www.samajalive.in
Monday, December 8, 2025
20.1 C
Bhubaneswar

ଆସିଲା ନୂଆ ଡିଜେୟାର, ମାଇଲେଜ୍ ୩୪

ନୂଆଦିଲ୍ଲୀ : ଦେଶର ସବୁଠାରୁ ବଡ କାର ନିର୍ମାତା କମ୍ପାନୀ ମାରୁତି ସୁଜୁକି ଅନେକ ଦିନର ପ୍ରତୀକ୍ଷା ପରେ ନିଜ ସବୁଠାରୁ ସୁରକ୍ଷିତ କାର୍ ମାରୁତି ଡିଜେୟାର ଚତୁର୍ଥ ଜେନେରେସନ ମଡେଲ ବିକ୍ରି ପାଇଁ ବଜାର ପ୍ରବେଶ କରିଦେଇଛି । ଏହି କାରରେ ଅନେକ ପରିବର୍ତ୍ତନ ହୋଇଛି । ଆକର୍ଷକ ଲୁକ୍ ଓ ଦମଦାର ଫିଚର୍ ସହିତ ଏହି ସେଡାନର ପ୍ରାରମ୍ଭିକ ଦାମ୍ ୬.୭୯ ଲକ୍ଷ ଟଙ୍କା(ଏକ୍ସ-ଶୋରୁମ୍) ନିର୍ଦ୍ଧାରିତ କରାଯାଇଛି ।

କମ୍ପାନୀ ସମୁଦାୟ ଏହାର ୪ଟି ଭେରିଏଣ୍ଟ ଯଥା ଏଲଏକ୍ସଆଇ, ଭିଏକ୍ସଆଇ, ଜେଡଏକ୍ସଆଇ ଓ ଜେଡଏକ୍ସଆଇ ପ୍ଲସ୍ ଲଞ୍ଚ୍ କରିଛି । ଏହା ସମୁଦାୟ ୭ଟି ରଙ୍ଗରେ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ । ଏହାର ବୁକି ଆରମ୍ଭ ହୋଇସାରିଛି । ଗ୍ରାହକ ଏହାକୁ ମାତ୍ର ୧୧ ହଜାର ଟଙ୍କା ଦେଇ ବୁକ୍ କରିପାରିବେ । ନୂଆ ଫ୍ରଣ୍ଟ୍ ଗ୍ରିଲ୍, ଏଲଇଡି ହେଡଲ୍ୟାମ୍ପ, ଫଗ୍ ଲ୍ୟାମ୍ପ ହାଉସିଂ ଏହାକୁ ଅଧିକ ଆକର୍ଷକ କରୁଛି ।

- Advertisement -

ଟେଲଗେଟରେ କ୍ରୋମ୍ ଷ୍ଟ୍ରିପ୍ ଦିଆଯାଇଛି । ଟପ୍ ମଡେଲରେ ଡାଇମଣ୍ଡ-କଟ୍ ଆଲୟ ହ୍ବିଲ୍ ରହିଛି । ଏହାର ଲମ୍ବ ୩୯୯୫ ଏମଏମ୍, ପ୍ରସ୍ଥ ୧୭୩୫ ଏମଏମ୍ ଓ ଉଚ୍ଚତା ୧୫୨୫ ଏମଏମ୍ ରହିଛି । ଗାଡିର ଗ୍ରାଉଣ୍ଡ୍ କ୍ଲିୟରାନ୍ସ ୧୬୩ ଏମଏମ୍ ମିଳୁଛି । ପୂର୍ବ ମଡେଲ ଅପକ୍ଷା ଗାଡିର ଉଚ୍ଚତା ୧୦ ଏମଏମ୍ ବଢିଛି । କାରରେ ୧.୨ ଲିଟର ୩ ସିଲିଣ୍ଡରର ଜେଡ୍ ସିରିଜ୍ ଇଞ୍ଜିନ୍ ମିଳୁଛି । କମ୍ପାନୀ ସୂଚନା ଅନୁସାରେ ଏହାର ମାନୁଆଲ ଭେରିଏଣ୍ଟରେ ୨୪.୭୯ କିଲୋମିଟର, ଅଟୋମେଟିକ୍ ଭେରିଏଣ୍ଟରେ ୨୫.୭୧ କିଲୋମିଟର ଏବଂ ସିଏନଜି ଭେରିଏଣ୍ଟରେ ୩୩.୭୩ କିଲୋମିଟର ପ୍ରତି ଲିଟର ମାଇଲେଜ୍ ମିଳିବ । ଗାଡିରେ ଆଗରେ ଡିସ୍କ ଓ ପଛରେ ଡ୍ରମ୍ ବ୍ରେକର ବିକଳ୍ପ ରହିଛି ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories