www.samajalive.in
Saturday, December 6, 2025
17.1 C
Bhubaneswar

ସକାଳୁ ଉଠି ପାଣି ପିଇବା ଦ୍ୱାରା ଶରୀରକୁ ହେଉଥିବା ଲାଭ

ଆମ ଶରୀରର ସ୍ୱାସ୍ଥ୍ୟାବସ୍ଥା ଠିକ୍‍ ରହିବା ପାଇଁ ପାଣି ଗୁରୁତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ମନୁଷ୍ୟ ଶରୀରରେ ପାଣିର ମାତ୍ରା ୫୦-୬୦ ପ୍ରତିଶତ ରହିଥାଏ। ଶରୀରର ପ୍ରତ୍ୟେକ ଅଙ୍ଗକୁ ଠିକ ରଖିବାରେ ଓ ଅକ୍ସିଜେନ ପହଞ୍ଚାଇବାରେ ପାଣି ସାହାର୍ଯ୍ୟ କରିଥାଏ। ପାଣି ଶରୀରର ତାପମାତ୍ରା ନିୟନ୍ତ୍ରିତ କରିଥାଏ।
ସକାଳୁ ଉଠିବା ବେଳଠୁ ଆରମ୍ଭ କରି ଶୋଇବା ପର୍ଯ୍ୟନ୍ତ ପାଣି ଅଧିକ ଆବଶ୍ୟକ ହୋଇଥାଏ। ପ୍ରତ୍ୟେକ ଦିନ ସକାଳୁ ଉଠି ୨-୩ ଗ୍ଲାସ ପାଣି ପିଇବା ଉଚିତ। ସକାଳେ ଖାଲି ପେଟରେ ପାଣିବା ଉଚିତ। ଏହାଦ୍ୱାରା ଶରୀରକୁ ଅନେକ ଲାଭ ହୋଇଥାଏ।ଆସନ୍ତୁ ଜାଣିବା ଶରୀର ପାଇଁ ପାଣିର ଉପକାରିତା ..
ସକାଳୁ ଉଠି ପାଣି ପିଇବା ଦ୍ୱାରା ଶରୀରର ରକ୍ତ ବିଶୁଦ୍ଧ ରହିଥାଏ। ରକ୍ତ ସଫା ରହିବା ଦ୍ୱାରା ମୁହଁର ଚମକ ବଢିଥାଏ। ସକାଳୁ ଉଠି ପାଣି ପିଇବା ଦ୍ୱାରା ଶରୀରରୁ ଦୂଷିତ ଦ୍ରବ୍ୟ ବାହାରି ଯାଏ।
ପାଣି ପିଇବା ଦ୍ୱାରା ଶରୀରରେ ହେଉଥିବା ସଂକ୍ରମଣ ରୋଗ ଦୂର ହୋଇଥାଏ। ଏହା ଶରୀରକୁ ସଂକ୍ରାମକ ରୋଗ ସହ ଲଢିବାରେ ମଧ୍ୟ ସହାୟକ ହୋଇଥାଏ।ଜାପାନର ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ସକାଳୁ ଉଠି ପାଣି ପିଇବା ଦ୍ୱାରା ମୁଣ୍ଡ ବିନ୍ଧା, ଶରୀରରେ ହେଉଥିବା ଦରଜ, ହୃଦୟର ରୋଗ ଓ ମୋଟାପଣ ଠାରୁ ଦୂରରେ ରଖିଥାଏ। ଏହାସହ କିଡନୀ ରୋଗ, ଡାଇବେଟିସ, ଡାଇରିଆ, କୋଷ୍ଠକାଠିନ୍ୟ, କର୍କଟ ରୋଗ ଠାରୁ ଦୂରରେ ରଖିଥାଏ। ଆଖି , ନାକ, କାନ ଓ ଗଳା ସମ୍ବନ୍ଧୀୟ ରୋଗର ଚିକିତ୍ସାରେ ସାହାର୍ଯ୍ୟ କରିଥାଏ।
ସକାଳୁ ଉଠି ପାଣି ପିଇବା ଦ୍ୱାରା ଓଜନ ଠିକ ରହିଥାଏ। ଏହାସହ ମାଂସପେଶୀୟକୁ ମଧ୍ୟ ମଜଭୂତ କରିଥାଏ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories