୯ଟି ବିଦ୍ୟାଳୟ ପରିଦର୍ଶନ କଲେ ଜିଲାପାଳ, ସମୀକ୍ଷା କଲେ ରୂପାନ୍ତରଣ କାର୍ଯ୍ୟ
ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକରେ ଚାଲିଥିବା ମୋ ସ୍କୁଲ ରୂପାନ୍ତରଣ କାର୍ୟ୍ୟ ବର୍ତ୍ତମାନ ଶେଷ ପର୍ୟ୍ୟାୟରେ ପହଞ୍ଚିଛି। ପ୍ରଥମ ପର୍ଯ୍ୟାୟରେ ୨ଟି ସ୍କୁଲ ଲାଞ୍ଜିଗଡ଼ରୋଡ଼ ଉଚ୍ଚବିଦ୍ୟାଳୟ ଓ ବିଶ୍ବନାଥପୁର ଗୋପବନ୍ଧୁ ହାଇସ୍କୁଲର ରୂପାନ୍ତରଣ କାର୍ଯ୍ୟ ଶେଷ ହୋଇଛି। ଅନ୍ୟ ୯ ଗୋଟି ହାଇସ୍କୁଲ ବିଶ୍ବନାଥପୁର ଓଏଭି ସ୍କୁଲ, ଲାଞ୍ଜିଗଡ଼ ସ୍କୁଲ, ବାତେଲିମା ସ୍କୁଲ, ବେନଗାଁ ସ୍କୁଲ, ଲାଖବାହିଲି ସ୍କୁଲ, ପାହାଡ଼ପଦର ସ୍କୁଲ, ଭଟାଙ୍ଗପଦର ସ୍କୁଲର ରୂପାନ୍ତରଣ ହେଲାଣି।
ସ୍ମାର୍ଟ କ୍ଳାସରୁମ, ଇ-ଲାଇବ୍ରେରୀ ଆଦି ସୁବିଧା ସହିତ ଏଥିରେ ବ୍ଲକର ୧୧ଟି ସ୍କୁଲ ସାମିଲ ହୋଇଥିବାବେଳେ ଆଧୁନିକ ବିଜ୍ଞାନଗାର, କମ୍ପ୍ୟୁଟର ଉପକରଣ ସବୁ ଉପଲବ୍ଧ କରିବା ପାଇଁ ପ୍ରୟାସ ଚାଲିଛି। ଏସବୁର ତଦାରଖ କରିବା ସହିତ କଳାହାଣ୍ଡି ଜିଲାପାଳ ଡ.ଗାଭାଲି ପରାଗ ହର୍ଷଦ ଲାଞ୍ଜିଗଡ଼ ବ୍ଳକର ଏହି ୯ ଗୋଟି ବିଦ୍ୟାଳୟ ପରିଦର୍ଶନ କରି ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଛନ୍ତି। ଏଥିସହ କାର୍ୟ୍ୟ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲାପାଳଙ୍କ ଏହି ଗସ୍ତ ସମୟରେ ଉପଜିଲାପାଳ ଡ.ବିଶ୍ବଜିତ ଦାସ, ଲାଞ୍ଜିଗଡ଼ ବ୍ଲକ୍ ଅଧ୍ୟକ୍ଷା କମଳା ପାତ୍ର, ବିଡିଓ ଜିତେନ୍ଦ୍ର ମିଶ୍ର, ଏଇଇ ରେଣୁକା ଠାକୁର, ଯନ୍ତ୍ରୀ ସ୍ମିତା ବିଶ୍ବାଳଙ୍କ ସମେତ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.