ବିଚ ରାସ୍ତାରେ ଯୁବକଙ୍କୁ ଗୁଳି କରି ହତ୍ୟା
ସୁନ୍ଦରଗଡ଼: ରାସ୍ତା ଉପରେ ଯୁବକଙ୍କୁ ଗୁଳି କରି ହତ୍ୟା। ସୁନ୍ଦରଗଡ଼ରେ ଚାଞ୍ଚଲ୍ୟ। ଟାଉନ ଥାନା ସରକାରୀ କଲେଜ ରୋଡରେ ଯୁବକଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୁତ୍ତ। ମୁଖାପିନ୍ଧା ୨ ଦୁର୍ବୁତ୍ତ ବାଇକରେ ଆସି ଯୁବକଙ୍କୁ ଗୁଳି କରିବା ପରେ ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି। ମୃତ ଯୁବକ ସ୍ଥାନୀୟ ମହାନ୍ତିପଡ଼ାର ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି।
ମିଳିଥିବା ସୂତ୍ରରୁ ପ୍ରକାଶ, ମହାନ୍ତିଆପଡ଼ାରେ ବସବାସ କରୁଥିବା ମୁରାରୀ ତନ୍ତି ନିଜ ଗାଡ଼ିରେ କଲେଜ ରୋଡ଼ରେ ଥିବା ସଂପର୍କୀୟଙ୍କ ଘରକୁ ଯାଇ ଫେରୁଥିବା ବେଳେ ହଠାତ ବାଇକରେ ଦୁଇଜଣ ମୁଖାପିନ୍ଧା ଦୁବୁର୍ତ୍ତ ଆସି ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ଗୁଳିଟି ତାଙ୍କ ମୁଣ୍ଡରେ ବାଜିବାରୁ ସେ ଗୁରୁତର ହୋଇ ତଳେ ପଡ଼ିଯିବାରୁ ତାଙ୍କୁ ତୁରନ୍ତ ସରକାରୀ ହସ୍ପିଟାଲକୁ ଚିକିତ୍ସା ପାଇଁ ଅଣାଯାଇଥିଲା ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଯୁବକଙ୍କ ଉପରେ କାହିଁକି ଗୁଳି ଚାଳନା ହୋଇଛି ସେ ସଂପର୍କରେ କିଛି ସ୍ପଷ୍ଟ କାରଣ ଜଣାପଡ଼ିନଥିଲେ ମଧ୍ୟ ପୂର୍ବ ଶତୃତାକୁ ନେଇ ଏହି ଗୁଳି କାଣ୍ଡ ଘଟିଥାଇ ପାରେ ବୋଲି ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି । ସୁନ୍ଦରଗଡ଼ ଏସ.ପି ସାଗରିକା ନାଥ, ଟାଉନ ଥାନା ଅଧିକାରୀ ଜଗଦୀଶ ବାରା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାର ଜଣାପଡ଼ିଛି । ଶେଷ ଖବର ଲେଖା ହେଲା ବେଳକୁ ହତ୍ୟାକାରୀଙ୍କ ସଂପର୍କରେ କୌଣସି ସୂଚନା ମିଳିପାରି ନଥିବାର ଜଣାପଡ଼ିଛି ।
Comments are closed.