ସୌନ୍ଦର୍ଯ୍ୟ ଶିଳ୍ପରେ କ୍ୟାରିୟର ଗଠନ କଲେ ଆତ୍ମନିର୍ଭରଶୀଳ ସାଙ୍ଗକୁ ମିଳିବ ନିଯୁକ୍ତି ସୁଯୋଗ
ଭୁବନେଶ୍ୱର : ସୌନ୍ଦର୍ଯ୍ୟ ଶିଳ୍ପରେ ନିଜ କ୍ୟାରିୟର ଗଢ଼ିବାକୁ ଚାହୁଁଥିବା ଯୁବପିଢୀଙ୍କ ପାଇଁ ଖୁସି ଖବର। ସେମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ଭବାନୀ ମଲ୍ରେ ଖୋଲିଅଛି ଆପଟେକ୍ର ଲାକ୍ମୀ ଏକାଡ଼େମୀ। ଏଠାରେ ଶିକ୍ଷାନବୀଶଙ୍କୁ ସୌନ୍ଦର୍ଯ୍ୟ ଶିଳ୍ପ ଉପରେ ପ୍ରଶିକ୍ଷଣ ଦିଆଯିବ। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇଥିବାବେଳେ ମହିଳା ଏବଂ ଶିଶୁ ବିକାଶ ବିଭାଗର ଉପଦେଷ୍ଟା ସୁଲତା ଦେଓ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସୌନ୍ଦର୍ଯ୍ୟ ଶିଳ୍ପ ଉପରେ କ୍ୟାରିୟର ଗଢ଼ିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ଏହା ପୂରଣ କରିପାରିବ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ସଂସ୍ଥାର ଆଞ୍ଚଳିକ ପରିଚାଳନା ମୁଖ୍ୟ ଶୁବାଶିଷ ମହାପାତ୍ର କହିଛନ୍ତି ଲାକ୍ମୀ ଏକାଡ଼େମୀ ହେଉଛି ଏକ ବ୍ୟୁୟୁଟି ୱେଲନେସ ପ୍ରଶିକ୍ଷଣ କେନ୍ଦ୍ର। ଏଠାରେ ଶିକ୍ଷାନବୀନଙ୍କୁ କେବଳ ପ୍ରଶିକ୍ଷଣ ଦିଆଯାଏ ସେମାନେ କିଭଳି ନିଯୁକ୍ତି ସୁଯୋଗ ପାଇପାରିବେ ଓ ଆତ୍ମନିର୍ଭରଶୀଳ ହୋଇପାରିବେ ସେହି ଦିଗ ପ୍ରତି ବିଶେଷ ଗୁରୁତ୍ୱ ଦିଆଯାଏ ।
ସାରା ଦେଶରେ ଲାକ୍ମୀ ୧୫୦ଟି ସେଣ୍ଟର ରହିଥିବା ବେଳେ ଏହା ଓଡ଼ିଶାରେ ପ୍ରଥମ ଏବଂ ୧୫୧ ତମ ସେଣ୍ଟର । ଏଠାରେ ଶିକ୍ଷାନବୀଶଙ୍କୁ ଶ୍ରେଣୀ ପାଠ ପଢା ସହ ଉପଯୁକ୍ତ ଭାବେ ପ୍ରାକ୍ଟିକାଲର ପ୍ରଶିକ୍ଷଣ ଦିଆଯିବାକୁ ବ୍ୟବସ୍ଥା ରହିଛି। ଏହି କେନ୍ଦ୍ରରେ ଶିକ୍ଷାନବୀଶଙ୍କୁ ସୌନ୍ଦର୍ଯ୍ୟ, ଚର୍ମ ଏବଂ କେଶର ଯତ୍ନ, କର୍ପୋରେଟ୍ ମେକ୍ଅପ୍, ବ୍ୟକ୍ତିଗତ ଗ୍ରୁମିଙ୍ଗ, ବ୍ରାଇଡ଼ାଲ୍ ମେକ୍ଅପ୍, କ୍ଲାସିକ୍ କଟ୍, କ୍ରିଏଟିଭ୍ କଟ୍, କେଶର ରଙ୍ଗ ଇତ୍ୟିାଦିରେ ପ୍ରଶିକ୍ଷଣ ଦିଆଯିବ । ଯେଉଁମାନେ ଏଠାରୁ ଉତ୍ତୀର୍ଣ୍ଣ ହେବେ ସେମାନେ ଚଳଚ୍ଚିତ୍ର, ବ୍ୟୁୟୁଟି ସେଲୁନ୍ ଏବଂ ଟେଲିଭିଜନରେ ନିଜର ବୃତ୍ତି ଆରମ୍ଭ କରିପାରିବେ। ଏଠାରେ ସ୍ୱଳ୍ପ ମିଆଦୀ ଏବଂ ଦୀର୍ଘ ମିଆଦୀ ପାଠ୍ୟକ୍ରମ ଉପଲବ୍ଧ ରହିଛି। ଛାତ୍ରଛାତ୍ରୀ ନିଜର ଆବଶ୍ୟକତା ଅନୁଯାୟୀ ଶିକ୍ଷା ନେଇପାରିବେ। ଏହି କାର୍ଯ୍ୟକ୍ରମରେ ସଂସ୍ଥାର ଭୁବନେଶ୍ୱର ଶାଖା ମୁଖ୍ୟ ପ୍ରଦୀପ୍ତ ପ୍ରଧାନ, ରେଣୁପ୍ରଭା ପ୍ରଧାନ ଓ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ ।
Comments are closed.