www.samajalive.in
Sunday, December 7, 2025
18.1 C
Bhubaneswar

ଲିଡ୍‍ବ୍ୟାଙ୍କ ଦ୍ୱାରା ଋଣ ସଂଯୋଗୀକରଣ କାର୍ଯ୍ୟକ୍ରମ; ନବରଙ୍ଗପୁରରେ ୬୦,୧,୧୬,୩୩୩ ଟଙ୍କା ଋଣ ମଞ୍ଜୁର

ନବରଙ୍ଗପୁର: ସ୍ଥାନୀୟ ମିଶନ ଶକ୍ତି ହଲଠାରେ ଲିଡ୍‍ବ୍ୟାଙ୍କ ଦ୍ୱାରା ଋଣ ସଂଯୋଗୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଠାରେ ବହୁ ହିତାଧିକାରୀମାନଙ୍କୁ ବିଭିନ୍ନ ଋଣ ପ୍ରଦାନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଯୋଗଦେଇ ଏହାର ଉଦ୍‍ଘାଟନ କରିଥିଲେ। ସେ ଜିଲାର ଏସଟି ଓ ଏସସି ଲୋକଙ୍କୁ ଘର ଋଣ ପ୍ରଦାନ କରିବାକୁ ବ୍ୟାଙ୍କଗୁଠିକୁ ପରାମର୍ଶ ଦେଇଥିଲେ। ଏହା ସହିତ ଜିଲାର ମହିଳା ସ୍ୱୟଂ ସହାୟିକା ଗୋଷ୍ଠିକୁ ଋଣ ମଞ୍ଜୁର କରିବାକୁ ଅନୁରୋଧ କରିଥିଲେ। ଜିଲାପାଳ ଡଃ.କମଳଲୋଚନ ମିଶ୍ର ଯୋଗଦେଇ ବ୍ୟାଙ୍କର ବାର୍ଷିକ ଋଣପ୍ରଦାନର ସଫଳତାନେଇ ଖୁସି ପକଟ କରିଥିଲେ।ଅଧିକ ଲୋକଙ୍କୁ ଋଣ ପ୍ରଦାନ କରି ଜିଲାର ଆର୍ଥୀକ ବିକାଶରେ ସହଯୋଗ କରିବକୁ କହିଥିଲେ। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ରତ୍ମାକର ସାହୁ ଯୋଗଦେଇ ବ୍ୟାଙ୍କଗୁଡିକ ମହିଳା ସ୍ୱଂୟସହାୟିକାଗୋଷ୍ଠିକୁ ଋଣ ସହାୟତାନେଇ ଖୁସି ସନ୍ତୋଷ ପ୍ରକାଶ କରିଥିଲେ। ଲିଡବ୍ୟାଙ୍କ ପରିଚାଳକ ସୁକୁମାର ବକ୍ସି ଯୋଗଦେଇ ସେ ବରିଷ୍ଠ ନାଗରୀକ ଓ ଭିନ୍ନକ୍ଷମଙ୍କୁ ଭତ୍ତା ଦେବା ପାଇଁ ପ୍ରତି ମାସର ଦୁଇଦିନ ସ୍ୱତନ୍ତ୍ର କାଉଣ୍ଟର ଖୋଲିବାକୁ ସମସ୍ତ ବ୍ୟାଙ୍କକୁ ପରାମର୍ଶ ଦେଇଥିଲେ। ଉପଜିଲାପାଳ ଅକ୍ଷୟ ସୁନୀଲ ଅଗ୍ରୱଲା ବ୍ୟାଙ୍କଗୁଡିକ ଗ୍ରାହକ ସେବା ଅଧିକ କରିବାକୁ କହିଥିଲେ। ସେ ବ୍ୟାଙ୍କଓ ଗ୍ରାହକ ଙ୍କର ସଂପର୍କ ମା ଓ ଛୁଆ ଭଳି ହେବାକୁ ମତ ଦେଇଥିଲେ। ବ୍ୟାଙ୍କଗୁଡିକ ଗ୍ରାହକଙ୍କର ପ୍ରତି ଅତି ସମ୍ବେଦନଶୀଳ ହେବାକୁ କହିଥିଲେ। ଆର୍ଥିକ ବିକାଶ ପାଇଁ ଋଣ ପ୍ରଦାନକୁ କୋହଳ କରିବାକୁ ମତଦେଇଥିଲେ। ଜିଲା ସମାଜକଲ୍ୟାଣ ଅଧିକାରୀ ସ୍ୱର୍ଣ୍ଣଲତା ବିଶ୍ୱାସ ମହିଳା ସହାୟିକା ଗୋଷ୍ଠିକୁ ଅତିକମରେ ୩ଲକ୍ଷ ଟଙ୍କା ଋଣ ପ୍ରଦାନ ରହିଥିବାବେଳେ ବ୍ୟାଙ୍କଗୁଡିକ ଆଗେଇ ଆସିବାସହିତ ଏହି ଋଣ ପ୍ରଦାନ କରିବାକୁ ଗୁରୁତ୍ୱ ଦେଇଥିଲେ। ଏହିଅବସରରେ ପ୍ରାୟ ୭୩ଟି ଋଣ ମଞ୍ଜୁର ଚିଠିରେ ମୋଟ ୬୦,୧,୧୬,୩୩୩ ଟଙ୍କାକୁ ବିଧାୟକ ଶ୍ରୀ ପ୍ରଧାନୀ ଓ ଜିଲାପାଳ ଡଃ.ମିଶ୍ର ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜିଲାର ସମସ୍ତ ବ୍ୟାଙ୍କର ସମନ୍ୱୟ ରଖିବା, ଋଣ ମଞ୍ଜୁର କରିବା କୃଷି, କ୍ଷୁଦ୍ରଶିଳ୍ପ, ରିଟେଲ, ସାମାଜକି ସୁରକ୍ଷା ସହିତ ସରକାରୀ ଯୋଜନା ପିଏମଇଜିଇପି, ଏମକେୟୁୱାଇ, ପିଏମଏସଭିଏନଆଇଡିଏଚଆଇ, ପିଏମଏଫଏମଇ, ଏମୟୁଡିଆରଏ ଇତ୍ୟାଦିରେ ଋଣ ପ୍ରଦାନ ସହିତ ଜିଲାର ୧୬ଟି ବ୍ୟାଙ୍କ ମାଧ୍ୟମରେ ସହାୟତା ଯୋଗଇ ଦିଆଯିବା ଲକ୍ଷ୍ୟ ରଖାଯାଇଥିଲା।

 

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories