ଆନ୍ତର୍ଜାତୀୟ ବଜାରରେ ଦ୍ରବ୍ୟର ଚାହିଦା ସୃଷ୍ଟି ପାଇଁ ସାଗ୍ରମୀର ଗୁଣବତ୍ତା ଜରୁରୀ

ଓର୍‌ମାସ୍‌ର ମାର୍କେଟିଂ ଓ ସ୍କିଲ୍‌ ସଂପର୍କିତ ଦୁଇଦିନିଆ କର୍ମଶାଳା

ଭୁବନେଶ୍ୱର :ଜାତୀୟ କିମ୍ବା ଅନ୍ତର୍ଜାତୀୟ ବଜାରରେ କୌଣସି ଦ୍ରବ୍ୟର ଚାହିଦା ସୃଷ୍ଟି କରିବାକୁ ହେଲେ ସାମଗ୍ରୀର ଗୁଣବତ୍ତା, ଉପାଦେୟତା ଓ ଆବଶ୍ୟକ ବଜାର ଯୋଗାଣ ସହ ସେଗୁଡ଼ିକର ସଠିକ୍‌ ପ୍ରଚାରପ୍ରସାର ହେବା ଜରୁରୀ ଏବଂ ଦ୍ରବ୍ୟର ମାର୍କେଟିଂ ଉପରେ ଅଧିକ ଗୁରୁତ୍ୱ ଦେବାକୁ ପଡ଼ିବ ବୋଲି ଆୟୋଜିତ କର୍ମଶାଳାରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ମତବ୍ୟକ୍ତ କରିଥିଲେ । ସରକାରଙ୍କ ନିଯୁକ୍ତିଭିତ୍ତିକ, ଦକ୍ଷତାଭିତ୍ତିକ କାର୍ଯ୍ୟକ୍ରମ ଡି.ଡି.ୟୁ ଜି.କେ.ୱାଇରେ କିଭଳି ଅଧିକରୁ ଅଧିକ ଗ୍ରାମୀଣ ବେରୋଜଗାର ଯୁବବର୍ଗଙ୍କୁ ତାଲିମ ଓ ନିଯୁକ୍ତି ସୁଯୋଗ ଦିଆଯାପାରିବ, ସେମାନେ କିଭଳି ଭାବେ ବିଭିନ୍ନ ସଂସ୍ଥାରେ ଚାକିରି କରିପାରିବେ ସେଥିପାଇଁ ସେମାନଙ୍କୁ ଉପଯୁକ୍ତ ପରାମର୍ଶ ଦେବା ସଂପର୍କରେ ମଧ୍ୟ କର୍ମଶାଳାରେ ଶ୍ରୀ ଜେନା ପ୍ରକାଶ କରିଥିଲେ ।
ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା କହିଲେ ଯେ କୃଷିଜାତ ଦ୍ରବ୍ୟର ସଠିକ୍‌ ବିପଣନ, ଉତ୍ପାଦକ ଗୋଷ୍ଠୀ, ଉତ୍ପାଦକ କମ୍ପାନୀଗୁଡ଼ିକର ସଠିକ୍‌ ପରିଚାଳନା, ନିରୀକ୍ଷଣ, ଓଡ଼ିଶାରେ ଗ୍ରାମୀଣ କାରିଗରଙ୍କ ଆର୍ଥିକ ବିକାଶ, ଉତ୍ପାଦିତ ସାମଗ୍ରୀର ବିିକି୍ରବଟା, ଗ୍ରାମାଞ୍ଚଳରେ ରାଜମିସ୍ତ୍ରୀ ତାଲିମ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା କାର୍ତ୍ତିକେୟନ୍‌, ଗ୍ରାମୀଣ ଉତ୍ପାଦଗୁଡ଼ିକର ଉପଯୁକ୍ତ ମାର୍କେଟିଂ ଏବଂ ଏ ଦିଗରେ ମିଶନ ଶକ୍ତି ଏବଂ ଓର୍‌ମାସ୍‌ର ଭୂମିକା ଉପରେ ଆଲୋକପାତ କରିଥିଲେ ।

prayash

ଏହି କର୍ମଶାଳାରେ ମିଶନ ଜୀବିକା ପ୍ରକଳ୍ପ ଏବଂ ମିଶନ ଶକ୍ତି ବଜାର ପାଇଁ ଓର୍‌ମାସ୍‌ ଦୁଇଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ସେହିପରି ଉତ୍ତମ ବ୍ୟବାସୟିକ କାରବାର ଏବଂ ଇନୋଭେଟିଭ୍‌ ପ୍ରଡକଫ କ୍ଷେତ୍ରରେ ଶ୍ରେଷ୍ଠତା ହାସଲ କରିଥିବା କୋରାପୁଟର କାପକୋ, ଗଞ୍ଜାମର ଗଞ୍ଜାମ ଗୃହିଣୀ, ମୟୂରଭଞ୍ଜ ସବାଇ ଫାର୍ମର୍ସ, ରାୟଗଡ଼ାର ଧରିତୀପେନୁ ଫାର୍ମସ ଓ ବଲାଙ୍ଗୀର ଫାର୍ମିଂ ଆଣ୍ଡ ନନ୍‌ଫାର୍ମିଂ ଆଦି ପାଞ୍ଚଟି ଉତ୍ପାଦକ କମ୍ପାନୀକୁ ଉଦ୍‌ଯାପନୀ ଦିବସରେ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । କର୍ମଶାଳାରେ ଓର୍‌ମାସ୍‌ ତରଫରୁ ଗୋଷ୍ଠୀଭିତ୍ତିକ ସଂସ୍ଥାଗୁଡ଼ିକର ସଠିକ୍‌ ନିରୀକ୍ଷଣ ପାଇଁ ଇ-ଉତ୍ପାଦନ ପୋର୍ଟାଲର ଶୁଭାରମ୍ଭ କରାଯାଇଥିଲା । ଏଥିସହ ଗ୍ରାମୀଣ ରାଜମିସ୍ତ୍ରୀ ତାଲିମ ପୁସ୍ତିକା ଏବଂ ଶିଶିର ସରସ ଫଟୋଚିତ୍ରକୁ ନେଇ କଫି ଟେବୁଲ୍‌ ବୁକ୍‌ର ଉନ୍ମୋଚନ କରାଯାଇଥିଲା ।
ଏହି କର୍ମଶାଳାରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରେଘୁ ଜି. ଓଡ଼ିଶା ଜୀବିକା ମିଶନର ରାଜ୍ୟ ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମାନସୀ ନିମ୍ବାଲ, ପାନୀୟ ଜଳ ଓ ପରିମଳ, ପ୍ରକଳ୍ପ ନିର୍ଦ୍ଦେଶକ ବି. ପରମେଶ୍ୱରନ୍‌, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ସ୍ୱୟଂପ୍ରଭା ମହାନ୍ତି, ଓୟୁଏଟିର ଏଗ୍ରିକଲଚରାଲ ମାର୍କେଟିଂ ବିଭାଗର ମୁଖ୍ୟ ଡକଫର ସର୍ବନାରାୟଣ ମିଶ୍ର, ବିଶ୍ୱବ୍ୟାଙ୍କ ନୂଆଦିଲ୍ଲୀର ଗ୍ରାମ୍ୟ ଉନ୍ନୟନ ବିଶେଷଜ୍ଞ ସମିକ ସୁନ୍ଦର ଦାସ, କେନ୍ଦ୍ର ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରାଳୟର ସିନିଅର ମ୍ୟାନେଜର ହର୍ଷଲ ଚଢ଼ା ଓ ଲିଡ୍‌-(ଆଇବି) ଜୟବର୍ଦ୍ଧନେ ତିୱାରୀ, ଆଇଟିସି-ଅଗରବତୀ ବିଜନେସ୍‌ର ମୁଖ୍ୟ ଏମ୍‌. ମୁରଲୀଧର, ଏନ୍‌ଆଇଏଫ୍‌ଟି, ଭୁବନେଶ୍ୱରର ପ୍ରୋଜେକଫ ୟୁନିଟ୍‌ ହେଡ୍‌ ବିନୟ ଭୂଷଣ ଜେନା, କେଭିଆଇସି, ଭୁବନେଶ୍ୱରର ନିର୍ଦ୍ଦେଶକ ସମୀର କୁମାର ମହାନ୍ତି, ନାଫେଡ୍‌, ଭୁବନେଶ୍ୱରର ଶାଖା ପରିଚାଳକ ଭବ୍ୟା ଆନନ୍ଦ, ଇଫ୍‌କୋ କିଷାନ୍‌-ଆଗ୍ରିଟେକ୍‌ ମୁଖ୍ୟ ମୋରୁପ ନାମ୍‌ଗେଲ୍‌, ଭାଇସ୍‌ ପ୍ରେସିଡେଣ୍ଟ, ନାବକନ୍ସ ଭି. ବାଲସୁବ୍ରମଣ୍ୟମ୍‌ ଏବଂ ଘରୋଇ ବ୍ୟାଙ୍କର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ । ଓର୍‌ମାସ୍‌ର ଅତିରିକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡକଫର ବାଦଲ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

kalyan agarbati

Comments are closed.