www.samajalive.in
Tuesday, December 9, 2025
17.1 C
Bhubaneswar

ସ୍ବାଗତଯୋଗ୍ୟ, ତଥାପି…

କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲର ଦର ଅଢ଼େଇ ଟଙ୍କା ହ୍ରାସ କରିବାକୁ ଘୋଷଣା ଗୁରୁବାର କରିଛନ୍ତି। ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏ ସମ୍ପର୍କରେ କହିଛନ୍ତି ଯେ ସରକାର ତୈଳ ଉପରୁ ଦେଢ଼ଟଙ୍କା କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ହ୍ରାସ କରିବେ ଏବଂ ତୈଳକମ୍ପାନୀଗୁଡ଼ିକ ଆଉ ୧ ଟଙ୍କା ହ୍ରାସ କରିବେ। ଶ୍ରୀ ଜେଟଲୀ ରାଜ୍ୟ ସରକାରମାନଙ୍କୁ ମଧ୍ୟ ସେମାନେ ନେଉଥିବା ଟିକସ କମାଇବାକୁ ଅନୁରୋଧ କରିଥିବାବେଳେ ବର୍ତ୍ତମାନ ସୁଦ୍ଧା ବିଜେପି ଶାସିତ ମହାରାଷ୍ଟ୍ର, ଗୁଜରାଟ ଓ ଛତିଶଗଡ଼ ସରକାର ସେତିକି ପରିମାଣର, ଅର୍ଥାତ ଅଢ଼େଇ ଟଙ୍କା ହ୍ରାସ କରିବେ ବୋଲି ଘୋଷଣା କରିଛନ୍ତି। ଅର୍ଥାତ ସେସବୁ ରାଜ୍ୟରେ ତୈଳଦର ୫ ଟଙ୍କା କମିବ। ଦୈନିକ କ୍ରମାଗତ ତୈଳଦର ବୃଦ୍ଧିରେ ଅତିଷ୍ଠ ହୋଇପଡ଼ିଥିବା ଜନତାଙ୍କୁ ସରକାରଙ୍କ ଏହି ନିଷ୍ପତ୍ତି କିଛିଟା ଆଶ୍ବସ୍ତ କରିବ ନିଶ୍ଚୟ; କିନ୍ତୁ ଏହି ପଦକ୍ଷେପ ଆଦୌ ଯଥେଷ୍ଟ ନୁହେଁ। ଏହା ସତ୍ୟ ଯେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ମୂଲ୍ୟ ଏବେ ବୃଦ୍ଧିପାଉଛି; କିନ୍ତୁ ସାଧାରଣ ଉପଭୋକ୍ତା ଲିଟର ପିଛା ଯେତିକି ମୂଲ୍ୟ ଗଣୁଛନ୍ତି, ତା’ର ପ୍ରାୟ ଅର୍ଦ୍ଧେକ ହେଉଛି ସରକାରୀ ଟିକସ। କେନ୍ଦ୍ର ବର୍ତ୍ତମାନ ପେଟ୍ରୋଲରେ ଲିଟର ପିଛା ୧୯ ଟଙ୍କା ୪୮ ପଇସା ଓ ଡିଜେଲରେ ଲିଟର ପିଛା ୧୫ ଟଙ୍କା ୩୩ ପଇସା ଉତ୍ପାଦ ଶୁଳ୍କ ନେଉଛି। ଅତଏବ ପୂର୍ବରୁ ହିଁ ବହୁତ ଟିକସ ସରକାର ନେଉଛନ୍ତି; ତେଣୁ ଏବେ ସେଥିରେ ଦେଢ଼ଟଙ୍କା ହ୍ରାସ କରିବା କିଛି ବଡ଼କଥା ନୁହେଁ ବୋଲି ଖାଉଟିଙ୍କ ଧାରଣା। ମହାରାଷ୍ଟ୍ର ଭଳି ରାଜ୍ୟ ​‌େ​‌ପଟ୍ରୋଲରେ ଭ୍ୟାଟ୍‌ ଆକାରରେ ସର୍ବାଧିକ ୩୯ ଟଙ୍କା ୧୨ ପଇସା ଖାଉଟିଙ୍କଠାରୁ ଅସୁଲ କରୁଛି। ଗୁରୁତ୍ବପୂର୍ଣ୍ଣ କଥା ହେଲା, ବର୍ତ୍ତମାନର ସରକାରଙ୍କ ସମୟରେ ୨୦୧୪ ନଭେମ୍ବରରୁ ୨୦୧୬ ଜାନୁଆରୀ ମଧ୍ୟରେ ୯ଟି ପର୍ଯ୍ୟାୟରେ ଉତ୍ପାଦ ଶୁଳ୍କ ବୃଦ୍ଧି କରାଯାଇଥିଲା, ଯେଉଁ ସମୟରେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ସର୍ବନିମ୍ନ ସ୍ତରରେ ରହିଥିଲା। ସରକାର ଯଦି ପ୍ରକୃତରେ ଖାଉଟିଙ୍କ ବୋଝ ଲାଘବ କରିବାକୁ ଚାହୁଥାନ୍ତି, ତେବେ ପେଟ୍ରୋଲିୟମ୍ ଉତ୍ପାଦକୁ ଜିଏସ୍‌ଟିରେ ସାମିଲ୍ କରନ୍ତୁ। ସେ ଯାହାହେଉ, ଅନ୍ୟ ରାଜ୍ୟଗୁଡ଼ିକ ପରି ଓଡ଼ିଶା ସରକାର ମଧ୍ୟ ନିଜେ ସଂଗ୍ରହ କରୁଥିବା ଭ୍ୟାଟରୁ କିଛି ହ୍ରାସ କଲେ ରାଜ୍ୟବାସୀ ଉପକୃତ ହୁଅନ୍ତେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories