www.samajalive.in
Sunday, December 7, 2025
23.1 C
Bhubaneswar

୫-ଟି ନାଁରେ ଅତ୍ୟନ୍ତ ନିମ୍ନମାନର କାମ ଅଭିଯୋଗ

ଲାଞ୍ଜିଗଡ଼: ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ବୃଦ୍ଧି କରିବା ପାଇଁ ସ୍ୱତନ୍ତ୍ର ଭାବେ ମୋ ସରକାର ୫-ଟି ଯୋଜନା ଲାଗୁ କରିଛନ୍ତି। ରାଜ୍ୟର ତମାମ ଉନ୍ନୟନମୂଳକ କାର୍ଯ୍ୟ ଏହି ଯୋଜନାରେ କାର୍ଯ୍ୟକାରୀ ହେଉଥିବାବେଳେ ସୀମିତ ସମୟ ଅବଧି ମଧ୍ୟରେ କୋଟିକୋଟି ଟଙ୍କାର କାର୍ଯ୍ୟ କରାଯାଉଥିବାବେଳେ ଏସବୁ କାର୍ଯ୍ୟରେ ସ୍ୱଚ୍ଛତା ଓ ନିରପେକ୍ଷତା ଅପେକ୍ଷା ଦୁର୍ନୀତି ଓ ଅନିୟମିତତା ଭଳି ଅଭିଯୋଗ ହୋଇଥାଏ। ଏହିପରି ଭାବେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରଠାରେ ନିର୍ମାଣାଧୀନ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ନୂତନ କୋଠା ୫-ଟି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବାବେଳେ ଏହାର ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି। ନିର୍ମାଣ କାର୍ଯ୍ୟ ପ୍ରାୟ ୮୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ହେଉଥିବା କୁହାଯାଉଥିବାବେଳେ କାମ ଶେଷ ହେବାକୁ ବସିଛି ସତ କିନ୍ତୁ ଆଜି ପର୍ଯ୍ୟନ୍ତ ସୂଚନାଫଳକ ଲାଗିନାହିଁ। ଲାଭଖୋର ଠିକାଦାର ମନଇଛା ନିମ୍ନମାନର କାମ କରି ଦାୟିତ୍ୱ ସାରିଦେବାକୁ ଉଦ୍ୟମ ଜାରି ରଖିଥିବାବେଳେ କାନ୍ଥରେ ଇଟା ଯୋଡେଇ ନସରୁଣୁ ପ୍ଲାଷ୍ଟର ଓ ପ୍ଲାଷ୍ଟର ନସରୁଣୁ ରଙ୍ଗ ଦେଇ ନିମ୍ନମାନର କାମକୁ ଲୁଚାଇବାକୁ ଉଦ୍ୟମ କରାଯାଉଥିବା ଅଭିଯୋଗ ହେଉଛି।

ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା ଜିଲ୍ଲା ପୂର୍ତ୍ତ ବିଭାଗ ଅଧୀନରେ ହେଉଥିବା ଏହି ନିର୍ମାଣାଧୀନ କୋଠାର ଠିକ୍ ସାମ୍ନାରେ ରହିଛି ବିଶ୍ୱନାଥପୁର ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ। କିନ୍ତୁ ଏହି ନିମ୍ନମାନର କାମ ପ୍ରତି ନା ବିଭାଗୀୟ ଯନ୍ତ୍ରୀ ନା କେହି ଅଧିକାରୀ ଆଦୌ କାହାର ନଜର ପଡୁନାହିଁ। ଯାହାଫଳରେ ଠିକାଦାରଙ୍କୁ ନିମ୍ନମାନର କାମ କରିବାକୁ ସୁଯୋଗ ମିଳିଯାଉଛି । ଲାଞ୍ଜିଗଡ ବ୍ଲକର ସବୁଠୁ ନିର୍ଭରଯୋଗ୍ୟ ହସ୍ପିଟାଲ ଭାବେ ପରିଚିତ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଲାଞ୍ଜିଗଡ ବ୍ଲକର ଦୂରଦୁରାନ୍ତର ତଥା ଦୁର୍ଗମ ଅଞ୍ଚଳ ସମେତ ପଡ଼ୋଶୀ ରାୟଗଡା ଜିଲ୍ଲା ମୁନିଗୁଡା, ଅମ୍ବାଦଳା ଅଞ୍ଚଳର ହଜାର ହଜାର ଜନସାଧାରଣ ନିର୍ଭର କରନ୍ତି। ତେବେ ୫-ଟି ଯୋଜନା ଓ ରୂପାନ୍ତରୀକରଣ ନାଁରେ ଠିକାଦାରଙ୍କ ଦ୍ୱାରା କରାଯାଉଥିବା ଅତ୍ୟନ୍ତ ନିମ୍ନମାନର କାମ ଯୋଗୁଁ ଏହି ନୂତନ କୋଠାର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ଦେଖାଦେଇଛି। ଏପରିକି ରୋଗୀସେବା ପାଇଁ ଉଦ୍ଦିଷ୍ଟ ଏହି ହସ୍ପିଟାଲ କୋଠା ରୋଗୀଙ୍କ ପାଇଁ କାଳ ନସାଜିବ ତାହା କିଏ କହିବ ବୋଲି ଏବେ ସାଧାରଣରେ ଆଲୋଚନା ହେଉଛି। ଏହାକୁ ନେଇ ବିଭିନ୍ନ ମହଲରେ ଦୃଢ ନିନ୍ଦା କରାଯାଉଥିବାବେଳେ ହସ୍ପିଟାଲ କୋଠା ନିର୍ମାଣ କାମ ନିମ୍ନମାନର କରି ଅଞ୍ଚଳର ଜନସାଧାରଣ, ଗରିବ ଓ ଅସହାୟ ରୋଗୀମାନଙ୍କ ଜୀବନକୁ ବିପଦ ମୁହଁକୁ ଠେଲି ଦେବାକୁ ଉଦ୍ୟମ କରୁଥିବା ସଂପୃକ୍ତ ଲାଭଖୋର ଠିକାଦାର ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ସହିତ ଲାଇସେନ୍ସ ବାତିଲ କରିଦେବାକୁ ସାଧାରଣରେ ଦାବି ହେଉଥିବାବେଳେ ୫-ଟି ନାମରେ ଦୁର୍ନୀତି, ଅନିୟମିତତା ଓ ନିମ୍ନମାନର କାର୍ଯ୍ୟକୁ ପ୍ରଶ୍ରୟ ଦେଉଥିବା କଳାହାଣ୍ଡି ଜିଲ୍ଲା ପୂର୍ତ୍ତ ବିଭାଗର ବିଶ୍ୱନାଥପୁର ଦାୟିତ୍ୱରେ କନିଷ୍ଠଯନ୍ତ୍ରୀ ଓ ବିଭାଗୀୟ ଉପରିସ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି। ଏ ସଂପର୍କରେ ବିଭାଗୀୟ ଯନ୍ତ୍ରୀ ଲମ୍ବୋଦର ବେହେରାଙ୍କ ସହିତ ଯୋଗାଯୋଗ ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ ଏହା ସମ୍ଭବ ହୋଇପାରିନାହିଁ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories