www.samajalive.in
Monday, December 15, 2025
15.1 C
Bhubaneswar

ପ୍ରତିଶ୍ରୁତି ରଖିଲେ ଚଟୁଅନକା ସରପଞ୍ଚ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ, ତୁରେକେଲା ବ୍ଲକ ଅନ୍ତର୍ଗତ ଚଟୁଅନକା ଗ୍ରାମପଞ୍ଚାୟତରେ ଦେଖିବାକୁ ମିଳିଛି ଏକ ଭିନ୍ନ ଦୃଶ୍ୟ। ନିର୍ବାଚନ ସମୟରେ ପ୍ରତିଶୃତି ଦେଇଥିଲେ ସରପଞ୍ଚ ପ୍ରାର୍ଥୀ ମୋତେ ଭୋଟ ଦେଲେ ମୁଁ ଆପଣମାନଙ୍କ ସେବା କରିବି। ଲୋକମାନେ ମଧ୍ୟ ବିଶ୍ବାସ କରି ଭୋଟ ଦେଇ ବିଜୟୀ କଲେ। ଆଉ ବିଜୟ ହେବା ପରେ ନିଜର ପ୍ରତିଶୃତି ପାଳନ କରୁଛନ୍ତି ସରପଞ୍ଚ ଜ୍ଞାନରଞ୍ଜନ। ଚଟୁଅନକା ଗ୍ରାମପଞ୍ଚାୟତରେ ନୂଆ କରି ନିର୍ବାଚିତ ହୋଇଥିବା ସରପଞ୍ଚ ଜ୍ଞାନରଞ୍ଜନ ତାଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରୁ ଚାଉଳ ଆଣି ପଞ୍ଚାୟତର ଗାଁମାନଙ୍କୁ ବଣ୍ଟନ କରୁଛନ୍ତି। ପୂର୍ବରୁ ହିତାଧିକାରୀମାନେ ଚାଉଳ ଆଣିବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଉଥିଲେ ଏବଂ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିଲେ। ଚଟୁଅନକା ପଞ୍ଚାୟତର ବେହେରେନସିଲେଟ ଗ୍ରାମବାସୀଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା। ବେହେରେନସିଲେଟ ଗାଁରୁ ପଞ୍ଚାୟତ କାର୍ୟ୍ୟାଳୟ ୩ କି.ମି. ହେଲେ ମଧ୍ୟ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାପାଇଁ ଭଲ ରାସ୍ତାଟିଏ ନାହିଁ। ଯେଉଁଥି ପାଇଁ ହିତାଧିକାରୀଙ୍କୁ ଚାଉଳ ଆଣିଯିବାକୁ ଅସୁବିଧା ହେଉଥିଲା।

ଏମିତି ବର୍ଷା ଦିନ ହେଲେ ହିତାଧିକାରୀମାନେ ପଞ୍ଚାୟତ କାର୍ଯ୍ୟାଳୟରୁ ଯାଇପାରୁ ନଥିଲେ ଓ ଅନେକ ଗରିବ ଶ୍ରେଣୀ ପରିବାରରେ ଚୁଲି ଜଳୁନଥିଲା। ହିତାଧିକାରୀମାନେ ପଞ୍ଚାୟତ କାର୍ଯ୍ୟାଳୟକୁ ଚାଉଳ ଆଣିଯିବା ପାଇଁ ସକାଳେ ଯାଇ ଭୋକ, ଉପାସରେ ଧାଡ଼ିରେ ଛିଡ଼ା ହୋଇଥାନ୍ତି, ଯାହା ଫଳରେ ଗରିବ ପରିବାର ହିତାଧିକାରୀ ରୋଜଗାର ପାଇଁ ନିଜର କାମଧନ୍ଦାକୁ ଯାଇପାରନ୍ତି ନାହିଁ। ଚାଉଳ ଆଣିବା ପାଇଁ ଲୋକ ସକାଳୁ ଗଲେ ସନ୍ଧ୍ୟାରେ ଘରକୁ ଫେରୁଥିଲେ। ହେଲେ ନୂଆ କରି ନିର୍ବାଚିତ ହୋଇଥିବା ସରପଞ୍ଚ ହିତାଧିକାରୀଙ୍କ ସମସ୍ୟା ଉପରେ ଦୃଷ୍ଟିଦେଇ ତାଙ୍କ ଦୁଃଖ ବୁଝିଛନ୍ତି। ଆଜି ବେହେରେନସିଲେଟ ଗାଁରେ ଚାଉଳ ବଣ୍ଟନ କରାଯାଇଛି। ପଞ୍ଚାୟତ କାର୍ଯ୍ୟାଳୟରୁ ଟ୍ରାକ୍ଟର ଯୋଗେ ଚାଉଳ ଆଣି ନିଜେ ଉପସ୍ଥିତ ରହି ବେହେରେନସିଲେଟ ଗାଁରେ ଚାଉଲ ବଣ୍ଟନ କରିଛନ୍ତି ସରପଞ୍ଚ ଜ୍ଞାନ ରଂଜନ ତାଣ୍ଡି । ବେହେରେନସିଲେଟ ଗାଁରେ ଚାଉଳ ବଣ୍ଟନ କରାଯାଇଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳିଛି। ସରପଞ୍ଚଙ୍କ ଏଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ଗ୍ରାମବାସୀ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories