www.samajalive.in
Monday, December 15, 2025
24.1 C
Bhubaneswar

ସୁନାବେଶ ଦେଖି ଫେରିବା ସମୟରେ ଅଘଟଣ; ଓଲଟିପଡ଼ିଲା ବସ୍‌

ପିପିଲି: ପୁରୀରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସ ସୋମବାର ଦିନ ସାଢେ ୧୨ଟା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତାରେ ଓଲଟି ପଡିଛି। ଫଳରେ ୨୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି।

ବସରେ ୬୦ରୁ ଊର୍ଦ୍ଧ୍ବ ଯାତ୍ରୀ ସୁନାବେଶ ଦେଖି ଭୁବନେଶ୍ବର ଫେରୁଥିଲେ। ସାତଶଙ୍ଖ ନିକଟ ଜଶୁଆପୁର୍ ଗ୍ରାମ୍ୟ ଛକଠାରେ କୌଣସି କାରଣରୁ ବସ୍‌ଟି ଭାରସ୍ୟାମ ହରାଇ ରାସ୍ତା ମଝିରେ ଥିବା ଡିଭାଇଡର୍‌ ସହ ଧକ୍କା ଲାଗିବା ସହ ତା’ ଉପରେ ଚଢିଯାଇ ଓଲଟି ପଡିଥିଲା। ଫଳରେ ବସରେ ଥିବା ୨୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିଲେ। ପୁଲିସ ଓ ସ୍ଥାନୀୟ ଲୋକେ ସମସ୍ତ ଆହତଙ୍କୁ ଉଦ୍ଧାର କରି ସାକ୍ଷୀଗୋପାଳ ଓ ମଙ୍ଗଳପୁର ମେଡିକାଲରେ ଭର୍ତି କରିଛନ୍ତି। ବସ୍‌ରେ କ୍ଷମତାଠାରୁ ଅଧିକ ଯାତ୍ରୀ ଥିବା ସୂଚନା ମିଳିଛି। ଦୁର୍ଘଟଣା ସମୟରେ ବର୍ଷା ହେଉଥିଲା। ଦୁର୍ଘଟଣା ପରେ ଯଶୁଆପୁର୍ ଗ୍ରାମବାସୀମାନେ ସେଠାରେ ପହଞ୍ଚି ବସକୁ ସିଧା କରିବା ସହ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ଦୁର୍ଘଟଣା ପରେ ଗାଡ଼ି ଚାଳକ ଓ ହେଲପର୍ ସେଠାରୁ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି।

Hot this week

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ସମାଜ ଡିଜିଟାଲ ଡେସ୍କ: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

Related Articles

Popular Categories