www.samajalive.in
Sunday, December 14, 2025
23.1 C
Bhubaneswar

ଏଟିଏମରୁ ଟଙ୍କା ଚୋରୀ ଘଟଣା, ଅଭିଯୁକ୍ତ ଗିରଫ

ଗୁଣପୁର: ବିକ୍ରମପୁର ସ୍ଥିତ ଏସବିଆଇ ଏଟିଏମରୁ ଗତ ୧୨ ତାରିଖରେ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୁଲିସ ସିସି ଟିଭିର ଫୁଟେଜକୁ ଆଧାର କରି ଜଣଙ୍କୁ ଗିରଫ କରିଛନ୍ତି। ଅଭିଯୁକ୍ତ ଜଣଙ୍କ ହେଲେ ଆନ୍ଧ୍ର ପ୍ରଦେଶ ବାତ୍ତିଲି ଗ୍ରାମର ପି.ନାଗୁ ରାମକ୍ରିଷ୍ଣାରାଜୁ। ତାଙ୍କ ନିକଟରୁ ୬୦ ହଜାର ଟଙ୍କା ମଧ୍ୟ ଜବତ କରାଯାଇଥିବା ପୋଲିସ ପକ୍ଷରୁ ସୁଚନା ପ୍ରଦାନ କରାଯାଇଛି। ଉଲେଖଯୋଗ୍ୟ ବିକ୍ରମପୁର ଅଞ୍ଚଳର ଜି.ଉପେନ୍ଦ୍ର ଟଙ୍କାଧରି ଏଟିଏମରେ ଜମା ଦେବା ପାଇଁ ଯାଇଥିଲେ। ଏହି ସମୟରେ ଫୋନ ଆସିବାରୁ ବ୍ୟସ୍ଥତା ମଧ୍ୟରେ ଏଟିଏମ ଉପରେ ଟଙ୍କା ରଖି କଥା ହେବାକୁ ବାହାରକୁ ଆସି ଯାଇଥିଲେ। ଏହି ସମୟରେ ଜଣେ ଅଜଣା ବ୍ୟକ୍ତି ଏଟିଏମକୁ ଆସିଥିଲେ। ଟଙ୍କା ଉଠାଇବା ସହ ଏଟିଏମ ଉପରେ ଥିବା ଟଙ୍କା ସହ ସେଥିରେ ଥିବା ଏଟିଏମ କାର୍ଡକୁ ମଧ୍ୟ ନେଇଯାଇଥିଲେ। ଏହି ଘଟଣା ପରେ ଉପେନ୍ଦ୍ର ଥାନାରେ ଅଭିଯୋଗ କରିଥିଲେ। ସିସି ଟିଭିକୁ ଫୁଟେଜକୁ ଆଧାର କରି ପୁଲିସ ତଦନ୍ତ କରି ବାତ୍ତିଲି ଗ୍ରାମର ପି.ନାଗୁଙ୍କୁ ଗିରଫ କରାଯାଇଥିବା ସହ ଜବତ ଟଙ୍କା ପ୍ରଦାନ କରାଯାଇଥିବା ଆଇଆଇସି ଯଶବନ୍ତ ହିଆଲ ସୂଚନା ପ୍ରଦାନ କରିଛନ୍ତି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories