ଗୁଣପୁର: ରାମନାଗୁଡା ବ୍ଲକ ଅଧିନ ପେଣକାମ ଗାଁରେ ଚଢାଉ କରି ପିଡିଏସ ଚାଉଲ କାରବାର ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛନ୍ତି। ଗିରଫ ଦୁଇ ଅଭିଯୁକ୍ତ ହେଲେ ଉନା.ନିତ୍ୟାନନ୍ଦ ଏବଂ ରଘୁମଣି ରତ୍ନାଲୁ। ସେମାନଙ୍କ ନିକଟରୁ ୬୦ ବସ୍ତା ପିଡିଏସ ଚାଉଳ ଜବତ କରାଯାଇଥିବା ଆଇଆଇସି ଯଶବନ୍ତ ହିଆଲ କହିଛନ୍ତିି। ଆଇଆଇସି ହିଆଲଙ୍କ କହିବା ହେଲା ପେଣକାମ ଗାଁରେ ଦୁଇ ଜଣ ବ୍ୟକ୍ତି ପିଡିଏସ ଚାଉଳ କାରବାର କରୁଥିବା ବିସ୍ୱସ୍ତ ସୁତ୍ରରୁ ଖବର ମିଳିଥିଲା। ଏହାପରେ ପୁଲିସ ପକ୍ଷରୁ ସେହି ଗାଁରେ ଚଢାଉ କରାଯାଇଥିଲା। ଚଢାଉରେ ସମୟରେ ନିତ୍ୟାନନ୍ଦ ଏବଂ ରଘୁମଣିଙ୍କ ଘରରୁ ୬୦ ବସ୍ତା ପିଡିଏସ ଚାଉଳ ଜବତ କରାଯାଇଥିଲା।
Popular Categories



