www.samajalive.in
Tuesday, November 18, 2025
27.1 C
Bhubaneswar

୭ ନଭେମ୍ବରରେ ଖୋଲିବ ଏହି କମ୍ପାନୀର ଆଇପିଓ, ଜାଣନ୍ତୁ..

ନୂଆଦିଲ୍ଲୀ : ନିଭା ବୁପା ହେଲ୍ଦ ଇନସ୍ୟୁରାନ୍ସ କମ୍ପାନୀ ଲିମିଟେଡ୍ ନିଜ ଆଇପିଓ ପାଇଁ ପ୍ରାଇସ ବ୍ୟାଣ୍ଡ୍ ନିର୍ଦ୍ଧାରିତ କରିଦେଇଛି । ୨୨୦୦ କୋଟି ଟଙ୍କାର ଏହି ଆଇପିଓ ୭ ନଭେମ୍ବରରେ ଖୋଲିବ ଏବଂ ୧୧ ନଭେମ୍ବରରେ ବନ୍ଦ ହେବ । ଏହାର ପ୍ରଥମ ନାଁ ମ୍ୟାକ୍ସ ବୁପା ହେଲ୍ଦ ଇନସ୍ୟୁରାନ୍ସ କମ୍ପାନୀ ଥିଲା । ନିବେଶକ ୬ ନଭେମ୍ବରରେ ବୋଲି ଲଗାଇପାରିବେ ।

ନିଭା ବୁପା ଆଇପିଓର ପ୍ରାଇସ ବ୍ୟାଣ୍ଡ୍ ୭୦-୭୪ ଟଙ୍କା ପ୍ରତି ସେୟାର ଫିକ୍ସ କରିଛି । ଆଇପିଓ ୮୦୦ କୋଟି ଟଙ୍କାର ନୂଆ ସେୟାର ଓ ପ୍ରୋମୋଟର୍ସ ଦ୍ବାରା ୧୪୦୦ କୋଟି ଟଙ୍କାର ପର୍ଯ୍ୟନ୍ତର ବିକ୍ରିର ଯୋଜନା ରହିଛି । କମ୍ପାନୀ ପ୍ରଥମ ୩ ହଜାର କୋଟି ଟଙ୍କା ଏକାଠି କରିବାକୁ ଯୋଜନା କରିଥିଲା । ତେବେ ପରେ କମ୍ପାନୀ ଇସ୍ୟୁର ଆକାର ହ୍ରାସ କରିଥିଲା । ବୀମା କମ୍ପାନୀରେ ବୁପା ସିଙ୍ଗାପୁର ହୋଲ୍ଡିଙ୍ଗ୍ସ ପ୍ରାଇଭେଟ୍ ଲିମିଟେଡର ୬୨.୧୯%, ଯଦିଓ ଫେଟଲ ଟୋନଏଲଏପିର ୨୬.୮% ଭାଗିଦାରୀ ରହିଛି ।

Hot this week

ଏକ୍ସ ଓ ଚାଟ୍‌ଜିପିଟି ସର୍ଭର ଡାଉନ୍

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଏବଂ ଚାଟ୍ ଜିପିଟି ସର୍ଭର...

ବିମାନ ୩ ଘଣ୍ଟା ବିଳମ୍ବ, ପୁଣେ ବିମାନବନ୍ଦରରେ ତିକ୍ତତା

ପୁଣେ, ୧୮ା୧୧: ପୁଣେ ବିମାନବନ୍ଦରରେ ମଙ୍ଗଳବାର ଇଣ୍ଡିଗୋର ପୁଣେ-ଦିଲ୍ଲୀ ବିମାନ(୬ଇ ୬୭୬୩)...

ମୃତଦେହ ଝୁଣି ଖାଉଛି କୁକୁର

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରରେ ମଣିଷ ଶରୀରକୁ ଝୁଣି ଖାଉଛି କୁକୁର। ବିଲ...

ଗୁରୁବାର ଶପଥ ନେବେ ନୀତିଶ

ସମାଜ ଲାଇଭ ଡ଼େସ୍କ : ବିହାରର ଦଶମ ମୁଖ୍ୟମନ୍ତ୍ରୀ ଭାବେ ଆଗାମୀ...

୫୦ କୋଟିରେ ତିଆରି ହେଲା ମୁଖ୍ୟାଳୟ, ବୈଠକ ଗୃହ କରିବାକୁ ଭୁଲିଗଲେ

ସମାଜଲାଇଭ ଡେସ୍କ: ୫୦ କୋଟି ଖର୍ଚ୍ଚ କରି ମୁଖ୍ୟାଳୟ ତିଆରି କଲେ।...

Related Articles

Popular Categories