www.samajalive.in
Tuesday, November 18, 2025
16.1 C
Bhubaneswar

ଅଦାନୀଙ୍କୁ ଆମେରିକାରୁ ଝଟକା, ସୌର ପ୍ରକଳ୍ପ ପାଇଁ ଲାଞ୍ଚ ଦେଇଥିବା ଅଭିଯୋଗ

ଭାରତୀୟ ଶିଳ୍ପପତି ତଥା ଅଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଅଦାନୀଙ୍କୁ ଆମେରିକାରୁ ବଡ଼ ଝଟକା ମିଳିଛି। ଅଦାନୀ ଗ୍ରୁପ ଆମେରିକାରେ ନିବେଶକମାନଙ୍କ ସହିତ ଠକେଇ କରିବା ଏବଂ ଏକ ସୌର ଶକ୍ତି ଚୁକ୍ତି ହାସଲ କରିବା ଲାଗି ଭାରତୀୟ ଅଧିକାରୀମାନଙ୍କୁ ହଜାର ହଜାର କୋଟି ଟଙ୍କା ଲାଞ୍ଚ ଦେଇଥିବା ନେଇ ଅଭିଯୋଗ ହୋଇଛି। ଏହି ମାମଲା ଅଦାନୀ ଗ୍ରୀନ ଏନର୍ଜୀ ଏବଂ ଅନ୍ୟ କିଛି କମ୍ପାନୀ ସହିତ ଜଡ଼ିତ ଥିବା ଜଣାପଡ଼ିଛି। ଏହି ଖବର ସାମ୍ନାକୁ ଆସିବା ପରେ ଗୁରୁବାର ଶେୟାର ବଜାରରେ ଅଦାନୀଙ୍କ ସମସ୍ତ କମ୍ପାନୀର ଶେୟାର କ୍ରାଶ ହୋଇଯାଇଛି। ଏକାଧିକ ଶେୟାର ମୂଲ୍ୟ ପ୍ରାୟ ୧୦ରୁ ୧୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି।

ଆମେରିକା ପକ୍ଷରୁ କୁହାଯାଇଛି ଯେ, ୨୦୨୦ରୁ ୨୦୨୪ ମଧ୍ୟରେ ଅଦାନୀ ଗ୍ରୀନ ଏବଂ ଆଜ୍ୟୋର ପାଓ୍ବାର ଗ୍ଲୋବାଲକୁ ସୌର ପ୍ରକଳ୍ପ ଦେବା ଲାଗି ଚଞ୍ଚକତା ପୂର୍ବକ ଭାରତୀୟ ଅଧିକାରୀମାନଙ୍କୁ ଲାଞ୍ଚ ଦିଆଯାଇଛି।  ଅଧିକାରୀମାନଙ୍କୁ ପ୍ରାୟ ୨୨୩୬ କୋଟି ଲାଞ୍ଚ ଦିଆଯାଇଥିବା ଅଭିଯୋଗରେ ଦର୍ଶାଯାଇଛି। ଏହି ଚୁକ୍ତି ଦ୍ଵାରା ୨୦ ବର୍ଷ ମଧ୍ୟରେ କମ୍ପାନୀ ୨ଶହ କୋଟି ଡଲାରରୁ ଅଧିକ ଲାଭ ହାସଲ କରିବା ନେଇ ଅନୁମାନ କରାଯାଇଛି। ଏହାର ଫାଇଦା ଉଠାଇବା ଲାଗି ଜାଲିଆତି ବଳରେ ଲୋନ୍‌ ଏବଂ ବଣ୍ଡ ଯୋଗାଡ଼ କରାଯାଇଛି।

- Advertisement -

ଏପରି ଅଭିଯୋଗ ସମ୍ପର୍କରେ ଅଦାନୀ ଗ୍ରୁପ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇ କୁହାଯାଇଛି ଯେ, ଆମେରିକାର ନ୍ୟାୟ ବିଭାଗ ଏବଂ ଏସଇସି କମ୍ପାନୀର ବୋର୍ଡ ସଦସ୍ୟ ଗୌତମ ଅଦାନୀ ଏବଂ ସାଗର ଅଦାନୀଙ୍କ ବିରୋଧରେ ନ୍ୟୁୟର୍କର ପୂର୍ବି ଜିଲା କୋର୍ଟରେ ଏକ ଅଭିଯୋଗ ଦାଖଲ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି କମ୍ପାନୀ ବର୍ତ୍ତମାନ ପ୍ରସ୍ତାବିତ ୟୁଏସଡି ବଣ୍ଡ ସହିତ ଚୁକ୍ତିକୁ ଚ୍ଛିନ୍ନ କରିବାକୁ ନିଷ୍ପତ୍ତି ନେଇଛି। ବ୍ଲୁମବର୍ଗ ସୂଚନା ଅନୁସାରେ, କମ୍ପାନୀ ୬୦୦ ନିୟୁତ ଡଲାରର ବଣ୍ଡକୁ ରଦ୍ଦ କରିଦେଇଛି।

Hot this week

ଯାଜପୁର ଜିଲା ଜଖପୁର ଜଙ୍କସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ସମାଜଲାଇଭ ଡେସ୍କ: ଯାଜପୁର ଜିଲା ଜଖପୁର ଜଙ୍କସନରେ ସୋମବାର ରାତିରେ ଏକ...

ପରଲୋକରେ ତାରକା କଣ୍ଠଶିଳ୍ପୀ ହ୍ୟୁମାନ୍‌‌ ସାଗର

କଟକ: ଓଡ଼ିଆ ସଙ୍ଗୀତ ଜଗତର ଉଦୀୟମାନ ଗାୟକ ତଥା ତାରକା କଣ୍ଠଶିଳ୍ପୀ...

୫୦ ବର୍ଷ ପରେ ପ୍ରେକ୍ଷାଳୟକୁ ଫେରୁଛି ‘ଶୋଲେ’

ମୁମ୍ବାଇ ୧୭/୧୧: ଭାରତୀୟ ସିନେମାର କ୍ଲାସିକ୍ ଫିଲ୍ମ "ଶୋଲେ" ପୁଣି ଥରେ ବଡ଼...

ଷ୍ଟେସନରୁ ୮ ଶ୍ରମିକ ଓ ୫ ଶିଶୁ ଉଦ୍ଧାର, ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରେଳ ଷ୍ଟେସନ ଅଞ୍ଚଳରୁ ୮ଜଣ ଦାଦନ ଶ୍ରମିକଙ୍କ ସହ...

ଦିଲ୍ଲୀ ବିସ୍ଫୋରଣ: ସହଯୋଗୀ ଷଡ଼ଯନ୍ତ୍ରକାରୀ ଆତଙ୍କୀ ଗିରଫ

ସମାଜଲାଇଭ ଡେସ୍କ: ଦିଲ୍ଲୀ ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ସହଯୋଗୀ...

Related Articles

Popular Categories