www.samajalive.in
Monday, December 15, 2025
24.1 C
Bhubaneswar

ଡିଜିଟାଲ ଗଣମାଧ୍ୟମ ନିୟନ୍ତ୍ରଣ ପାଇଁ ଆସିବ ଆଇନ

ନୂଆଦିଲ୍ଲୀ : ଦେଶରେ ଡିଜିଟାଲ ଗଣମାଧ୍ୟମ ନିୟନ୍ତ୍ରଣ ପାଇଁ ସରକାର ଆଇନ ଆଣିବାକୁ ଯାଉଛନ୍ତି। ଆସନ୍ତା ସପ୍ତାହରୁ ଆରମ୍ଭ ହେବାକୁ ଯାଉଥିବା ସଂସଦ ଅଧିବେଶନରେ ଏ ସଂକ୍ରାନ୍ତ ବିଧେୟକ ଆଗତ ହେବ। ଏହାର ଚିଠା ପ୍ରସ୍ତୁତ ହୋଇସାରିଛି। ଖୁବ୍ ଶୀଘ୍ର କ୍ୟାବିନେଟ୍‌ ବୈଠକରେ ଏ ସଂକ୍ରାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ। ‘ରେଜିଷ୍ଟ୍ରେସନ୍‌ ଅଫ୍ ପ୍ରେସ୍‌ ଆଣ୍ଡ ପିରିୟଡିକାଲସ୍‌ ବିଲ୍‌’ ଭାବେ ଏହା ଆଗତ କରାଯିବ। ଗୃହୀତ ହେବା ପରେ ଏହା ୧୮୬୭ର ‘ପ୍ରେସ୍‌ ଆଣ୍ଡ ରେଜିଷ୍ଟ୍ରେସନ୍‌ ଅଫ୍‌ ବୁକ୍ସ ଆଇନ’ର ସ୍ଥାନ ନେବ। ପ୍ରସ୍ତାବିତ ଆଇନ ବଳରେ ମୁଦ୍ରିତ ଗଣମାଧ୍ୟମ ତୁଲ୍ୟ ଡିଜିଟାଲ ଗଣମାଧ୍ୟମ ନିୟନ୍ତ୍ରିତ ହେବ। ‘ନ୍ୟୁଜ୍‌ ଅନ୍‌ ଡିଜିଟାଲ ମିଡିଆ ଥ୍ରୁ ଏନି ଇଲେକ୍‌ଟ୍ରୋନିକ ଡିଭାଇସ୍‌’ ବା ଯେ କୌଣସି ଇଲେକ୍‌ଟ୍ରୋନିକ ଯନ୍ତ୍ର ମାଧ୍ୟମରେ ଡିଜିଟାଲ ମିଡିଆରେ ସମ୍ବାଦ ପ୍ରସାରଣ ନିୟନ୍ତ୍ରଣ ହେବ। ମୁଦ୍ରିତ ଗଣମାଧ୍ୟମ ଭଳି ଡିଜିଟାଲ ଗଣମାଧ୍ୟମଗୁଡ଼ିକୁ ପ୍ରେସ୍‌ ରେଜିଷ୍ଟ୍ରାର ଜେନେରାଲଙ୍କ ନିକଟରେ ପଞ୍ଜୀକରଣ ପାଇଁ ଆବେଦନ କରିବାକୁ ପଡ଼ିବ। ୨୦୧୯ରେ ସରକାର ବିଭିନ୍ନ ଖବରକାଗଜ ବା ପତ୍ରିକା ପ୍ରକାଶନ ସଂକ୍ରାନ୍ତ ଚିଠା ପ୍ରସ୍ତାବ ଆଣିଥିଲେ। ଏଥିରେ ଡିଜିଟାଲ ମିଡିଆ ଖବର ଇଣ୍ଟରନେଟ୍‌ ବା ମୋବାଇଲ ଫୋନ୍‌ରେ ଫଟୋ, ଗ୍ରାଫିକ୍ସ, ଅଡିଓ, ଭିଡିଓ ମାଧ୍ୟମରେ ପ୍ରସାରଣ ପାଇଁ ବ୍ୟବସ୍ଥା ରହିଥିଲା। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏବେ ଏଥିରେ ସଂଶୋଧନ କରାଯିବ।
ଏବେ ପ୍ରସ୍ତାବିତ ଆଇନ​‌େ​‌ର ଧାର୍ଯ୍ୟ ନିୟମାବଳୀର ଉଲଂଘନ ହେଲେ ସମ୍ପୃକ୍ତ ଗଣମାଧ୍ୟମ ଉପରେ ଜୋରିମାନା ସହ ଏହାର ପ୍ରସାରଣ ବନ୍ଦ କରାଯିବ; ନଚେତ୍‌ ପଞ୍ଜୀକରଣ ରଦ୍ଦ ହେବ। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ହାତରେ ସମସ୍ତ ପ୍ରଶାସନିକ କ୍ଷମତା ଧାର୍ଯ୍ୟ ହେବ। ଦଣ୍ଡ ଧାର୍ଯ୍ୟ ପାଇଁ ପ୍ରେସ୍‌ କାଉନ୍‌ସିଲ ଅଫ୍‌ ଇଣ୍ଡିଆର ଅଧ୍ୟକ୍ଷଙ୍କ ନେତୃତ୍ବରେ ଏକ ଆବେଦନ ଶୁଣାଣି ପରିଷଦ ଗଠନ କରାଯିବ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories