www.samajalive.in
Tuesday, December 9, 2025
26.1 C
Bhubaneswar

ଜିଲାରେ ଗଡ଼ିଲା ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ

ଯାଜପୁର: ‘ଶିଶୁ ଶ୍ରମ ମୁକ୍ତ ଯାଜପୁର ଜିଲା’ ଆମର ସଂକଳ୍ପ । ଏହି ଲକ୍ଷ୍ୟ ନେଇ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ, ଓଡିଶା ସରକାର ଏବଂ ଶ୍ରମ ବିଭାଗ, ଯାଜପୁର ମିଳିତ ଆନୁକୁଲ୍ୟରେ ‘ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ’ର ଶୁଭାରମ୍ଭ କରାଯାଇଛି । ଶୁକ୍ରବାର ପୂର୍ବାହ୍ନରେ ଯାଜପୁର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏହି ସଚେତନତା ରଥର ପରିକ୍ରମା ଆରମ୍ଭ କରାଯାଇଥିଲା । ଅତିରିକ୍ତ ଜିଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ପତାକା ଦେଖାଇ ସଚେତନତା ରଥ ପରିକ୍ରମାର ଶୁଭାରମ୍ଭ କରିଥିଲେ । ଏହି ରଥ ଯାଜପୁର ସହରାଳ ପରିକ୍ରମା କରିବା ସହ ଶିଶୁଙ୍କୁ ଶ୍ରମିକ ଭାବେ କାମରେ ନିୟୋଜିତ କରାଉଥିବା ବ୍ୟକ୍ତି ବିଶେଷଙ୍କୁ ସାବଧାନ କରାଇବା ସହ ଜନସାଧାରଣଙ୍କ ନିକଟରେ ସଚେତନତାର ବାର୍ତ୍ତା ପହଞ୍ଚାଇବ ବୋଲି ଅତିରିକ୍ତ ଜିଲାପାଳ ଶ୍ରୀ ମଲ୍ଲିକ ମତବ୍ୟକ୍ତ କରିଥିଲେ । ପରେ ପରେ ଏହି ଉପଲକ୍ଷେ ଶିଶୁ ଶ୍ରମିକ ନିରୋଧ ପାଇଁ ଏକ ସଚେତନତା ରାଲି ବାହାର କରାଯାଇଥିଲା । ଏଥିରେ ଜିଲା ଟ୍ରେଡ୍ ୟୁନିୟନର ସଦସ୍ୟ, ଚାଇଲ୍ଡ ଲାଇନର କର୍ମକର୍ତ୍ତା, ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଏବଂ ଜନସାଧାରଣ ଯୋଗଦେଇ ସହର ପରିକ୍ରମା କରିଥିଲେ ।

ପ୍ରକାଶ ଥାଉ କି, ଆସନ୍ତାକାଲି ମଧ୍ୟ ଏହି ସଚେତନତା ରଥ ଓ ରାଲି କଳିଙ୍ଗ ନଗର ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ବାହାରି ବ୍ୟାସନଗର ସହରାଳ ପରିକ୍ରମା କରିବ ବୋଲି ଜିଲା ଶ୍ରମ ଅଧିକାରୀ ସନ୍ତୋଷ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷା ରୀତାଞ୍ଜଳି ବେହେରା, ସହକାରୀ ଶ୍ରମ ଅଧିକାରୀ ଚିତ୍ତରଂଜନ ରାଉତ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର, ଗ୍ରାମୀଣ ଶ୍ରମ ନିରୀକ୍ଷକ ସଂଜିତ କୁମାର ଦେଓ, ଶିଶୁ ମଙ୍ଗଳ କମିଟିର ବରିଷ୍ଠ ସଦସ୍ୟ ଡଃ ରୁଦ୍ର ନାରାୟଣ ପୃଷ୍ଟି ଏବଂ ଚାଇଲ୍ଡ ଲାଇନର ସଦସ୍ୟମାନେ ଯୋଗ ଦେଇଥିଲେ।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories