www.samajalive.in
Monday, December 15, 2025
15.1 C
Bhubaneswar

ଓଡ଼ିଶାରେ ଚେସ୍ ଅଲିମ୍ପିଆଡ୍‌ ମଶାଲ ଶୋଭାଯାତ୍ରା ଶେଷ ; ଭୁବନେଶ୍ବରରେ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର  : ଚେନ୍ନଇଠାରେ ଚେସ୍ ଅଲିମ୍ପିଆଡର ୪୪ତମ ସଂସ୍କରଣ ଚଳିତ ଜୁଲାଇ ୨୮ରୁ ଅଗଷ୍ଟ ୧୦ ପର୍ଯ୍ୟନ୍ତ ଖେଳାଯିବ। ପ୍ରଥମ ଥର ପାଇଁ ଭାରତରେ ଆୟୋଜିତ ହେବାକୁ ଥିବା ଉକ୍ତ୍ ପ୍ରତିଯୋଗିତା ଲାଗି ମଶାଲ ଶୋଭାଯାତ୍ରା ଓଡ଼ିଶାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଲୋକସେବା​‌ ଭବନ କନଭେନ୍‌ସନ ସେଣ୍ଟରରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଶାଲକୁ ସ୍ବାଗତ କରିଥିଲେ। ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତୀ ଅବସରରେ ଭାରତରେ ଚେସ୍ ଅଲିମ୍ପିଆଡ ଆୟୋଜିତ ହେବା ଗୌରବର ବିଷୟ। ଏହା ସମଗ୍ର ଦେଶ ପାଇଁ ବଡ ସମ୍ମାନ। ଓଡ଼ିଶାରେ ମଶାଲ ଶୋଭାଯାତ୍ରା ଆୟୋଜିତ ହେବା ଆମ ପାଇଁ ଗୌରବର ମୁହ୍ବର୍ତ୍ତ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମଶାଲ ଶୋଭାଯାତ୍ରାକୁ ସ୍ବାଗତ କରିବା ଅବସରରେ ମତପ୍ରକାଶ କରିଥିଲେ। ଚେସ୍‌ରେ ଓଡ଼ିଶା ଅଗ୍ରଣୀ ରାଜ୍ୟ। ଓଡ଼ିଶାରୁ ଏକାଧିକ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ଚେସ୍‌ ଖେଳାଳି ସୃଷ୍ଟି ହୋଇଛନ୍ତି। ୨୦୧୬ରେ ଓଡ଼ିଶାରେ ବିଶ୍ବ ଜୁନିୟର ଚେସ୍‌ ଚମ୍ପିଆନସିପ୍ ମଧ୍ୟ ଆୟୋଜିତ ହୋଇଛି। ରାଜ୍ୟରୁ କିଭଳି ଏକାଧିକ ଚେସ୍ ଖେଳାଳି ସୃଷ୍ଟି ହେବେ ସେ ନେଇ ଗୁରୁତ୍ବ ଦିଆଯିବ। ଏଥିପାଇଁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଚେସକୁ ପ୍ରୋତ୍ସାହିତ ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମତପ୍ରକାଶ କରିଛନ୍ତି। ଭାରତୀୟ ଚେସ୍ ସଂଘ, ଅଲ୍‌ ଓଡ଼ିଶା ଚେସ୍‌ ସଂଘ, କେନ୍ଦ୍ର ସରକାର, ତାମିଲନାଡୁ ସରକାରଙ୍କ ଉଦ୍ୟମକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରଶଂସା କରିବା ସହିତ ଚେସ୍‌ ଅଲିମ୍ପିଆଡ୍‌ର ସଫଳତା କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରୀଡ଼ାକୁ ସର୍ବାଧିକ ଗୁରୁତ୍ବ ଦେଉଛନ୍ତି। ରାଜ୍ୟରେ ବିଶ୍ବସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ସହ ଖେଳାଳିଙ୍କୁ ପ୍ରୋତ୍ସାହନରେ ଓଡ଼ିଶା ସରକାର ଦେଶରେ ଆଦର୍ଶ ପାଲଟିଛନ୍ତି। ନିକଟରେ ବିଦ୍ୟାଳୟରୁ ଅଲିମ୍ପିକ୍‌ସ ଶିକ୍ଷା ଭଳି କାର୍ଯ୍ୟକ୍ରମ ଓଡ଼ିଶାରେ ଆରମ୍ଭ ହୋଇଛି ବୋଲି ସ୍ବାଗତ ଭାଷଣ ଅବସରରେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ଅଲ୍‌ ଓଡ଼ିଶା ଚେସ୍‌ ସଂଘ ପୃଷ୍ଠପୋଷକ ଡ. ଅଚ୍ୟୁତ ସାମନ୍ତ କହିଛନ୍ତି। ଏହି ଅବସରରେ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ସଚିବ ଆର. ଭିନିଲ କ୍ରିଷ୍ଣା ଉପସ୍ଥିତ ଥିଲେ। ଏଓସିଏ ଯୁଗ୍ମ ସମ୍ପାଦକ ରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ମଶାଲ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ଭବ୍ୟ ଶୋଭାଯାତ୍ରାରେ ଓଡ଼ିଶା ଲୋକସେଭା ଭବନକୁ ନିଆଯାଇଥିଲା। ଚେସ୍ ଅଲିମ୍ପିଆଡ ଆୟୋଜକ କମିଟି ସଦସ୍ୟ ତଥାଅଲ୍‌ ଓଡ଼ିଶା ଚେସ୍‌ ସଂଘ ପୃଷ୍ଠପୋଷକ ଡ. ଅଚ୍ୟୁତ ସାମନ୍ତ ମଶାଲକୁ ମହିଳା ଗ୍ରାଣ୍ଡମାଷ୍ଟର କିରଣ ମନୀଷା ମହାନ୍ତିଙ୍କଠାରୁ ଗ୍ରହଣ କରିଥିଲେ। ପରେ ଡ. ସାମନ୍ତ ମଶାଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହସ୍ତାନ୍ତର କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମଶାଲକୁ ଅନ୍ତର୍ଜାତୀୟ ଚେସ୍ ତାରକା ପଦ୍ମିନୀ ରାଉତଙ୍କୁ ହସ୍ତାନ୍ତର କରିଥିଲେ। ଭୁବନେଶ୍ବର ପରେ ମଶାଲ ଶୋଭାଯାତ୍ରା ପୁରୀ, କୋଣାର୍କ ଓ କିଟ୍‌ ଓ କିସ୍‌ ବିଶ୍ବବିଦ୍ୟାଳୟ ପରିଭ୍ରମଣ କରିଥିଲା। ସୂଚନାଯୋଗ୍ୟ, ଜୁନ୍ ୧୯ରେ ନୂଆଦିଲ୍ଲୀଠାରେ ଚେସ୍‌ ଅଲିମ୍ପିଆଡ ମଶାଲ ରିଲେକୁ ଦିଲ୍ଳୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରିଥିଲେ। ପ୍ରତିଯୋଗିତାରେ ଓଡ଼ିଶାରୁ ଏକମାତ୍ର ଖେଳାଳି ଭାବେ ପଦ୍ମିନୀ ରାଉତ ଅଂଶଗ୍ରହଣ କରିବେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories