www.samajalive.in
Monday, December 15, 2025
24.1 C
Bhubaneswar

ଦେଶରେ କଠୋର ଜନ୍ମ ନିୟନ୍ତ୍ରଣ ଆଇନ ପ୍ରଣୟନ ଦାବୀରେ ବିକ୍ଷୋଭ ପ୍ରଦର୍ଶନ ଏବଂ ଦାବିପତ୍ର ପ୍ରଦାନ

ସମ୍ବଲପୁର : ବିଶ୍ବ ଜନସଂଖ୍ୟା ଦିବସ ଅବସରରେ ସୋମବାର ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ ସମ୍ବଲପୁର ଜିଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ ସହ ଦାବିପତ୍ର ପ୍ରଦାନ କରାଯାଇଛି। ଦେଶର ଭବିଷ୍ୟତ ସୁରକ୍ଷା ପାଇଁ ସବୁ ନାଗରିକମାନଙ୍କ ପାଇଁ ସର୍ବାଧିକ ଦୁଇଟି ସନ୍ତାନ ବାଧ୍ୟତାମୂଳକ କରି ଏକ ସ୍ୱତନ୍ତ୍ର ଆଇନ ଉଭୟ ସଂସଦ ଏବଂ ସବୁ ରାଜ୍ୟର ବିଧାନସଭାମାନଙ୍କରେ ପାରିତ କରିବା ଦାବିରେ ଦେଶର ସମସ୍ତ ଜିଲା ମୁଖ୍ୟାଳୟମାନଙ୍କ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଏବଂ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଅବସରରେ ଆଜି ସମ୍ବଲପୁର ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ ଜିଲ୍ଲା ସଭାପତି ମିଲନ ମହାରଣାଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ କର୍ମୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଉଭୟ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସମ୍ବଲପୁର ଜିଲାପାଳଙ୍କ ଜରିଆରେ ଦୁଇଟି ପୃଥକ ଦାବିପତ୍ର ପ୍ରଦାନ କରିଛନ୍ତି ।

ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ମହିଳା ମୋର୍ଚ୍ଚା ସଭାପତି ଭାରତୀ ପଣ୍ଡା, ପୁଷ୍ପାଞ୍ଜଳି ଦାଶ, ଭାରତୀ ଠାକୁର, ପୁଷ୍ପାଞ୍ଜଳି ଜେନା, ବୀଣାପାଣି ଦାଶ, ତୃପ୍ତିମୟୀ ପଣ୍ଡା, ସୁଜାତା ନାୟକ, ମଞ୍ଜୁଲତା ପଣ୍ଡା, କାନ୍ତି ମେହେର, ଅମୃତା ପଟ୍ଟନାୟକ, ଯମୁନା ନାୟକ, କବିତା ବରେଇ, ବିଷ୍ଣୁପ୍ରିୟା ସୁନା, ରଶ୍ମିତା ମହାନ୍ତି, କୁମାରୀ ସ୍ୱାଇଁ, ମିନାକ୍ଷୀ ଦାସ, ସନ୍ତୋଷିନୀ ବେହେରା, ସୁକାନ୍ତି ବାଗ, ନମିତା ସାହୁ, ସବିତା ସରଭଙ୍ଗ, ଦାମୋଦର କର, କାର୍ତ୍ତିକ ପ୍ରସାଦ ବହିଦାର, ଡ଼ା ପ୍ରଭାସ ଚନ୍ଦ୍ର ଦେବତା, ରୁଦ୍ର ପ୍ରତାପ ଦ୍ବିବେଦୀ, ଅରବିନ୍ଦ ନାୟକ, ସମୀର ରଞ୍ଜନ ବାବୁ, ସୁଜିତ ମିଶ୍ର, ସୌମିକ ବାବୁ, ପ୍ରଦୀପ ସୁପକାର, ନମ୍ରସକାନ୍ତ ପଟ୍ଟନାୟକ, ଉପଲ ମଜୁମଦାର, ଉପେନ୍ଦ୍ର ଝା, ନନ୍ଦ କିଶୋର ମିଶ୍ର, ସଞ୍ଜୟ ଚାନ୍ଦ, ଗିରିଜା ଚନ୍ଦ୍ର ପାଢ଼ୀ, ଲିଙ୍ଗରାଜ ଦୋରା, ରାକେଶ ପୁରୋହିତ, ଜୟକୃଷ୍ଣ ସ୍ବାଇଁ, ବିନୟ ବରେଇ, ସୁରଜ କୁମାର ଗୁରୁ, ଉମାଶିଷ ବେଜ ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ସମାଜ ଡିଜିଟାଲ ଡେସ୍କ: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

Related Articles

Popular Categories