କାର୍ଯ୍ୟରେ ଯୋଗଦେଲେ ନୂଆ କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ, କହିଲେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟକୁ ନାକ ‘ଏ’ପ୍ଲସପ୍ଲସ ମାନ୍ୟତା ପାଇଁ ଜାରି ରହିବ ପ୍ରୟାସ

ଗୋପାଳପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପ୍ରଥମ ମହିଳା ତଥା ୪୬ ତମ କୁଳପତି ଭାବେ ପ୍ରଫେସର ଗୀତାଞ୍ଜଳି ଦାସ ଆଜି ବିଶ୍ବବିଦ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ପ୍ରଫେସର ଦାସ ଶନିବାର ସକାଳ ସାଢେ ୧୦ଟା ବେଳେ ବିଶ୍ବବିଦ୍ୟାଳୟର ପ୍ରଶାସନିକ କୋଠାରେ ପହଞ୍ଚି ଥିଲେ। କୁଳପତିଙ୍କୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିବା ସହ ବିଶ୍ବବିଦ୍ୟାଳୟର କର୍ମଚାରୀ ସଂଘ, ଶିକ୍ଷକ, ଅଣଶିକ୍ଷକ ଓ ଛାତ୍ରଛାତ୍ରୀ ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ସ୍ବାଗତ କରିଥିଲେ। ପ୍ରଫେସର ଦାସ ନୂଆ କୁଳପତି ଭାବେ ଦାୟିତ୍ବ ଗ୍ରହଣ କରିବାପରେ ସାମ୍ବାଦିକଙ୍କୁ ସୂଚନା ଦେଇ କହିଥିଲେ ଯେ ଚଳିତ ବର୍ଷ ନାକ ଟିମ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଗସ୍ତ କରିବା କାର୍ୟ୍ୟକ୍ରମ ରହିଛି। ବିଶ୍ବବିଦ୍ୟାଳୟକୁ ନାକ ଏ ପ୍ଲସପ୍ଲସ ମାନ୍ୟତା କିଭଳି ମିଳିବ ସେଥିପ୍ରତି ଗୁରୁତ୍ବ ଦିଆଯିବ। ମହାବିଦ୍ୟାଳୟ ସମେତ ବିଶ୍ବବିଦ୍ୟାଳୟରେ ପାଠପଢା ଓ ଉନ୍ନତ ମାନର ଗବେଷଣା, ଶୈକ୍ଷିକ ବାତାବରଣ ଆଣିବା ସହ ଶ୍ରେଣୀ ଗୁହରେ ଶିକ୍ଷକଙ୍କ ଶିକ୍ଷାଦାନ ଉପରେ ଅଧିକ ଗୁରୁତ୍ବ ଦିଆଯିବ। ଛାତ୍ରଛାତ୍ରୀଙ୍କ ବିଭିନ୍ନ ସମସ୍ୟା ତ୍ବରିତ ସମାଧାନ କରାଯିବ। ପରୀକ୍ଷା ପରିଚାଳନା ସହ ନିର୍ଦ୍ଧାରିତ ସମୟରେ ପରିକ୍ଷାଫଳ ପ୍ରକାଶନ ଉପରେ ଗୁରୁତ୍ବ ଦିଆଯିବ।

 

prayash

ବିଶ୍ବବିଦ୍ୟାଳୟ ସମସ୍ତ କର୍ମଚାରୀଙ୍କୁ ସମୟାନୁବର୍ତ୍ତିତା ରହିବା ସହ ବିଶ୍ବବିଦ୍ୟାଳୟ ରହିଥିବା ସମସ୍ୟା କିପରି ସମାଧାନ ହେବ ସେଥିପାଇଁ ସମସ୍ତଙ୍କ ସହଯୋଗ ନିତ୍ୟାନ୍ତ ଆବଶ୍ୟକ ବୋଲି ପ୍ରଫେସର ଦାସ ସୂଚନା ଦେଇଥିଲେ। ପ୍ରଫେସର ଦାସଙ୍କ ଦାୟିତ୍ବ ଗ୍ରହଣ ସମୟରେ କୁଳସଚିବ ପ୍ରଦୀପ କୁମାର ମିଶ୍ର, ଉପକୁଳସଚିବ ଡ.ବାବୁଜୀ ସାମଲ, ସହ କୁଳସଚିବ ସରୋଜ କୁମାର ଦାଶ, ପିଜି କାଉନସିଲ୍ ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତି, ସିଡ଼ିସି ନିର୍ଦେଶିକା ପ୍ରଫେସର ଅରୁନ୍ଧତୀ ରଥ, ପରୀକ୍ଷା ନିୟନ୍ତ୍ରକ ସୁରେନ୍ଦ୍ର ସେଠୀ, ଶଙ୍କର ମାଝୀ, ମିହିର କୁମାର ତ୍ରିପାଠୀ, କୁଳପତିଙ୍କ ସଚିବ ମାର୍କଣ୍ଡ କାର୍ଜି, ନିରାପତ୍ତା ଅଧିକାରୀ ରବିନ୍ଦ୍ର ମଲ୍ଲିକ, ବିତ୍ତ ନିୟନ୍ତ୍ରକ ଅଶୋକ କୁମାର ଧାଙ୍ଗଡା ମାଝୀ, ଶିକ୍ଷକ ସଂଘର ସଭାପତି ପ୍ରଫେସର ସୁଧାକର ପାତ୍ର,ହଷ୍ଟେଲ ୱାର୍ଡନ ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ, ପ୍ରଫେସର ପୁଷ୍ପାଞ୍ଜଳି ସାମନ୍ତରାୟ, ଏ. ସୁରୀୟା ପ୍ରକାଶ, ଅଣ ଶିକ୍ଷକ କର୍ମଚାରୀ ସଂଘ ର ସଭାପତି ଉପେନ୍ଦ୍ର ପାଳ, ବିଜେଡି ଗଞ୍ଜାମ ଜିଲା ଯୁବ ସଭାପତି ଭବାନୀ କାନ୍ତ ସାହୁ ପ୍ରମୁଖ କୁଳପତିଙ୍କ ଭେଟି ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ।

kalyan agarbati

Comments are closed.