www.samajalive.in
Monday, December 15, 2025
24.1 C
Bhubaneswar

ଜାମଚୁଆଁ ଗାଁରେ ଅଘଟଣ, ବଜ୍ରାଘାତରେ ୧୧ ଗୋରୁଙ୍କ ମୃତ୍ୟୁ

ଲାଞ୍ଜିଗଡ଼: ଆଜି ଅପରାହ୍ନରେ ଲାଞ୍ଜିଗଡ ଅଞ୍ଚଳରେ ପ୍ରବଳ ବର୍ଷା ସହିତ ଝଡତୋଫାନ ହୋଇଥିଲା । ଏହାସହ ପ୍ରବଳ ବିଜୁଳି ଓ ଘଡଘଡି ମାରିବାରୁ ବଜ୍ରାଘାତରେ ଲାଞ୍ଜିଗଡ ଗ୍ରାମପଞ୍ଚାୟତ ଜାମଚୁଆଁ ଗାଁରେ ୧୧ଟି ଗୋରୁଙ୍କ ମୃତ୍ୟୁ ଘଟିଛି। ଆଜି ଅପରାହ୍ନରେ ଦୁର୍ଗମ ଜାମଚୁଆଁ ଗାଁରୁ ଦୁଇ କିମି ଦୂରରେ ଥିବା ଜଙ୍ଗଲକୁ ଗାଈଗୋରୁ ଚରିବାକୁ ଯାଇଥିବାବେଳେ ସନ୍ଧ୍ୟା ସୁଦ୍ଧା ଘରକୁ ନଫେରିବାରୁ ଗୋରୁ ମାଲିକମାନେ ଖୋଜାଖୋଜି କରିବାକୁ ଗଲାବେଳେ ଏକ ଗଛତଳେ ଗୋରୁମାନେ ମୃତ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ। ଅପରାହ୍ନ ଚାରିଟା ସମୟରେ ହୋଇଥିବା ବଜ୍ରାଘାତ ଯୋଗୁଁ ୧୧ଟି ଗୋରୁ ମୃତ୍ୟୁମୁଖରେ ପଡିଥିବା ସ୍ପଷ୍ଟ ହେବାପରେ ସେମାନେ ସ୍ଥାନୀୟ ସରପଞ୍ଚ ସରସ୍ୱତୀ ମୁଣ୍ଡାଙ୍କୁ ଜଣାଇବାରୁ ସରପଞ୍ଚ ଏ ସଂପର୍କରେ ରାଜସ୍ୱ ବିଭାଗ ଓ ପ୍ରାଣୀ ସଂପଦ ବିଭାଗକୁ ଜଣାଇଥିବା ସୂଚନା ମିଳିଛି।

 

- Advertisement -

ତେବେ ରାତି ହୋଇଯିବାରୁ ସକାଳେ ଘଟଣାସ୍ଥଳରେ ପହଞô୍ଚ ରାଜସ୍ୱ ବିବାଗ ଓ ପ୍ରାଣୀ ସମ୍ପଦ ବିଭାଗ ସରଜମିନ ତଦନ୍ତ କରିବେ ବୋଲି ଜଣାପଡିଛି। ଆଜିର ବଜ୍ରାଘାତରେ ଜାମଚୁଆଁ ଗାଁର କତୁ ଲୋହରାଙ୍କ ୫ ଗୋଟି, ରବି ମାଝୀଙ୍କ ୨ ଗୋଟି, କାନ୍ଦ୍ରା ମାଝୀ, ଲିଜାଙ୍ଗ ମାଝୀ, ବାରିକ ମାଝୀ, ଲାଲୁ ମାଝୀଙ୍କ ଗୋଟିଏ ଲେଖାଏଁ ଗୋରୁଙ୍କ ମୃତ୍ୟୁ ଘଟିଛି। ତେବେ ଆଗକୁ ଚାଷଋତୁ ଆସୁଥିବାବେଳେ ନିଜର ଗାଈଗୋରୁଙ୍କ ମୃତ୍ୟୁ ଯୋଗୁଁ ଚାଷୀମାନେ ସଂପୂର୍ଣ୍ଣ ଭାବେ ଭାଙ୍ଗି ପଡିଛନ୍ତି। ଏଣୁ ତଦନ୍ତ ପୂର୍ବକ ସେମାନଙ୍କୁ ତୁରନ୍ତ କ୍ଷତିପୂରଣ ରାଶି ପ୍ରଦାନ ପାଇଁ ଦାବି ହେଉଛି।

Hot this week

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

Related Articles

Popular Categories