BJD Bijuli 480×75 Mob

୪୫ କୋଟି ଟଙ୍କା ବ୍ୟୟରେ ଚୌଦ୍ୱାର ସହରରେ ଜଳ ଯୋଗାଣ ବ୍ୟବସ୍ଥାର ଉନ୍ନତିକରଣ କରାଯିବ

ଚୌଦ୍ୱାରରେ ବିଦ୍ୟୁତ୍ ଓ ଜଳ ଯୋଗାଣ ସମ୍ପର୍କିତ ସମୀକ୍ଷା ବୈଠକ

BJD Bijuli 480×75 Mob

ଚୌଦ୍ୱାର : ଚୌଦ୍ୱାର ସହରରେ ବିଦ୍ୟୁତ୍ ଯୋଗାଣ ଓ ଜଳ ଯୋଗାଣ ବ୍ୟବସ୍ଥାର ସୁଧାର ଆଣିବା ପାଇଁ ଚୌଦ୍ୱାର ପୌର ପାଳିକାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି ।ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲଙ୍କ ଅଧ୍ୟକ୍ଷତାରେ ପୌର ସଭାଗୃହରେ ଆୟୋଜିତ ଏହି ବୈଠକରେ ବିଧାୟକ ସୌଭିକ୍ ବିଶ୍ୱାଳ ଯୋଗଦେଇ ଚୌଦ୍ୱାର ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣ ଓ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଥିଲେ ।ସହରରେ ଅନେକ ସ୍ଥାନରେ ଖୁଣ୍ଟିରେ ଲାଇଟ ନଥିବା,ରାତିରେ ବିଦ୍ୟୁତ୍ କାଟ କରାଯାଉଥିବା, ଅନେକ ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ଦୁର୍ବଳ ହୋଇ ବିପଦସଂକୁଳ ଅବସ୍ଥାରେ ଥିବା ଆଦି ବିଭିନ୍ନ ୱାର୍ଡ଼ କାଉନସିଲର ମାନେ ଅଭିଯୋଗ କରିଥିଲେ । ସେହିପରି ଅନେକ ସ୍ଥାନରେ ପଇପରେ ପର୍ଯ୍ୟାପ୍ତ ପାନୀୟ ଜଳ ଆସୁ ନଥିବା ଏବଂ କିଛି ସ୍ଥାନରେ ରାସ୍ତାକଡ଼ ଟ୍ୟାପ୍ ଗୁଡ଼ିକ ଭାଙ୍ଗି ଯାଇ ଜଳ ନଷ୍ଟ ହେଉଥିବା କାଉନସିଲର ମାନେ ଅଭିଯୋଗ କରିଥିଲେ ।ବିଦୃୁତ୍ ବିଭାଗ ଜେ.ଇ ମାନେ ପ୍ରତି ୱାର୍ଡ଼ର କାଉନସିଲର ମାନଙ୍କ ସହିତ ୱାର୍ଡ଼ ପରିକ୍ରମା କରି ବିଦ୍ୟୁତ୍ ସମସ୍ୟା ଅନୁଧ୍ୟାନ କରି ତୁରନ୍ତ ସମାଧାନ କରିବା ପାଇଁ ବୈଠକରେ ଉପସ୍ଥିତ ଟାଟା ପାୱାରର ନିର୍ବାହୀ ଯନ୍ତ୍ରୀ ନରେଶ କୁମାର ସାହୁଙ୍କୁ ବିଧାୟକ ପରାମର୍ଶ ଦେଇଥିଲେ । ସେହିପରି ଜଳଯୋଗାଣ ବ୍ୟବସ୍ଥାକୁ ଜନ ଉପଯୋଗୀ କରିବାପାଇଁ ଜନସ୍ୱାସ୍ଥ୍ୟ ବିଭାଗ ଅଧିକ୍ଷକ ଯନ୍ତ୍ରୀ ନବ କିଶୋର ସମାଲଙ୍କୁ ପରାମର୍ଶ ଦେଇଥିଲେ । ଆଗାମୀ ଦିନରେ ୪୫ କୋଟି ଟଙ୍କା ବ୍ୟୟରେ ଚୌଦ୍ୱାର ସହରରେ ଜଳ ଯୋଗାଣ ବ୍ୟବସ୍ଥାର ଉନ୍ନତିକରଣ କରାଯିବବୋଲି ଅଧିକ୍ଷକ ଯନ୍ତ୍ରୀ ଶ୍ରୀ ସାମଲ ବୈଠକରେ ସୂଚନା ଦେଇଥିଲେ ।ଏଥି ସହିତ ବିଦ୍ୟୁତ୍ ଓ ଜଳଯୋଗାଣ ବ୍ୟବସ୍ଥାକୁ ନିୟମିତ କରାଯିବ ବୋଲି ଦୁଇ ବିଭାଗର ଉଭୟ ଅଧିକାରୀ ପୌର କାଉନ୍ସିଲକୁ ପ୍ରତିଶ୍ରୁତି ଦେଇଥିଲେ । ଉପ ନଗରପାଳ ଶୁଭେନ୍ଦୁ ସାମଲ, ପୌର ନିର୍ବାହୀ ଅଧିକାରୀ ପବିତ୍ର କୁମାର ବେହେରା, ପୂର୍ବତନ ନଗରପାଳ ପ୍ରେମଚାନ୍ଦ ନାୟକ,ଯୁବ ସଭାପତି ଅର୍ଜୁନ ପଣ୍ଡାଙ୍କ ସମେତ ସମସ୍ତ ପାରିଷଦ, ପୌର କର୍ମଚାରୀ ଓ ଉଭୟ ବିଭାଗର କର୍ମକର୍ତ୍ତା ଏହି ବୈଠକରେ ଉପସ୍ଥିତ ଥିଲେ ।

Comments are closed.