www.samajalive.in
Sunday, December 14, 2025
26.1 C
Bhubaneswar

ପ୍ରକଳ୍ପ ପାଇଁ ଅନୁମତି ଦେଇନୁ:ଏଏସଆଇ

ଭୁବନେଶ୍ବର: ହାଇକୋର୍ଟରେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ(ଏଏସଆଇ) ପକ୍ଷରୁ ହାଇକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ସଂକ୍ରାନ୍ତ ମାମଲା ଦାଖଲ କରାଯାଇଥିଲା। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ନେଇ କୌଣସି ଅନୁମତି ଦେଇନାହୁଁ ବୋଲି ଏଏସଆଇ ହାଇକୋର୍ଟଙ୍କୁ ଜଣାଇଛି। ଅପରପକ୍ଷରେ ଏଏସଆଇଠାରୁ ବିସ୍ତୃତ ରିପୋର୍ଟ ମାଗିଲେ ହାଇକୋର୍ଟ। ପ୍ରକଳ୍ପ ଯୋଗୁ ମନ୍ଦିରର କିଛି କ୍ଷତି ହୋଇଛି କି ନାହିଁ ଜଣାଇବାକୁ ହାଇକୋର୍ଟ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଏ ସମ୍ପର୍କରେ ବିସ୍ତୃତ ଭାବେ ଜଣାଇବାକୁ ହାଇକୋର୍ଟ ଏଏସଆଇକୁ ନିର୍ଦେଶ ଦେଇଛନ୍ତି। ଜୁନ ୨୦ରେ ମାମଲାର ପରବର୍ତ୍ତି ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ପାଇଁ କୌଣସି ପ୍ରକାର ଅନୁମତି ଦିଆଯାଇନାହିଁ ବୋଲି ଆଜି ହାଇକୋର୍ଟରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସ୍‌ଆଇ) ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି। ଅନ୍ୟପକ୍ଷରେ ଶ୍ରୀମନ୍ଦିର ନିକଟରେ ଏବେ ଚାଲିଥିବା ନିର୍ମାଣ କାର୍ଯ୍ୟ ଯୋଗୁ ଶ୍ରୀମନ୍ଦିରର କ’ଣ ସବୁ କ୍ଷତି ହୋଇଛି ସେ ସମ୍ପର୍କରେ ଏଏସଆଇ ପକ୍ଷରୁ ସତ୍ୟପାଠରେ କିଛି ବିସ୍ତୃତ ବିବରଣୀ ପ୍ରଦାନ କରାଯାଇନାହିଁ। ତେଣୁ ହାଇକୋର୍ଟ ପୁଣି ଥରେ ଏକ ବିସ୍ତୃତ ରିପୋର୍ଟ ତିଆରି କରି ଦାଖଲ କରିବାକୁ ଏଏସ୍‌ଆଇକୁ କହିଛନ୍ତି ହାଇକୋର୍ଟ। ବର୍ତ୍ତମାନ ଚାଲିଥିବା ନିର୍ମାଣ କାର୍ୟ୍ୟ ଯୋଗୁ ଶ୍ରୀମନ୍ଦିରର କ’ଣ କ୍ଷତି ହୋଇଛି, ତାହା ନିର୍ଦ୍ଦିଷ୍ଟ ଭାବେ ରିପୋର୍ଟରେ ଉଲ୍ଲେଖ କରିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି। ଏହା ସହିତ କୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ମେ’ ୨୦ ତାରିଖରେ କରିବେ ବୋଲି କହିଛନ୍ତି।

ଶ୍ରୀମନ୍ଦିର ନିକଟରେ ଏବେ ଶୌଚାଳୟ ଆଦି ନିର୍ମାଣ ହେଉଥିବା ବେଳେ ସେଗୁଡ଼ିକର କାମ ପାଖାପାଖି ୭୦-୭୫ ଭାଗ ଶେଷ ହୋଇଗଲାଣି। ତେଣୁ ଆବେଦନକାରୀଙ୍କ ପକ୍ଷରୁ ନିର୍ମାଣ କାର୍ଯ୍ୟ ଉପରେ ସ୍ଥଗିତାଦେଶ ଜାରି କରିବାକୁ ହାଇକୋର୍ଟଙ୍କୁ ନିବେଦନ କରାଯାଇଥିଲା। ତେବେ ହାଇକୋର୍ଟ ଏହା ଉପରେ ସ୍ଥଗିତାଦେଶ ଜାରି କରି ନାହାନ୍ତି। ସରକାରଙ୍କ ପକ୍ଷରୁ ଦୃଢ଼ ଯୁକ୍ତି ଉପସ୍ଥାପନ କରାଯାଇଥିଲା ଯେ ଯାହା ସବୁ ହେଉଛି ସୁପ୍ରିମ୍‌କୋର୍ଟଙ୍କ ନିୟମାବଳୀ ଅନୁଯାୟୀ ସମ୍ପାଦିତ ହେଉଛି।
ଆଜି ଆବେନକାରୀ ଓ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଏହି ମାମଲାରେ ଜୋରଦାର ଯୁକ୍ତି ଉପସ୍ଥପାନ କରାଯାଇଥିଲା। ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ଶ୍ରୀମନ୍ଦିର ଚାରିପାଖେ ଏବେ ଯେଉଁ ନିର୍ମାଣ କାର୍ୟ୍ୟ ଚାଲିଛି, ସେଥିପାଇଁ କୌଣସି ଅନୁମତି ଆବଶ୍ୟକ ନାହିଁ। ଅନ୍ୟପକ୍ଷରେ ଏଏସ୍‌ଆଇ ପକ୍ଷରୁ କୁହାଯାଇଥିଲା ଯେ ପ୍ରତ୍ୟେକ ନିର୍ମାଣ କାର୍ଯ୍ୟ ପାଇଁ ଅନୁମତିର ଆବଶ୍ୟକତା ରହିଛି।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories