www.samajalive.in
Monday, December 15, 2025
24.1 C
Bhubaneswar

ଜଳଶକ୍ତି ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବଙ୍କ ଗଞ୍ଜାମ ବ୍ଲକର ଦୁଇଟି ସ୍ଥାନ ପରିଦର୍ଶନ

ଗଞ୍ଜାମ : ଗଞ୍ଜାମ ବ୍ଲକର କଣ୍ଟିଆ ଗଡ଼ ନିକଟରେ ଥିବା ପ୍ରସିଦ୍ଧ ଶୈବପୀଠ ବଟେଶ୍ୱରର ମୋଡେଲ ଟ୍ୟାଙ୍କ, ଓ ଅନ୍ୟାନ ଉନ୍ନୟନ କାର୍ଯ୍ୟ ଏବଂ ସୁବଳୟା ପଞ୍ଚାୟତର ଶତ୍ରୁଷୋଲ ଗ୍ରାମରେ ମିଶନ ଶକ୍ତି ପକ୍ଷରୁ ନିର୍ମାଣ ଧୀନ ହେଚେରୀକୁ  ଭାରତ ସରକାରଙ୍କ ଜଳଶକ୍ତି ଓ ପରିମଳ ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ଅରୁଣ ବାରୋକା ଶୁକ୍ରବାରବାର ଦିନ ପରିଦର୍ଶନ କରିଛନ୍ତି। ସେହିପରି ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ପାନୀୟ ଜଳ ଓ ପରିମଳ ବ୍ୟବସ୍ଥାର ଅନୁଧ୍ୟାନ  କରିଛନ୍ତି। ବଟେଶ୍ୱର ଶୈବପୀଠ ପରିଦର୍ଶନ କରିବା ସହ ସେଠାରେ ଥିବା ଗ୍ରାମୀଣ ପାର୍କ ,ପାନୀୟ ଜଳ ମଡେଲ ଟ୍ୟାଙ୍କ ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବୁଲି ଦେଖିଛନ୍ତି । ସେହିପରି ସୁବଳୟା ପଞ୍ଚାୟତର ଶତ୍ରୁସୋଲ ଗ୍ରାମରେ ମିଶନ ଶକ୍ତି ପକ୍ଷରୁ ନିର୍ମାଣଧିନ ହେଚେରୀ ବୁଲି ଦେଖି ଥିଲେ। ଉଭୟ ଉନ୍ନୟନ କାର୍ଯ୍ୟ ପାଇଁ ବିଭିନ୍ନ ଯୋଜନାର କିଭଳି ଭାବେ ହୋଇଥିଲା ସେ ନେଇ ଆଲୋଚନା କରିଥିଲେ।

- Advertisement -

ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ କାର୍ଯ୍ୟଶୈଳୀକୁ ସେ ଉଚ୍ଚ ପ୍ରଶଂସା କରିଥିଲେ । ବାହ୍ୟ ମଳମୁକ୍ତ ଅଞ୍ଚଳର କ’ଣ ମାନଦଣ୍ଡ ରହିଛି ତାହା ଅନୁଧ୍ୟାନ କରିଥିଲେ। ଏହି କେନ୍ଦ୍ରୟ ଟିମରେ ଓଡିଶା ସରକାରଙ୍କ ଜଳଶକ୍ତି ଅତିରିକ୍ତ ସଚିବ ସୁବାଷ ଚନ୍ଦ୍ର ଦାଶ,ଗଞ୍ଜାମ ବ୍ଲକ ବିଡ଼ିଓ ବିଶ୍ୱଜିତ ରାଓ, ଜିଲ୍ଲା ପରାମର୍ଶଦାତା ରଞ୍ଜିତ କୁମାର ପରିଡା, ଗ୍ରାମ୍ୟ ଜଳ ଯୋଗାଣ ସହକାରୀ ଯନ୍ତ୍ରୀ ଶରତ ଚନ୍ଦ୍ର ସାହୁ, ବିପିଏମ୍ ଜଳନ୍ଧର ମହାରଣାଙ୍କ ସମେତ  ମିଶନ ଶକ୍ତିର ମହିଳା ମାନେ ଉପସ୍ଥିତ ରହିଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories