www.samajalive.in
Sunday, December 7, 2025
14.1 C
Bhubaneswar

୧୯୭୧ରେ ପ୍ରଥମ ସଂସ୍କରଣ; ପାକିସ୍ତାନ ଚମ୍ପିଆନ

ଭୁବନେଶ୍ୱର : ୧୬ ଦେଶ, ୧୯ ଦିନ, ୩୬ ମ୍ୟାଚ, ଗୋଟିଏ ଟ୍ରଫି। ହକି ମହାକୁମ୍ଭ ଚତୁଦଶ ପୁରୁଷ ହକି ବିଶ୍ୱକପ -୨୦୧୮ ଭୁବନେଶ୍ୱର ଯେତିକି ପାଖେଇ ଆସୁଛି ଉତ୍କଣ୍ଠା ଓ ଉତ୍ସାହ ସେତିକି ବୃଦ୍ଧି ପାଇବାରେ ଲାଗିଛି। କଳିଙ୍ଗ ଷ୍ଟାଡ଼ିୟମରେ ଆସନ୍ତା ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ହକି ବିଶ୍ୱକପର ଆରମ୍ଭ ହୋଇଛି ଅବଗଣନା। ଆଉ ମାତ୍ର ୫୫ ଦିନ ପରେ ଖେଳାଯିବାକୁ ଥିବା ପ୍ରତିଯୋଗିତା ପୂର୍ବରୁ ପୂବ ଇତିହାସକୁ ନେଇ ଆଲୋକପାତ। ଅଲିମ୍ପିକ୍‍ ପରେ ଦ୍ୱିତୀୟ ହକି ମହାକୁମ୍ଭ ହକି ବିଶ୍ୱକପ ଆୟୋଜନ ନେଇ ଅନ୍ତର୍ଜାତୀୟ ହକି ମହାସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ୧୯୭୧ ମସିହାରେ ଆରମ୍ଭ ହୋଇଥିଲା ହକି ବିଶ୍ୱକପ। ବିଶ୍ୱ ହକିର ଶ୍ରେଷ୍ଠ ଦଳ ଗୁଡ଼ିକୁ ନେଇ ବିଶ୍ୱକପ ଅ।।ୟାଜନ କରାଯାଇଥିଲା। ୧୯୭୧ ଅକ୍ଟୋବର ୧୫ରୁ ୨୪ ପର୍ଯ୍ୟନ୍ତ ହକି ବିଶ୍ୱକପର ପ୍ରଥମ ସଂସ୍କରଣ ୟୁରୋପ ମହାଦେଶ ସ୍ପେନର ବାସିଲୋନିଆସ୍ଥିତ କାଟାଲେନିଆରେ ଖେଳାଯାଇଥିଲା। ଏଥିରେ ଭାରତ ସମେତ ପଶ୍ଚିମ ଜର୍ମାନୀ, କେନିଆ, ଫ୍ରାନ୍ସ, ଆର୍ଜେଣ୍ଟିନା, ସ୍ପେନ, ପାକିସ୍ତାନ, ନେଦରଲାଣ୍ଡ, ଅଷ୍ଟ୍ରେଲିଆ ଓ ଜାପାନ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାରେ ମୋଟ ୩୦ଟି ମ୍ୟାଚ ଖେଳାଯାଇଥିବାବେଳେ ୬୬ଟି ଗୋଲ ସ୍କୋର ହୋଇଥିଲା। ସର୍ବାଧିକ ୪ଥର ଚମ୍ପିଆନ ହୋଇଥିବା ପାକିସ୍ତାନ ପ୍ରଥମ ସଂସ୍କରଣ ଟାଇଟଲ ହାସଲ କରିଥିଲା। ଫାଇନାଲରେ ପାକିସ୍ତାନ ୧-୦ ଗୋଲରେ ଆୟୋଜକ ସ୍ପେନକୁ ପରାସ୍ତ କରି ପ୍ରଥମ ଟାଇଟଲ ହାସଲ କରିଥିଲା। ଭାରତ ୨-୧ ଗୋଲରେ କେନିଆକୁ ପରାସ୍ତ କରି ତୃତୀୟ ସ୍ଥାନ ହାସଲ କରିଥିଲା। ପୁଲ-ଏ ରେ ସ୍ଥାନ ପାଇଥିବା ଭାରତ ଲିଗ୍‍ ପର୍ଯ୍ୟାୟରେ ୧-୦ ଗୋଲରେ ଫ୍ରାନ୍ସକୁ, ୨-୦ ଗୋଲରେ କେନିଆକୁ, ୧-୦ ଗୋଲରେ ଜର୍ମାନୀକୁ, ୧-୦ ଗୋଲରେ ଆର୍ଜେଣ୍ଟିନାକୁ ପରାସ୍ତ କରିଥିଲା। ସେମିଫାଇନାଲରେ ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ନିକଟରୁ ୨-୧ ଗୋଲରେ ପରାଜିତ ହୋଇ ଫାଇନାଲ ଖେଳିବାରୁ ବଞ୍ଚିତ ହୋଇଥିଲା। ସେହିପରି ପୁଲ-ବିରେ ସ୍ଥାନ ପାଇଥିବା ପାକିସ୍ତାନ ଲିଗ୍‍ ପର୍ଯ୍ୟାୟରେ ୫-୨ ଗୋଲରେ ଅଷ୍ଟ୍ରେଲିଆକୁ, ୧-୦ ଗୋଲରେ ଜାପାନକୁ ପରାସ୍ତ କରିଥିବାବେଳେ ସ୍ପେନ ନିକଟରୁ ୩-୨ ଗୋଲରେ ପରାଜିତ ହୋଇଥିଲା। ନେଦରଲ୍ୟାଣ୍ଡସ୍‍ ସହିତ ୩-୩ ଗୋଲ ବରାବର ରଖି ସେମିଫାଇନାଲକୁ ଉନ୍ନୀତ ହୋଇଥିଲା। ସେମିଫାଇନାଲରେ ପଡୋଶୀ ଭାରତକୁ ପରାସ୍ତ କରି ଫାଇନାଲକୁ ଉନ୍ନୀତ ହୋଇଥିଲା। ଅନ୍ୟତମ ଦଳ ଆୟୋଜକ ସ୍ପେନ ମଧ୍ୟ ଲିଗ୍‍ ପଯ୍ୟାୟରେ ୨-୦ ଗୋଲରେ ଜାପାନକୁ, ୧-୦ ଗୋଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିବାବେଳେ ନେଦରଲାଣ୍ଡ ସହିତ ଡ୍ର ଓ ପାକିସ୍ତାନ ନିକଟରୁ ୨-୩ ଗୋଲରେ ପରାଜିତ ହୋଇଥିଲା। ପାକିସ୍ତାନର ପେନାଲ୍ଟି କର୍ଣ୍ଣର ସ୍ପୋଶାଲିଷ୍ଟ ତନବୀର ଅହମ୍ମଦ ଦାର ମୋଟ ୮ଟି ଗୋଲ ଦେଇ ପ୍ରତିଯୋଗିତାର ଶ୍ରେଷ୍ଠ ସ୍କୋରର ହୋଇଥିଲେ। ଭାରତ ପକ୍ଷରୁ କୁଲୱନ୍ତ ସିଂହ ଓ ରାଜୱିନ୍ଦର ସିଂହ ପ୍ରତ୍ୟେକ ଦୁଇଟି ଲେଖାଏଁ ଗୋଲ ଦେଇଥିଲେ।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories