ସ୍ବତନ୍ତ୍ର ରିଲିଫ କମିଶନରଙ୍କ ସଦ୍ୟତମ ସୂଚନା- କାକିନାଡ଼ା ପାଖାପାଖି ଛୁଇଁପାରେ ସ୍ଥଳଭାଗ ‘ଅସାନି’
ଭୁବନେଶ୍ବର: ଭାରତୀୟ ପାଣିପାଗର ପୂର୍ବାନୁମାନ ଅନୁସାରେ ବାତ୍ୟା ସ୍ଥଳଭାଗ ଛୁଇଁବ ନାହିଁ ବୋଲି ଆକଳନ କରାଯାଇଥିଲା। କିନ୍ତୁ ଏବେ ବାତ୍ୟା ‘ଅସାନି’ ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରାଯାଇଛି। ବାତ୍ୟା ‘ଅସାନି’ ନେଇ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ଯେ ସଦ୍ୟତମ ସୂଚନା ଅନୁସାରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ। ଆନ୍ଧ୍ର କାକିନାଡା ପାଖାପାଖି ସ୍ଥଳଭାଗ ଛୁଇଁପାରେ ବାତ୍ୟା ଅସାନି। କାକିନାଡା-ବିଶାଖାପାଟଣା ମଝାମଝି ସ୍ଥଳଭାଗ ଛୁଇଁ ଛୁଇଁ ଯାଇପାରେ। ସ୍ଥଳଭାଗ ଛୁଇଁ ଛୁଇଁ ଯିବା ପରେ ପୁଣି ସମୁଦ୍ରକୁ ରିକର୍ଭ କରିପାରେ। ସମୁଦ୍ରକୁ ପୁଣି ପଶିବା ପରେ ଦୁର୍ବଳ ହୋଇ ଡିପ ଡିପ୍ରେସନ ହୋଇଥିବ। ବର୍ତ୍ତମାନ ଆକଳନ ଅନୁସାରେ ବାତ୍ୟା ଅସାନି ଓଡ଼ିଶା ଉପକୂଳ ଛୁଇଁ ନ ପାରେ। ମେ’ ୧୩ ପର୍ଯ୍ୟନ୍ତ ବାତ୍ୟା ଓଡ଼ିଶାର ଉପକୂଳରେ ପହଞ୍ଚିବ ନାହିଁ। ମେ’ ୧୩ ବେଳକୁ ବାତ୍ୟା ଅସାନି ସମ୍ପୂର୍ଣ୍ଣ ଦୁର୍ବଳ ହୋଇଥିବା ଆଶା କରାଯାଉଛି। ବାତ୍ୟା ଅସାନି ପ୍ରଭାବରେ କୋରାପୁଟ, ଗଜପତି, ଗଞ୍ଜାମ. ମାଲକାନଗିରି ଓ ରାୟଗଡ଼ା ଜିଲାରେ ପ୍ରବଳ ବର୍ଷା ହେବ। ପରିସ୍ଥିତି ଦେଖି ଓଡ୍ରାଫ ଓ ଅଗ୍ନିଶମ ବାହିନୀ ମୁତୟନରେ ପରିବର୍ତ୍ତନ କରାଯାଇଛି ବୋଲି ସ୍ବତନ୍ତ୍ର ରିଲିଫ କମିଶନର ପ୍ରକାଶ କରିଛନ୍ତି।
ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତିଯେ ଆଜି ସନ୍ଧ୍ୟାରେ ‘ଅସାନି’ ଆନ୍ଧ୍ର ଉପକୂଳ ନିକଟବର୍ତ୍ତୀ ହୋଇ ଦିଗ ବଦଳାଇବାର ସମ୍ଭାବନା ରହିଛି। ଏହାସହ ଆସନ୍ତାକାଲିଠୁ ଓଡ଼ିଶା ଉପକୂଳ ସମାନ୍ତରାଳରେ ଗତି କରିବ। ଏହି ସମୟରେ ଓଡ଼ିଶା ଉପକୂଳ ସମୁଦ୍ରରେ ୪୦ରୁ ୬୦ କିମି ପବନ ବହିପାରେ ଏବଂ ଉପକୂଳ ଜିଲାମାନଙ୍କରେ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମେ’ ୧୨ ତାରିଖ ବେଳକୁ ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ ଏବଂ ପୁରୀ ଜିଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ୭ ରୁ ୧୧ ସେମି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କେତେକ ସ୍ଥାନରେ ମଧ୍ୟମ ଓ ସର୍ବାଧିକ ୭ରୁ ୧୧ ସେମି ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି। ‘ଅସାନି’ ପାଇଁ ଗୋପାଳପୁର ବନ୍ଦର ପାଇଁ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଥିବା ବେଳେ ପୁରୀ, ଚାନ୍ଦବାଲି/ଧାମରା ଏବଂ ପାରାଦ୍ୱୀପ ବନ୍ଦର ପାଇଁ ୨ନମ୍ବର ବିପଦ ସଂକେତ ଜାରି କରାଯାଇଛି।
ମେ’ ୧୨ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନ ଯିବା ନିମନ୍ତେ ମତ୍ସ୍ୟଜୀବୀଙ୍କ ଲାଗି କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଛି। ଯେଉଁମାନେ ନିର୍ଦେଶ ମାନିବେ ନାହିଁ ସେମାନଙ୍କ ବିରୋଧରେ ବିପର୍ଯ୍ୟୟ ଆଇନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ବାତ୍ୟା ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ସେମାନଙ୍କୁ ସମଦ୍ରୁ ଭିତରକୁ ଯିବାକୁ ବାରଣ କରାଯାଇଛି। ତେବେ ସେମାନଙ୍କୁ ବାରଣ କରାଯିବା ସତ୍ତ୍ବେ କିଛି ମତ୍ସ୍ୟଜୀବୀ ସମୁଦ୍ରକୁ ଯାଉଥିବାରୁ ସ୍ବତନ୍ତ୍ର ରିଲିଫ କମିଶନର ଚେତାବନୀ ଦେଇଛନ୍ତି।
ବାତ୍ୟା ପ୍ରଭାବରେ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି। ମାଲକାନଗିରିରେ ୬ଟି ଓଡ୍ରାଫ ସବ-ଟିମ ଓ ୧୩ଟି ଅଗ୍ନିଶମ ଟିମ ମୁତୟନ। କୋରାପୁଟରେ ୬ଟି ଓଡ୍ରାଫ ସବ-ଟିମ ଓ ୧୩ଟି ଅଗ୍ନିଶମ ଟିମ, ଗଂଜାମରେ ୬ଟି ଓଡ୍ରାଫ ସବ-ଟିମ ଓ ୩୦ଟି ଅଗ୍ନିଶମ ଟିମ, ଗଜପତିରେ ୩ଟି ଓଡ୍ରାଫ ଓ ୧୦ଟି ଅଗ୍ନିଶମ ଟିମ, ରାୟଗଡାରେ ୩ଟି ଓଡ୍ରାଫ ଟିମ ଓ ଅଗ୍ନିଶମ ଟିମ ମୁତୟନ କରାଯାଇଛି। ଆବଶ୍ୟକ ପଡିଲେ ଲୋକମାନଙ୍କୁ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି ଏସଆରସି। ପରାମର୍ଶ ନ ମାନି ସମୁଦ୍ର ମଧ୍ୟକୁ ଗଲେ, ସମ୍ପୃକ୍ତ ମତ୍ସ୍ୟଜୀବୀଙ୍କ ଡ଼ଙ୍ଗା ପିଏମଜିକରଣ ବାତିଲ ସହ ଅପରାଧିକ ମାମଲା ରୁଜ୍ଜୁ କରାଯିବ
Comments are closed.