www.samajalive.in
Monday, December 15, 2025
24.1 C
Bhubaneswar

ସ୍ମାର୍ଟ ସ୍କୁଲରେ ନିମ୍ନମାନର କାର୍ଯ୍ୟ, ସାଧାରଣରେ ଅସନ୍ତୋଷ

ବେଗୁନିଆ: ବେଗୁନିଆ ବ୍ଲକ କଣ୍ଟାବାଡ଼ସ୍ଥିତ ନୀଳକଣ୍ଠ ସରକାରୀ ଉଚ୍ଚ ବିଦ୍ୟାଳୟକୁ ସରକାର ସ୍ମାର୍ଟ ସ୍କୁଲରେ ପରିଣତ କରିବା ପରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ବିଦ୍ୟାଳୟ ପୁନରୁଦ୍ଧାର କାର୍ଯ୍ୟ ଚାଲୁ ରହିଛି। କିନ୍ତୁ ଏହି କାର୍ଯ୍ୟଗୁଡିକ ଟେଣ୍ଡର କରା ନଯାଇ ସରକାରୀ ନୀତି ନିୟମକୁ ଉଲ୍ଲଂଘନ କରାଯାଇ ବ୍ଲକ ମାଧ୍ୟମରେ କରାଯାଇ ବିଭାଗୀୟ କର୍ମଚାରୀଙ୍କ ନାମରେ କାର୍ଯ୍ୟାଦେଶ ରଖାଯାଉଛି। ଫଳରେ ରାଜନେତାଙ୍କ ସୁପାରିଶରେ ଗାଁର କିଛି ଠକ ଏବଂ କୁଜିନେତାମାନେ ଏହି କାର୍ଯ୍ୟ କରୁଛନ୍ତି। ଶାସକ ଦଳର କର୍ମୀ ହୋଇଥିବା ଯୋଗୁଁ ପ୍ରଶାସନିକ ଅଧିକାରୀମାନେ ନିଜର ସୁରକ୍ଷା ଦୃଷ୍ଟିରୁ କୌଣସି କ୍ଷେତ୍ରରେ ଆକଟ କରିବା ପାଇଁ ସାହସ ଜୁଟାଇ ପାରୁନାହାନ୍ତି। ଏହି କ୍ରମରେ ସ୍ମାର୍ଟ ସ୍କୁଲ ନୀଳକଣ୍ଠ ସରକାରୀ ଉଚ୍ଚବିଦ୍ୟାଳୟରେ ଠିକାଦାରମାନେ ବ୍ଲକ କର୍ତ୍ତୃପକ୍ଷଙ୍କ ସହାୟତାରେ ସମସ୍ତ କାର୍ଯ୍ୟ ନିମ୍ନ ମାନର କରି ଅର୍ଥ ହଡପ କରୁଥିବାର ଅଭିଯୋଗ ହେଉଛି। ଶ୍ରେଣୀ ପ୍ରକୋଷ୍ଠଗୁଡିକ ନେରୋଲାକ ରଙ୍ଗରେ ରଙ୍ଗ ହେବା ପାଇଁ ଥିବାବେଳେ ଠିକାଦାର ଅତି ଚତୁରତାର ସହିତ ସେହି ରଙ୍ଗ ଡବା ଦୁଇଗୋଟି ଆଣି ରଖି ସେଗୁଡିକ ନଖୋଲି ପ୍ରାଇମରରେ ଅନ୍ୟ ରଙ୍ଗ ଘୋଳି କାର୍ଯ୍ୟ କରାଯାଉଛି । ସେହିପରି ପାଇଖାନା ନିର୍ମାଣରେ ବ୍ୟାପକ ଦୁର୍ନୀତି କରି ପୁରୁଣା ପଥରରେ ପାଇଖାନା କାନ୍ଥ ନିର୍ମାଣ କରାଯାଇ ମାତ୍ର ୩ଟି ଛୋଟ ଅଖାରେ ଢ଼ିମା ଓ ଗୋଡ଼ି ଦେଇ ଚଟାଣ ମେଜିଆ କାର୍ଯ୍ୟ କରାଯାଇଛି ଏବଂ ଯାହାର ସ୍ଥାୟୀତ୍ୱ ଏକ ମାସ ରହିବ ନାହିଁ ବୋଲି ବରିଷ୍ଠ ବିଜେଡି ନେତା ଶିଶିର ଆଚାର୍ଯ୍ୟ ଏବଂ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।ଏ ସଂକ୍ରାନ୍ତରେ ସେମାନେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି, ଆଲୁମିନି କମିଟି ସଭାପତି ଏବଂ ପ୍ରଧାନ ଶିକ୍ଷକଙ୍କୁ ଜଣାଇଥିଲେ ମଧ୍ୟ କେହି ପାଟି ଖୋଲିବା ପାଇଁ ସାହସ କରୁନାହାନ୍ତି। ତେଣୁ ସେ ୫ଟି ସଚିବ, ଜିଲ୍ଲାପାଳ, ବିଡିଓ ଏବଂ ଖୋର୍ଦ୍ଧା ଭିଜିଲାନ୍ସ ବିଭାଗ ଏହି ଘଟଣା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରିଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories