ଏଥର ଗାଁରୁ ଶୁଭିବ ସମାଜ ପରିବର୍ତ୍ତନର ସ୍ୱର, ଗଳିଗଳିରେ ପହଞ୍ଚିବ ବାବାସାହେବଙ୍କ ଚିନ୍ତାଧାରା
ବିଶ୍ୱନାଥପୁରଠାରେ ଡ. ବି.ଆର୍ ଆମ୍ବେଦକରଙ୍କ ୧୩୧ତମ ଜନ୍ମଜୟନ୍ତୀ ଓ ଶ୍ରମିକଦିବସ ପାଳିତ
ସେଠାରେ ଭଗବାନ ବୁଦ୍ଧ ଓ ବାବାସାହେବ ଡ. ବି.ଆର୍ ଆମ୍ବେଦକରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ପରେ ଆରମ୍ଭ ହୋଇଥିଲା ଉଦ୍ଘାଟନୀ ସମାରୋହ । ଉଦ୍ଘାଟକ ଭାବେ ଅଲ୍ ଓଡିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ସଭାପତି ଧନଞ୍ଜୟ ଦୀପ ଯୋଗ ଦେଇଥିବାବେଳେ ଅତିଥି ଭାବେ ପୂର୍ବତନ ବିଧାୟକ ଶିବାଜୀ ମାଝୀ, ଆଂଚଳିକ ବିକାଶ ପରିଷଦର ସଭାପତି ଶ୍ରୀଧର ପେସନିଆ, ଅଲ୍ ଓଡିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର କାର୍ଯ୍ୟକାରୀ ସଭାପତି ଦିଗାମ୍ବର ଦୁରିଆ, କଳା ଓ ସଂସ୍କୃତି ବିଭାଗ ମୁଖ୍ୟ ମଧୁସୂଦନ ବାଗ, ଉପସଭାପତି ବିଭୀଷଣ ନାଏକ, କର୍ଲାମୁଣ୍ଡା ବ୍ଲକ ସଭାପତି ବରୁଣ ସୁନା, ନର୍ଲା ବ୍ଲକ ସଭାପତି ରଘୁନାଥ ଦୀପ, ଉପଦେଷ୍ଟା ଉଦୟ କୁମାର, ନବୀନ ସୁନା, ମନୋହର ହରପାଲ, ଅଧ୍ୟାପକ ଗୌର ସୁନା ପ୍ରମୁଖ ଯୋଗ ଦେଇଥିଲେ ।
ଫେଡେରେସନର ଲାଞ୍ଜିଗଡ ବ୍ଲକ ଶାଖା ସଭାପତି ଜଗଦୀଶ ବେନିଆଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକକୁ ସୁଶୀଲ କୁମାର ବାଗ ଓ ବିଭୂତିଭୂଷଣ ତାଣ୍ଡି ପରିଚାଳନା କରିଥିବାବେଳେ ହରିହର କୁମାର ଧନ୍ୟବାଦ ଦେଇଥିଲେ । ଫେଡେରେସନର ଜିଲ୍ଲା ସଂପାଦକ ତଥା ଆୟୋଜନ ସମିତିର ମୁଖ୍ୟ ଶ୍ରୀବତ୍ସ ତାଣ୍ଡିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଦ୍ୱିତୀୟ ଅଧିବେଶନ ଜନଜାଗରଣ ସମାବେଶରେ ଅତିଥି ଭାବେ ବିଶିଷ୍ଟ ଆଦିବାସୀ ନେତା ଜିତୁ ଜାକାସିକା, ନାରୀ ନେତ୍ରୀ ରମଣୀ ଦୁରିଆ, ଫେଡେରେସନର କର୍ମଚାରୀ ବିଭାଗ ମୁଖ୍ୟ ପ୍ରକାଶ ସାଗର, ଗାଡେବନ୍ଧ ସରପଂଚ କବିତା ବାଗ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଫେଡେରେସନର ଲାଞ୍ଜିଗଡ ବ୍ଲକ ଯୁବ ସଭାପତି ଭାବେ ସୁବାସ ନାଏକଙ୍କ ନାମ ଘୋଷଣା କରାଯାଇଥିଲା । ବିଶ୍ୱନାଥପୁର କଲୋନୀପଡାସ୍ଥିତ ମାଁ ଠାକୁରାଣୀ ଯୁବକ ସଂଘ, ଅମ୍ବାଦଳା ଡ. ବି.ଆର୍ ଆମ୍ବେଦକର କ୍ଲବ, ମଧୁପୁର ଓ ମୁଣ୍ଡାଗାଁ ଡମ୍ବାଜା ଦଳର କଳାକାରମାନଙ୍କ ଦ୍ୱାରା ଚିତାକର୍ଷକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଶେଷରେ ଧନ୍ୟବାଦ ଦେଇଥିଲେ ଗୋପାଳଦାସ ମହାନନ୍ଦ । ଏହି ସମାବେଶରେ ଲାଞ୍ଜିଗଡ ବ୍ଲକର ୨୬ଗୋଟି ଗ୍ରାମପଂଚାୟତ ସମେତ କଳାହାଣ୍ଡି ଜିଲ୍ଲାର କୋଣଅନୁକୋଣରୁ ପାଂଚ ହଜାରରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ ସାମିଲ ହୋଇଥିଲେ । ବିଶ୍ୱନାଥପୁର ପୁଲିସ ଶାନ୍ତିଶୃଙ୍ଖଳା ରକ୍ଷାରେ ନିୟୋଜିତ ହୋଇଥିଲେ ।
Comments are closed.