ଶ୍ରୀଲଙ୍କା: ଜାତୀୟ ସମ୍ପତ୍ତି ଲୁଟିଲେ ଗୁଳି ନିର୍ଦେଶ

କଲମ୍ବୋ: ଶ୍ରୀଲଙ୍କାରେ ସର୍ବସାଧାରଣରେ ସମ୍ପତ୍ତି ଲୁଟିଲେ ଗୁଳି ନିର୍ଦେଶ। ଗୁଳି ନିର୍ଦେଶ ଦେଲା ଦେଶର ପ୍ରତିରକ୍ଷା ମନ୍ତ୍ରାଳୟ। ସମ୍ପତ୍ତି ଲୁଟ ସହ ଅନ୍ୟର କ୍ଷତି ପହଞ୍ଚାଇଲେ ମଧ୍ୟ ଗୁଳି ନିର୍ଦେଶ ଦିଆଯାଇଛି।

 

ଗତକାଲି ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ ନିଜ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ଆନ୍ଦୋଳନକାରୀମାନେ ତାଙ୍କ ବାସଭବନକୁ ଟେକାମାଡ଼ କରିବା ସହ  ବୋମା ମାଡ଼ ମଧ୍ୟ କରିଥିଲେ। ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଥିବା ବେଳେ ମହିନ୍ଦା ରାଜପକ୍ଷ ଏବଂ ତାଙ୍କ ପରିବାରକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଏବେ ରାଜପକ୍ଷଙ୍କ ପରିବାର ତତ୍ରିନ୍‌କୋମାଲେ ନାଭାଲ ସେଣ୍ଟରେ ଆଶ୍ରୟ ନେଇଛନ୍ତି। ଏକ ହେଲିକପ୍ଟରରେ ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ ଏବଂ ତାଙ୍କ ପରିବାର ସଦସ୍ୟକୁ  ନାଭାଲ ବେସକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ମଧ୍ୟ ଆନ୍ଦୋଳନକାରୀମାନେ  ବିକ୍ଷୋଭ କରିଥିବା ଜଣାପଡ଼ିଛି।

Comments are closed.