www.samajalive.in
Friday, December 12, 2025
14.1 C
Bhubaneswar

ଆସିଲା ନୂଆ ଡିଜେୟାର, ମାଇଲେଜ୍ ୩୪

ନୂଆଦିଲ୍ଲୀ : ଦେଶର ସବୁଠାରୁ ବଡ କାର ନିର୍ମାତା କମ୍ପାନୀ ମାରୁତି ସୁଜୁକି ଅନେକ ଦିନର ପ୍ରତୀକ୍ଷା ପରେ ନିଜ ସବୁଠାରୁ ସୁରକ୍ଷିତ କାର୍ ମାରୁତି ଡିଜେୟାର ଚତୁର୍ଥ ଜେନେରେସନ ମଡେଲ ବିକ୍ରି ପାଇଁ ବଜାର ପ୍ରବେଶ କରିଦେଇଛି । ଏହି କାରରେ ଅନେକ ପରିବର୍ତ୍ତନ ହୋଇଛି । ଆକର୍ଷକ ଲୁକ୍ ଓ ଦମଦାର ଫିଚର୍ ସହିତ ଏହି ସେଡାନର ପ୍ରାରମ୍ଭିକ ଦାମ୍ ୬.୭୯ ଲକ୍ଷ ଟଙ୍କା(ଏକ୍ସ-ଶୋରୁମ୍) ନିର୍ଦ୍ଧାରିତ କରାଯାଇଛି ।

କମ୍ପାନୀ ସମୁଦାୟ ଏହାର ୪ଟି ଭେରିଏଣ୍ଟ ଯଥା ଏଲଏକ୍ସଆଇ, ଭିଏକ୍ସଆଇ, ଜେଡଏକ୍ସଆଇ ଓ ଜେଡଏକ୍ସଆଇ ପ୍ଲସ୍ ଲଞ୍ଚ୍ କରିଛି । ଏହା ସମୁଦାୟ ୭ଟି ରଙ୍ଗରେ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ । ଏହାର ବୁକି ଆରମ୍ଭ ହୋଇସାରିଛି । ଗ୍ରାହକ ଏହାକୁ ମାତ୍ର ୧୧ ହଜାର ଟଙ୍କା ଦେଇ ବୁକ୍ କରିପାରିବେ । ନୂଆ ଫ୍ରଣ୍ଟ୍ ଗ୍ରିଲ୍, ଏଲଇଡି ହେଡଲ୍ୟାମ୍ପ, ଫଗ୍ ଲ୍ୟାମ୍ପ ହାଉସିଂ ଏହାକୁ ଅଧିକ ଆକର୍ଷକ କରୁଛି ।

- Advertisement -

ଟେଲଗେଟରେ କ୍ରୋମ୍ ଷ୍ଟ୍ରିପ୍ ଦିଆଯାଇଛି । ଟପ୍ ମଡେଲରେ ଡାଇମଣ୍ଡ-କଟ୍ ଆଲୟ ହ୍ବିଲ୍ ରହିଛି । ଏହାର ଲମ୍ବ ୩୯୯୫ ଏମଏମ୍, ପ୍ରସ୍ଥ ୧୭୩୫ ଏମଏମ୍ ଓ ଉଚ୍ଚତା ୧୫୨୫ ଏମଏମ୍ ରହିଛି । ଗାଡିର ଗ୍ରାଉଣ୍ଡ୍ କ୍ଲିୟରାନ୍ସ ୧୬୩ ଏମଏମ୍ ମିଳୁଛି । ପୂର୍ବ ମଡେଲ ଅପକ୍ଷା ଗାଡିର ଉଚ୍ଚତା ୧୦ ଏମଏମ୍ ବଢିଛି । କାରରେ ୧.୨ ଲିଟର ୩ ସିଲିଣ୍ଡରର ଜେଡ୍ ସିରିଜ୍ ଇଞ୍ଜିନ୍ ମିଳୁଛି । କମ୍ପାନୀ ସୂଚନା ଅନୁସାରେ ଏହାର ମାନୁଆଲ ଭେରିଏଣ୍ଟରେ ୨୪.୭୯ କିଲୋମିଟର, ଅଟୋମେଟିକ୍ ଭେରିଏଣ୍ଟରେ ୨୫.୭୧ କିଲୋମିଟର ଏବଂ ସିଏନଜି ଭେରିଏଣ୍ଟରେ ୩୩.୭୩ କିଲୋମିଟର ପ୍ରତି ଲିଟର ମାଇଲେଜ୍ ମିଳିବ । ଗାଡିରେ ଆଗରେ ଡିସ୍କ ଓ ପଛରେ ଡ୍ରମ୍ ବ୍ରେକର ବିକଳ୍ପ ରହିଛି ।

Hot this week

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

Related Articles

Popular Categories