www.samajalive.in
Sunday, December 7, 2025
13.1 C
Bhubaneswar

ରିଲାଏନ୍ସ ଜୁଏଲ୍‌ସ ପକ୍ଷରୁ ଉତ୍ସବ ଦ୍ୱାରା ଅନୁପ୍ରାଣିତ ସ୍ୱତନ୍ତ୍ର ସମ୍ଭାର ସହିତ ରଜ ପର୍ବ ପାଳନ

ରିଲାଏନ୍ସ ଜୁଏଲସ୍ ଏକ ଚମକ ସହ ନାରୀତ୍ୱର ଅସୀମ ଭାବକୁ ନେଇ ରଜ ପର୍ବ ପାଳନ କରୁଛି
ଭୁବନେଶ୍ୱର: ଭାରତର ଅଗ୍ରଣୀ ଗହଣା ବ୍ରାଣ୍ଡ୍ ରିଲାଏନ୍ସ ଜୁଏଲସ୍ ପକ୍ଷରୁ ରଜ ପର୍ବରେ ଓଡ଼ିଶାରେ ଏକ ସ୍ୱତନ୍ତ୍ର ଗହଣା ସମ୍ଭାରର ଶୁଭାରମ୍ଭ କରାଯାଇଛି । ଏହି ସ୍ୱତନ୍ତ୍ର ସମ୍ଭାର ଜରିଆରେ ରିଲାଏନ୍ସ ଜୁଏଲସ୍ ସେହି ସ୍ୱତନ୍ତ୍ର ଚମକକୁ ପାଳନ କରିବାକୁ ଲକ୍ଷ୍ୟ ରଖିଛି ଯାହା ନାରୀମାନେ ନିଜ ସହ ଆଣିଥାନ୍ତି । ଓଡ଼ିଶାର ପରମ୍ପରା, ପସନ୍ଦ ଓ ପ୍ରାଥମିକତା ଅନୁଯାୟୀ ରିଲାଏନ୍ସ ଜୁଏଲସ୍ ପକ୍ଷରୁ ଏହି ସୁନ୍ଦର ଭାବେ କାରିଗରୀ କରାଯାଇଥିବା ଉତ୍ସବ ସମ୍ଭାରରେ ସୁନା ନେକ୍‌ଲେସ୍ ସେଟ୍ ଓ ସୁନା ଏବଂ ହୀରା ଅକେଜନ୍ ଓୟାର ଇୟର ରିଙ୍ଗର ଉନ୍ମୋଚନ ସହ ଏହି ଉତ୍ସବକୁ ପାଳନ କରାଯାଉଛି ।

 

- Advertisement -

ଏହି ସମ୍ଭାରର ଡିଜାଇନ୍‌ଗୁଡ଼ିକ ଓଡ଼ିଶାର ସମୃଦ୍ଧ ଐତିହ୍ୟକୁ ପ୍ରରିପ୍ରକାଶ କରୁଛି ଏବଂ ରଜ ପର୍ବ ପାଳନକୁ ସ୍ମରଣୀୟ କରିବା ଲାଗି ସୂକ୍ଷ୍ମ କାରିଗରୀ ସହିତ ତାହାକୁ ସମ୍ମିଳିତ କରିଛି । ଏହି ସମ୍ଭାରର ଉଦ୍ଦେଶ୍ୟ ହେଉଛି ସମାଜର ଲୋକମାନଙ୍କୁ ଏକତ୍ରୀତ କରିବା ଓ ରଜର ଉଲ୍ଲାସକୁ ପାଳନ କରିବା । ଉତ୍ସବର ପ୍ରକୃତ ଅର୍ଥକୁ ବୁଝାଇବା ଓ ଅନ୍ୟମାନଙ୍କ ସହ ତାହାକୁ ପାଳନ କରିବା ବିଷୟକୁ ମନେ ପକାଇବା ଲାଗି ପ୍ରତିଟି ଗହଣାକୁ ଯତ୍ନର ସହିତ ପ୍ରସ୍ତୁତ କରାଯାଇଛି ।

 

ରଜ ପାଇଁ ସ୍ୱତନ୍ତ୍ର ଭାବେ କାରିଗରୀ କରାଯାଇଥିବା ସୁନା ଗହଣା ସମ୍ଭାର ୨୨ କ୍ୟାରେଟ୍ ସୁନା ନେକ୍‌ଲେସ୍ ସେଟ୍ ଓ ସୁନ୍ଦର ଅକେଜନ୍ ଓୟାର ଇୟରରିଙ୍ଗ୍ ସୁନା ଓ ହୀରାରେ ସୂକ୍ଷ୍ମ ଡିଜାଇନ ସହିତ ଉପଲବ୍ଧ ହୋଇଛି । ଉତ୍ସବରେ ପିନ୍ଧିବା ଲାଗି ଏହି ଗହଣାଗୁଡ଼ିକ ବେଶ ଉପଯୁକ୍ତ । ନୂତନ ଭାବେ ଉନ୍ମୋଚନ ହୋଇଥିବା ଗହଣା ସମ୍ଭାର ସହିତ ଓଡ଼ିଶାରେ ରହିଥିବା ରିଲାଏନ୍ସ ଜୁଏଲସ୍ ସୋ’ରୁମ୍‌ଗୁଡ଼ିକରେ ବ୍ୟାପକ ପାରମ୍ପରିକ ଗହଣା ସମ୍ଭାର ଓ ଆକର୍ଷଣୀୟ ହୀରା ଡିଜାଇନର ବର୍ଗମାଳା ଉପଲବ୍ଧ ରହିଛି ।

 

ସାରା ଓଡ଼ିଶାରେ ରହିଥିବା ରିଲାଏନ୍ସ ଜୁଏଲସ୍ ସୋ’ରୁମ୍‌ଗୁଡ଼ିକରେ ୨୦୨୨ ଜୁନ୍ ୧୪ରୁ ୧୯ ପର୍ଯ୍ୟନ୍ତ ରଜ ପର୍ବ ପାଳନ କରାଯାଉଛି ଏବଂ ଗ୍ରାହକମାନେ ପ୍ରତି ୭ ଗ୍ରାମର ସୁନା ଗହଣା ଓ ପ୍ରତି ୭୦୦୦ ଟଙ୍କା ମୂଲ୍ୟର ହୀରା ଗହଣା କିଣାକିଣି ଉପରେ ରଜ ସ୍ୱତନ୍ତ୍ର ଅଫରରେ ମାଗଣା ସୁନା କଏନ୍ ପାଇପାରିବେ (ସର୍ତାବଳୀ ଲାଗୁ) । ରିଲାଏନ୍ସ ଜୁଏଲସ୍‌ର ସାରା ଓଡ଼ିଶାରେ ୧୦ଟି ସୋ’ରୁମ୍ ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର, ଅନୁଗୁଳ, ଯାଜପୁର, ସମ୍ବଲପୁର, ଝାରସୁଗୁଡ଼ା ଓ ଭଦ୍ରକ ସହରରେ ରହିଛି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories