www.samajalive.in
Sunday, December 14, 2025
23.1 C
Bhubaneswar

ଘରର କବାଟ ଭାଙ୍ଗି ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଏବଂ ଟଙ୍କା

ପାଟଣା- କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଶ୍ୟାମସୁନ୍ଦର ପୁର ଗ୍ରାମରେ ଆଜି ଦିବାଲୋକରେ ଘରର କବାଟ ତାଡ଼ି କଳାକନା ବୁଲାଇ ଛନ୍ତି ଦୁବୃର୍ତ୍ତ । ଗ୍ରାମର ଟଙ୍କଧର ମହାନ୍ତ ଙ୍କ ପରିବାର ଲୋକେ ଖରାଟିଆ ଚାଷ ପାଇଁ ବିଲକୁ ଯାଇଥିବା ବେଳେ ଘରର କବାଟ ତାଡ଼ି ଘର ଭିତରେ ପଶି ଗଡରେଜ ଭାଙ୍ଗି ନଗଦ ୪୦ ହଜାର ଟଙ୍କା ସହ ପାଖାପାଖି ୨ ଲକ୍ଷ ଟଙ୍କା ର ସୁନା ଗହଣା ଲୁଟି ନେଇଛନ୍ତି ଦୁବୃର୍ତ୍ତ । ଏନେଇ ଘର ମାଲିକ ଟଙ୍କଧର ତୁରୁମୁଙ୍ଗା ଥାନା ରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୁଲିସ ଘଟଣା ତଦନ୍ତ ଚଳାଇଥିବା ବେଳେ ଦୁବୃର୍ତ୍ତ ଚୋର ଙ୍କ ଟେର ପାଇ ନଥିବା ଜଣାପଡ଼ିଛି ।

ସେହପରି କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରେ ଶୁକ୍ରବାର ପୂର୍ବାହ୍ନରେ ଏକ ବଡ଼ ଧରଣର ଲୁଟ  ।   ନାରାୟଣ ମହାନ୍ତ ଙ୍କ ଭଡ଼ା ଘରୁ କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତ ମାନେ କୋଠରୀରେ ଥିବା ଏକ ବାକ୍ସକୁ ତାଡ଼ି ଭିତରେ ଥିବା ଲକ୍ଷାଧିକ ଟଙ୍କାର ସୁନା ଗହଣା ଏବଂ ଟଙ୍କା ଲୁଟ  ନେଇଛନ୍ତି । ଏନେଇ ତୁରୁମୁଙ୍ଗା ଥାନାରେ ଶ୍ରୀ ମହାନ୍ତ ଏକ ଚୋରୀ ମାମଲା ର ଅଭିଯୋଗ ଦେଇଛନ୍ତି। ତେବେ ପୁଲିସ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଛି।

- Advertisement -

 

ଦୁର୍ବୃତ୍ତମାନେ ପୂର୍ବରୁ ନଜର ରଖିଥିବା ଏବଂ ଘରେ କେହି ନଥିବା ସୁଯୋଗ ଦେଖି ଚୋରି ପାଇଁ ପଶିଥିଲେ । ଘରେ ରହିଥିବା ଏକ ବଡ ବାକ୍ସରେ ଥିବା ସୁନାଗହଣାକୁ ଲୁଟ୍‌ କରିଥିଲେ । ନାରାୟଣ ଚୋରି ବିଷୟରେ ଜାଣିବା ପରେ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଏବେ ଘଟଣାର ତଦନ୍ତ ଆରମ୍ଭ କରିଛି ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories