ଜନନୀ ଯନ୍ତ୍ରଣା : ରାସ୍ତା ନଥିବାରୁ କାନ୍ଧରେ ୩ କି.ମି.ବୁହାହେଲେ ଗର୍ଭବତୀ ମହିଳା
ଦେବଗଡ଼ : ପାହାଡ ପର୍ବତ ଘେରା ଦେବଗଡ ଜିଲାର ବିଭିନ୍ନ ଅଞ୍ଚଳ ଏବେ ମଧ୍ୟ ବିକାଶ ଠାରୁ ବହୁ ଦୂରରେ ରହିଛି । ସ୍ୱାସ୍ଥ୍ୟ ସେବା ନିମନ୍ତେ ସରକାର ଶହ ଶହ ଯୋଜନା କାର୍ଯ୍ୟକାରୀ କରୁଥିଲେ ମଧ୍ୟ ସବୁଦିନିଆ ରାସ୍ତା ନଥିବାରୁ ଏଗୁଡିକ ଜିଲାର ଦୁର୍ଗମ ଅଞ୍ଚଳରେ ପହଞ୍ଚି ପାରୁନାହିଁ । ଏହି କ୍ରମରେ ରବିବାର ପ୍ରତ୍ୟୁଷରେ ଜିଲା ସଦର ମହକୁମାଠାରୁ ମାତ୍ର ୬/୭କି.ମି.ଦୂରତ୍ୱରେ ଥିବା ବଣିଆଁକିଲିଣ୍ଡା ଗ୍ରାମ ପଞ୍ଚାୟତ (ତିଲେଇବଣି ବ୍ଲକ)ର ନଳବନ୍ଧ ଗ୍ରାମର ଜଣେ ଗର୍ଭବତୀ ମହିଳାଙ୍କୁ ଷ୍ଟ୍ରେଚରରେ ବୋହି ଦୀର୍ଘ ୩ କି.ମି ଅଣାଯିବା ପରେ ଅଟୋ ରିକ୍ସାରେ ଜିଲା ମୂଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ସେଠାରେ ମହିଳା ଜଣକ ଏକ ଶିଶୁ ସନ୍ତାନଙ୍କୁ ଜନ୍ମ ଦେଇଥିବା ଜଣାପଡିଛି । ତେବେ ରାସ୍ତା ନଥିବାରୁ ଜିଲା ସଦର ମହକୁମାରୁ ମାତ୍ର ୬/୭ କି.ମି. ଦୂରରେ ଥିବା ଏକ ଗାଁକୁ ଆମ୍ବୁଲାନ୍ସ ଯାଇନପାରିବା ଏବଂ ଆବୁଡା ଖାବୁଡା ରାସ୍ତାରେ କାନ୍ଧରେ ବୋହି ଗର୍ବବତୀ ମହିଳାଙ୍କୁ ପ୍ରାୟ ୩ କି.ମି ବୋହି ଅଣାଯିବା ଏବଂ ଅଟୋ ରିକ୍ସାରେ ଡାକ୍ତରଖାନା ଅଣାଯିବା ଘଟଣା ରାଜ୍ୟର ଭୁଷୁଡି ପଡିଥିବା ସ୍ୱାସ୍ଥ୍ୟ ଏବଂ ଶାସନ ବ୍ୟବସ୍ଥାକୁ ପଦାରେ ପକାଇ ଦେଇଛି।
Comments are closed.