www.samajalive.in
Sunday, December 14, 2025
23.1 C
Bhubaneswar

ଗଭୀର ସମୁଦ୍ରରେ ଫସିଛନ୍ତି ୧୧ ମତ୍ସ୍ୟଜୀବୀ, ଏୟାରଲିଫ୍ଟରେ ଉଦ୍ଧାର କଲା ପ୍ରଶାସନ

ବ୍ରହ୍ମପୁର: ଅଶାନ୍ତ ସମୁଦ୍ର ଭିତରେ ଫସିଛନ୍ତି ୧୧ ମତ୍ସ୍ୟଜୀବୀ। ମାଛଧରା ଡଙ୍ଗା ସହ ଗଭୀର ସମୁଦ୍ର ଭିତରେ ଫସି ରହିଥିଲେ। ଗଞ୍ଜାମ ଜିଲା ସୋନପୁର ନିଟକ ସମୁଦ୍ରରେ ଫସିଥିଲେ ମତ୍ସ୍ୟଜୀବୀ। ମାଛ ଧରିବାକୁ ଯାଇଥିଲେ, ଫେରିବାବେଳେ ଡଙ୍ଗାରେ ଯାନ୍ତ୍ରିକ ତୃଟି ଦେଖାଦେଇଥିଲା। ଗଭୀର ସମୁଦ୍ର ଭିତରେ ଫସି ରହିଥିବା ମତ୍ସ୍ୟଜୀବୀମାନେ ସେଠାରୁ ଉଦ୍ଧାର ପାଇଁ ପ୍ରଶାସନକୁ ନିବେଦନ ପରେ ଅପରେସନ ପାଇଁ ପ୍ରସ୍ତୁତି ହୋଇଥିଲା। ଫସି ରହିଥିବା ସମସ୍ତ ମତ୍ସ୍ୟଜୀବୀଙ୍କୁ ଏୟାରଲିଫ୍ଟ ଦ୍ବାରା ଉଦ୍ଧାର କରାଯିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା। ବୋଲି ଉପଜିଲାପାଳ ସୂଚନା ଦେଇଛନ୍ତି।

 

- Advertisement -

ମିଳିଥିବା ସୂଚନା ଅନୁଯାୟୀ ସୋନପୁର ପ୍ରଶାସନିକ ଅଧିକାରୀ ଓ ପୁଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ଥିଲା। ବର୍ତ୍ତମାନ ସମସ୍ତ ମତ୍ସ୍ୟଜୀବୀଙ୍କ ଏୟାରଲିଫ୍ଟ କରାଯିବା ନେଇ ପ୍ରୟାସ ଚାଲିଥିବା ଜଣାପଡ଼ିଛି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories