟିଛି। ସେ ଆମ ସମୟର ଆଉ ଏକ ପତିତ ନାୟକର ଏକ ଉଦାହରଣ ପାଲଟି ଯାଇଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ। ଏବେକାର ପରିଚାଳକ, କ୍ଷମତାସୀନ ବ୍ୟକ୍ତି ବିଶେଷ ଏହି ଘଟଣାରୁ କିଛି ଶିକ୍ଷା କରିବେ ବୋଲି ଆଶା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories