www.samajalive.in
Monday, December 15, 2025
24.1 C
Bhubaneswar

ବ୍ୟବସାୟୀଙ୍କୁ ହତ୍ୟା ଓ ଯୁବତୀଙ୍କ ଆତ୍ମହତ୍ୟା ପରେ ଉତ୍ତେଜନା, ପୁଲିସ ଉପରକୁ ଆକ୍ରମଣ କଲେ ଉତ୍ୟକ୍ତ ଲୋକେ

ବ୍ରହ୍ମପୁର: ବ୍ୟବସାୟୀଙ୍କୁ ହତ୍ୟା ଓ ଯୁବତୀଙ୍କ ଆତ୍ମହତ୍ୟା ଘଟଣାରୁ ହଂସପୁର ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି। ବ୍ୟବସାୟୀଙ୍କୁ ବିବାହ କରିବାକୁ ଥିବା ଯୁବତୀଙ୍କ ଆତ୍ମହତ୍ୟା କରିବାରୁ ଉତ୍ତେଜନା ସୃଷ୍ଟି ହୋଇଛି। ସ୍ଥିତି ନିୟନ୍ତ୍ରଣ ପାଇଁ ଯାଇଥିବା ପୁଲିସ ଉପରେ ଉତ୍ୟକ୍ତ ଲୋକ ଆକ୍ରମଣ କରିଛନ୍ତି। ପୁଲିସ ଗାଡ଼ିକୁ ମଧ୍ୟ ସ୍ଥାନୀୟ ଲୋକେ ଭାଙ୍ଗି ଦେଇଥିବା ସୂଚନା ମିଳିଛି। କିଛି ସାମ୍ବାଦିକଙ୍କ ମୋବାଇଲ ଓ କ୍ୟାମେରା ଛଡ଼ାଇ ନେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ହଂସପୁର ଗ୍ରାମର ସିମେଣ୍ଟ ବ୍ୟବସାୟୀ କୃଷ୍ଣଚନ୍ଦ୍ର ପରିଡା ଦୀର୍ଘ ଦିନ ଧରି ତାଙ୍କ ସମ୍ପର୍କୀୟା ଆରତୀଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା। ପରବର୍ତ୍ତୀ ସମୟରେ ଉଭୟଙ୍କ ପ୍ରେମ ସମ୍ପର୍କକୁ ପରିବାର ଲୋକେ ସ୍ୱୀକୃତି ଦେଇଥିଲେ। ଆସନ୍ତା ୧୩ ତାରିଖରେ କୃଷ୍ଣଚନ୍ଦ୍ର ଓ ଆରତୀଙ୍କ ବାହାଘର ପାଇଁ ଦିନ ଧାର୍ଯ୍ୟ ହୋଇଥିଲା ଏବଂ ସେଥିପାଇଁ ନିର୍ବନ୍ଧ ମଧ୍ୟ ଶେଷ ହୋଇଥିଲା। ତେବେ ଗତ ୨୨ ତାରିଖ ରାତିରେ କୃଷ୍ଣଚନ୍ଦ୍ର ପରିଡା ନିଜ ଦୋକାନ ବନ୍ଦ କରି ଘରକୁ ଫେରୁଥିବାବେଳେ ଗାଁ ପାଖ ମନ୍ଦିର ନିକଟରେ କେତେକ ଦୁର୍ବୃତ୍ତ ତାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିଲେ। ଏହି ଘଟଣା ପରେ ଆରତୀ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ ଏବଂ ଗତ ତିନି ଦିନ ହେଲା ଠିକ୍‌ରେ ଖିଆପିଆ କରୁନଥିଲେ। ଆଜି ଆରତୀ ମନ୍ଦିର ଯାଉଛନ୍ତି ବୋଲି କହି ଘରୁ ବାହାରି ଯାଇଥିଲେ। ଯେଉଁ ସ୍ଥାନରେ କୃଷ୍ଣଚନ୍ଦ୍ରଙ୍କ ହତ୍ୟା ହୋଇଥିଲା, ସେହିଠାରେ ଆରତୀ ଆଜି ବିଷ ପିଇ ଦେଇଥିଲେ।
ଆରତୀ ବିଷ ପିଇଦେଇଥିବା ଜାଣିପାରି ଗାଁ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ ଏବଂ ଚିକିତ୍ସା ପାଇଁ ଛତ୍ରପୁର ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆରତୀଙ୍କ ମୃତ୍ୟୁ ହୋଇଥିଲା।

ଅପରପକ୍ଷରେ ପୁଲିସ୍‌ କୃଷ୍ଣଚନ୍ଦ୍ର ପରିଡ଼ା ହତ୍ୟା ମାମଲାରେ କେତେକ ଲୋକଙ୍କୁ ସନ୍ଦେହରେ ଅଟକ ରଖିଥିଲା। ପରବର୍ତ୍ତୀ ସମୟରେ ସେମାନଙ୍କୁ ପଚରାଉଚରା ପରେ ଛାଡି ଦେଇଥିଲା। ଏହି ଖବର ପ୍ରଚାରିତ ହେବା ପରେ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। କୃଷ୍ଣଚନ୍ଦ୍ର ପରିଡାଙ୍କ ହତ୍ୟାକାରୀଙ୍କ ଗିରଫ ଦାବିରେ ହଂସପୁର ଗାଁ ଲୋକେ ଆଜି ନିଆଁ ଜାଳି ରାସ୍ତା ରୋକ କରିଥିଲେ। ସ୍ଥିତି ନିୟନ୍ତ୍ରଣ ପାଇଁ ଯାଇଥିବା ପୁଲିସ ଉପରେ ଉତ୍ୟକ୍ତ ଲୋକ ଆକ୍ରମଣ କରିଥିଲେ। ପୁଲିସ ଗାଡ଼ିକୁ ମଧ୍ୟ ସ୍ଥାନୀୟ ଲୋକେ ଭାଙ୍ଗି ଦେଇଥିବା ସୂଚନା ମିଳିଛି। କିଛି ସାମ୍ବାଦିକଙ୍କ ମୋବାଇଲ ଓ କ୍ୟାମେରା ଛଡ଼ାଇ ନେଇଛନ୍ତି।
ଗଞ୍ଜାମ ଏସପି ବ୍ରିଜେଶ ରାୟ କହିଛନ୍ତି ଯେ ହତ୍ୟାମାମଲାରେ କିଛି ଯୁବକଙ୍କୁ ଅଟକ ରଖାଯାଇଛି। ପୁଲିସ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ରାୟ ପ୍ରକାଶ କରିଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories