ଉଖୁଣ୍ଡା ସମବାୟ ସମିତି ନିର୍ବାଚନ, ବିଜେଡି ସମର୍ଥିତ ୬ ପ୍ରାର୍ଥୀ ବିଜୟୀ
ଝୁମ୍ପୁରା: ଝୁମ୍ପୁରା ବ୍ଲକ ଉଖୁଣ୍ଡା ବହୁମୁଖି ସମବାୟ ସମିତି ର ଡାଇରେକ୍ଟର ପଦବି ପାଇଁ ନିର୍ବାଚନ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ସମବାୟ ସମିତି ପକ୍ଷରୁ ନିର୍ବାଚନ ପରିଚାଳନା ଦାୟିତ୍ୱ ପାଇଁ ନିଯୁକ୍ତି ହୋଇଥିବା ସୁଶିଲ କୁମାର ନାଏକ ଏବଂ ଉଖୁଣ୍ଡା ସମବାୟ ସମିତି ଏମ୍ ଡି ନବୀନ ମହାନ୍ତଙ୍କ ପ୍ରତ୍ୟକ୍ଷ ତ୍ୱତ୍ତା ବଧାନରେ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହି ସମବାୟ ସମିତି ପାଇଁ ୧୫ ଟି ଡାଇରେକ୍ଟର ପଦବୀ ରହିଛି। ସେଥି ମଧ୍ୟରୁ ୭ ଜଣ ଡାଇରେକ୍ଟର ନିର୍ଦ୍ନନ୍ଦରେ ନିର୍ବାଚିତ ହୋଇଥିବା ବେଳେ ୨ଟି ନିର୍ବାଚନ ଜୋନରେ କୌଣସି ପ୍ରାର୍ଥି ପ୍ରତିଦୁନ୍ଦିତା କରିନଥିବା ବେଳେ ୬ ଟି ଡାଇରେକ୍ଟର ପଦବୀ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସମବାୟ ସମିତି ପକ୍ଷରୁ ନିର୍ନ୍ଦାରୀତ ସମୟ ସକାଳ ୮ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ସମୟ ବିଭାଗ ଧାର୍ଯ୍ୟ କରିଥିଲେ। ୪.୧୫ରୁ ଭୋଟ ଗଣତି କାର୍ଯ୍ୟ ଚାଲୁ ହୋଇଥିଲା। ୬ଟି ଡାଇରେକ୍ଟର ପଦବୀ ନିମନ୍ତେ ମୁଖ୍ୟତ ବିଜେପି ସମର୍ଥିତ ପ୍ରାର୍ଥି ଏବଂ ବିଜେଡି ସମର୍ଥିତ ପ୍ରାର୍ଥି ମାନଙ୍କ ମଧ୍ୟ ପ୍ରତିଦୁନ୍ଦିତା ହୋଇଥିଲା। ଚଳିତ ଥର ଉଖୁଣ୍ଡା ସମବାୟ ସମିତି ନିର୍ବାଚନରେ ବିଜେଡି ସମର୍ଥିତ ସମସ୍ତ ପ୍ରାର୍ଥିଙ୍କୁ ବିଜୟ କରିବା ପାଇଁ ପାଟଣା ବିଧାୟକ ଜଗନ୍ନାଥ ନାଏକ ଏବଂ ଝୁମ୍ପୁରା ବ୍ଲକ ବିଜୁ ଜନତା ଦଳ ଯୁବ ସଭାପତି ହରିଭକ୍ତ କୁନା ଗିରି ୧୫ ଦିନ ପୂର୍ବରୁ ଗୋଟି ଚାଳନା କରି ଥିଲେ ଏବଂ ସମବାୟ ସମିତିର ଭୋଟରମାନଙ୍କୁ ସାକ୍ଷାତ କରି ଦଳ ସମର୍ଥିତ ପ୍ରାର୍ଥି ମାନଙ୍କୁ ବିଜୟ କରିବା ପାଇଁ ଉଦ୍ୟମ କରିବା ସହିତ ବିଧାୟକଙ୍କ ଶ୍ରମକୁ ସାମର୍ଥ ହୋଇଥିବା ଦେଖିବାକୁ ମିଳିଥିଲା।
ବିଜେଡି ସମର୍ଥନରେ ପ୍ରାର୍ଥୀ ହୋଇଥିବା ରଘୁନାଥ ନାଏକ, ସୁଶାନ୍ତ କୁମାର ପ୍ରଧାନ, ସବିତା ମହାନ୍ତ, ପ୍ରଦୀପ କୁମାର ନାଏକ, ଶ୍ରୀବତ୍ସ କୁମାର ସାହୁ, ରାଜେନ୍ଦ୍ର କୁମାର ପ୍ରଧାନ ବିଜୟ ହୋଇଛନ୍ତି। ଭୋଟ ଗଣତି ସରିବା ପରେ ଦାୟିତ୍ୱରେ ରହିଥିବା ନିର୍ବାଚନ ଅଧିକାରୀ ବିଜୟ ହୋଇଥିବା ଡାଇରେକ୍ଟରମାନଙ୍କ ନାମକୁ ଘୋଷଣା କରିଥିଲେ, ସେମାନେ ହେଲେ ବନବିହାରୀ ମହାନ୍ତ, ରଘୁନାଥ ନାଏକ, ଶାରଳା ନାଏକ, ଶଙ୍ଖାଳି ନାଏକ, ରଙ୍ଗାଧର ନାଏକ, ସୁଶାନ୍ତ ପ୍ରଧାନ, ସବିତା ମହାନ୍ତ, ପ୍ରଦୀପ କୁମାର ନାଏକ, ଶ୍ରୀବତ୍ସ କୁମାର ସାହୁ, ମଲ୍ଲୀ ମହାନ୍ତ, ପ୍ରବୀର ରଞ୍ଜନ ନାଏକ, ବସନ୍ତ ନାଏକ ପ୍ରମୁଖ ଡାଇରେକ୍ଟର ନିର୍ବାଚିତ ହୋଇଛନ୍ତି। ୫ ନମ୍ବର ଓ ୧୨ ନମ୍ବର ନିର୍ବାଚନ ଜୋନରେ କୌଣସି ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଆସିନଥିବା ଜଣାଯାଇଛି। ବିଜେଡି ଦଳ ସମର୍ଥୀତ ସମସ୍ତ ପ୍ରାର୍ଥୀ ନିର୍ବାଚିତ ହୋଇଥିବାରୁ ଝୁମ୍ପୁରା ବ୍ଲକ ବିଜୁ ଜନତା ଦଳର ସକ୍ରିୟ କର୍ମୀମାନେ ନୂତନ ଭାବରେ ଡାଇରେକ୍ଟର ନିର୍ବାଚିତ ହୋଇଥିବା ପ୍ରାର୍ଥୀମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିବା ଦେଖିବାକୁ ମିଳିଥିଲା।
Comments are closed.