www.samajalive.in
Monday, December 15, 2025
24.1 C
Bhubaneswar

ବାଲିଗୁଡା ବିଧାୟକଙ୍କ ସ୍ମାର୍ଟ ସ୍କୁଲ ପରିଦର୍ଶନ

ଫୁଲବାଣୀ : ବାଲିଗୁଡା ବିଧାୟକ ଚକ୍ରମଣି କହଁର ଅଚାନକ ସାରଙ୍ଗଡ଼ ସ୍ମାର୍ଟ ସ୍କୁଲ ପରିଦର୍ଶନ କରିଛନ୍ତି। ବିଧାୟକଙ୍କ ସହ କ.ନୂଆଗାଁ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ, କନିଷ୍ଠ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, କ.ନୂଆଗାଁ ବ୍ଲକ ଅଧ୍ୟକ୍ଷା ସୁଲୋଚନା ଦଳବେହେରା ପରିଦର୍ଶନରେ ଆସିଥିଲେ। ଆଗରୁ ବହୁବାର ସ୍ମାର୍ଟ ସ୍କୁଲ ନିର୍ମାଣରେ ଅନିୟମିତତା, ଖରାପ କାମ ଜାଲିଆତି ହେଉଥିବା ଅଭିଯୋଗ ହୋଇଥିଲା।

ବିଦ୍ୟାଳୟର କୌଣସି କାମ ଠିକ ରୂପେ କରାଯାଇନାହିଁ। ସ୍ମାର୍ଟ ସ୍କୁଲ ପାଇଁ ସରକାରୀ ଅନୁଦାନ କେତେ ଟଙ୍କା ଆସିଛି ସେ ବିଷୟରେ କିଛି ତଥ୍ୟ ନାହିଁ କିମ୍ବା ସୂଚନା ଫଳକ ନାହିଁ। ବିନା ସୂଚନା ଫଳକ ଓ ବିନା ଯୋଜନାରେ କାମ ଚାଲିଛି। ପାଚେରୀଗୁଡ଼ିକର ମରାମତି ନକରି, ଲାଗିରହିଥିବା ଶିଉଳି ବାହାର ନକରି ଚୂନ ଦିଆଯାଇଛି। ପୁରୁଣା ବିଦ୍ୟାଳୟର ଏଜବେଷ୍ଟ ବାହାର ନକରି ରଙ୍ଗ ମାରି ଦିଆଯାଇଛି। ପୁରୁଣା ଶୌଚାଳୟଗୁଡ଼ିକ ମରାମତି ମଧ୍ୟ ହୋଇନାହିଁ। ଅଧାରୁ ଅଧିକ ପାଚେରୀ ଜରାଜୀର୍ଣ୍ଣ ଅବସ୍ଥାରେ। ପୁରାପୁରି ଦେଖିବାକୁ ଗଲେ ଏହା ସ୍ମାର୍ଟ ସ୍କୁଲ ପରି ଲାଗୁନାହିଁ। ସରକାର ଶିକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏଠାରେ ସ୍ମାର୍ଟ ସ୍କୁଲ ନାମରେ ହରିଲୁଟ ଚାଲିଛି। ଏଠାରେ ଗ୍ରାମବାସୀଙ୍କ ମନରେ ପ୍ରଶ୍ନ ଉଠୁଛି ଯେ, ବିନା ସୂଚନା ଫଳକରେ କିପରି କାମ ଚାଲିଛି ନା ପ୍ରଶାସନ ଓ ଠିକାଦାରର ମଧୁଚନ୍ଦ୍ରିକାରେ ଏହି କାମ ଚାଲିଛି। ମାର୍ଚ୍ଚ ୫ ତାରିଖ ପୂର୍ବରୁ କାମ ସାରିବା କଥା ଏପର୍ଯ୍ୟନ୍ତ କାମ ସରିନାହିଁ। ଏ ବିଷୟରେ ସମସ୍ତ ଅଭିଯୋଗ ପରିଦର୍ଶନରେ ଆସିଥିବା ବାଲିଗୁଡା ବିଧାୟକ ଓ ବିଡିଓଙ୍କୁ ଅବଗତ କରାଯାଇଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories