www.samajalive.in
Tuesday, December 9, 2025
19.1 C
Bhubaneswar

ରାହୁଲ ଗାନ୍ଧୀଙ୍କୁ ଆହ୍ୱାନ ଦେଲେ ସାକ୍ଷୀ ମହାରାଜ

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟିର ସାସଂଦ ସାକ୍ଷୀ ମହାରାଜ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଏକ ନିର୍ବାଚନ ଆହ୍ୱାନ ଦେଇଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ରାହୁଲ ଗାନ୍ଧୀ ଉତ୍ତରପ୍ରଦେଶର ଉନାଓରୁ ମୋ ବିପକ୍ଷରେ ଲଢନ୍ତୁ ବୋଲି ସେ ଆହ୍ୱାନ  କହିଛନ୍ତି । ଯଦି ରାହୁଲ ଗାନ୍ଧୀ ଏଥିରେ ବିଜୟ ହୁଅନ୍ତି ତେବେ ମୁଁ ରାଜନୀତି ଛାଡିଦେବି ବୋଲି ସାକ୍ଷୀ ମହାରାଜ କହିଛନ୍ତି।
ଏହାବ୍ୟତୀତ ରାହୁଲ ଗାନ୍ଧୀ ମାନସରୋଭର ଯାତ୍ରାକୁ ମଧ୍ୟ କଡା ସମାଲୋଚନା କରିଛନ୍ତି। ସାକ୍ଷୀ ମହାରାଜଙ୍କ କହିବା ଅନୁସାରେ ରାହୁଲ ଗାନ୍ଧୀ ଶୁଦ୍ଧ ନ ହୋଇ ଏହି ଯାତ୍ରାରେ ଯାଇଥିଲେ। ଯାହା ଶାସ୍ତ୍ର ଅନୁସାରେ ପୂଜା କରିବା ପୂର୍ବରୁ ଶୁଦ୍ଧ ହେବା ଦରକାର, କିନ୍ତୁ ରାହୁଲ ଗାନ୍ଧୀ ମାଂସ ଖାଇ ଏହି ଯାତ୍ରା କରିଥିବା ସେ କହିଛନ୍ତି। ବିଜେପି ରାହୁଲଙ୍କ ଏହି ଯାତ୍ରାକୁ ବିରୋଧ କରୁନାହିଁ, କିନ୍ତୁ ଏହା ଶାସ୍ତ୍ର ବିରୋଧୀ। ରାମମନ୍ଦିର ପ୍ରସଙ୍ଗରେ ଏକ ପ୍ରଶ୍ନର ଉତ୍ତରରେ ସାକ୍ଷୀ ମହାରାଜ କହିଥିଲେ, ବର୍ତ୍ତମାନ ‘ସବକା ସାଥ ସବକା ବିକାଶ’ ଆମର ମୂଳ ମନ୍ତ୍ର। ତେଣୁ ସ୍ଥିତି ଅନୁସାରେ ଯୁଦ୍ଧ ପ୍ରସ୍ତୁତ କରାଯାଏ। ସେହିପରି ଆମେ ମଧ୍ୟ ସମୟ ଆସିଲେ ରାମମନ୍ଦିର କଥା ସାମ୍ନାକୁ ଆଣିବୁ।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories